Odia Jokes- ପପୁ କୁ ରାତି ୧୨ ଟା ରେ ଗୋଟିଏ ଝିଅର ଫୋନ ଆସିଲା, ଝିଅ- “ହମ ତେରେ ବିନ ଅବ ରେହ ନେହି ସକତେ, ତେରେ ବିନା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପପୁ ଗପୁକୁ କହିଲା…

ପପୁ- ଆସନ୍ତା ବର୍ଷ ମୋ ପାଖରେ କୋଟି କୋଟି ଟଙ୍କାର ଘର, ଅଡି କାର ଓ କୋଟି କୋଟି ଟଙ୍କା ଥିବ ।

ଗପୁ- କେମିତି ଭାଇ ?

ପପୁ- ଏହି କିଛି ସମୟ ପୂର୍ବରୁ ନେଟୱାର୍କ ମାର୍କେଟିଙ୍ଗ ଲୋକମାନେ ମତେ ବୁଝେଇକି ଯାଇଛନ୍ତି

୨. ସ୍ଵାମୀ ନିଜ ସ୍ତ୍ରୀକୁ ନେଇ ଫିଲ୍ମ ଦେଖିବା ପାଇଁ ଗଲା…

ଫିଲ୍ମ ଚାଲୁଥିବା ସମୟରେ ସ୍ତ୍ରୀ ଲଗାତାର ସ୍ଵାମୀ ସହ କଥା ବାରତା ହେଉଥିଲା ।

ଏହା ପରେ ସ୍ଵାମୀ ଚିଡି ଯାଇ ଇଣ୍ଟରଭାଲ ସମୟରେ ସ୍ତ୍ରୀ ପାଇଁ ଏକ ପାନ କିଣି ସ୍ତ୍ରୀ ହାତରେ ଧରେଇ ଦେଲା ।

ସ୍ତ୍ରୀ- ଆରେ ଗୋଟେ ପାନ ତମେ ବି ନିଅ

ସ୍ଵାମୀ- ମୁ ତ ପାନ ନଖାଇ ମଧ୍ୟ ଚୁପ ଚାପ ରହିଯିବ । ପାନର ଆବଶ୍ୟାକତା ତମକୁ ଅଧିକ ଅଛି ତମେ ଖାଇ ଦିଅ ।

୩. ପପୁ ନିଜ ରୋଗୀ ଜେଜେ ମା’ଙ୍କୁ ପାଖରେ ଥିବା ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲା…

ଡାକ୍ତର- ମୁହଁ ଖୋଲ ଜେଜେମା ..!

ଜେଜେମା- ତମ ସ୍ତ୍ରୀ ସବୁଦିନ ସନ୍ଧ୍ୟା ସମୟରେ ତମ ପଡୋଶୀ ଟୋକା ରାଜୁ ସହ ଦେଖା ହେଉଛି

ବାସ ଆ ଠାରୁ ଅଧିକ ମୋର ମୁହଁ ଖୋଲ ନାହିଁ, ନ ହେଲେ ତମର ତଲାକ ହେଇଯିବ

 

୪. ଭିକାରୀ- ସାହେବ କିଛି ଟଙ୍କା ଦେଇ ଦିଅ ।

ସାହେବ- କାଲି ଆସ

ଭିକାରି ‘ଚିତ୍କାର କରି’- କାଲି କାଲି କହି ମୋର ଲକ୍ଷ ଲକ୍ଷ ଟଙ୍କା ତମେ ରଖିଛ ଆଉ ଦେଉ ବି ନାହଁ

୫. ସ୍ଵାମୀ ସ୍ତ୍ରୀଙ୍କର ଝଗଡା ହେଉଥିଲା ସେହି ସମୟରେ ସ୍ଵାମୀ ରାଗିକି କହିଲା…

ସ୍ଵାମୀ- ତମେ କଣ ମତେ କୁକୁର କହିଲ ?

ସ୍ତ୍ରୀ ଚୁପ ରହିଲା କିଛି ବି କହିଲା ନାହିଁ

ଏହା ପରେ ସ୍ଵାମୀ ଦ୍ଵିତୀୟ ଥର ସେହି ପ୍ରଶ୍ନ ପଚାରିଲା ହେଲେ ସ୍ତ୍ରୀ କୌଣସି ଜବାବ ଦେଲା ନାହିଁ । କିଛି ସମୟ ପରେ ସ୍ତ୍ରୀ କହିଲା…

ସ୍ତ୍ରୀ- ମୁ ତମକୁ କୁକର କହି ନାହିଁ ହେଲେ ପ୍ଲିଜ ଆଉ ଭୋକନି…!!

୬. ପୋଲିସ କବାଟ ବାଡେଇଲା…

ପପୁ- କିଏ ସେ କବାଟ ବାଡଉଛି ?

ପୋଲିସ- ଆମେ ପୋଲିସ, କବାଟ ଖୋଲ

ପପୁ- କାହିଁକି ଖୋଲିବି ?

ପୋଲିସ- କିଛି କଥା ଅଛି ତମ ସହିତ ।

ପପୁ- ତମେ କେତେ ଜଣ ଅଛ ?

ପୋଲିସ- ଆମେ ତିନି ଜଣ ଅଛୁ

ପପୁ- ତା ହେଲେ ପରସ୍ପର ସହ କଥା ହୋଇଯାଅ ମୋ ପାଖରେ ଟାଇମ ନାହିଁ ।


୭. ପପୁ କୁ ରାତି ୧୨ ଟା ରେ ଗୋଟିଏ ଝିଅର ଫୋନ ଆସିଲା

ପପୁ- ହ୍ଯାଲୋ…କିଏ ?

ଝିଅ- “ହମ ତେରେ ବିନ ଅବ ରେହ ନେହି ସକତେ,

ତେରେ ବିନା କ୍ଯା ବଜୁଦ ମରା !”

ପପୁ (ଖୁସି ହେଇ ଯାଇ) କହିଲା ….

ଆପଣ କିଏ ?

ଝିଅ- ତୁମସେ ଜୁଦା ଅଗର ହୋ ଯାଏଙ୍ଗେ ତୋ ଖୁଦସେ ଭି ହୋ ଯାଏଙ୍ଗେ ଜୁଦା !

ବହୁତ ଖୁସି ରେ ପପୁ ର ଆଖିରେ ଲୁହ ଆସିଗଲା ,

ଓ କହିଲା- ତୁମେ ସତରେ ମତେ ବାହା ହେବ …?

ଝିଅ- ଏହି ଗୀତକୁ ନିଜର କଲର ଟ୍ଯୁନ ବନେଇବା ପାଇଁ 8 ଦବାନ୍ତୁ….!!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *