ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଏହି ବ୍ୟକ୍ତି ? ରାଷ୍ଟ୍ରପତି ପଦ ପାଇଁ ସମସ୍ତ ଦଳ ମଧ୍ୟରେ ଲାଗିଛି ରେସ୍, ଜାଣନ୍ତୁ BJP ର ସ୍ଥାନ କେଉଁଠି ?

କିଏ ହେବ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଏବେ କଣ ରହିଛି ଏନଡିଏ ଗଣିତ ? କାହାକୁ ବାଛିବ ବିଜେପି ? ବିରୋଧୀ କାହାକୁ କରିବେ ସପୋର୍ଟ ? କଣ କରିବେ ଅଣ ବିଜେପି ଓ ଅଣ କଂଗ୍ରେସ ଦଳ । କିଏ ଭାରତର ପରବର୍ତ୍ତୀ  ମହାମହିମ ରାଷ୍ଟ୍ରପତି ହେବେ ସେନେଇ ଅଂକ କଷା ଆରମ୍ଭ ହୋଇଗଲାଣି । ସରକାରୀ କିମ୍ୱା ବିରୋଧୀ ଦଳଗୁଡ଼ିକ ଏନେଇ ପତା ଖୋଲିନାହାଁନ୍ତି ସତ । କିନ୍ତୁ ଭିତରେ ଭିତରେ କାହାକୁ ପ୍ରାର୍ଥୀ କରାଗଲେ ଜତିବାର ସମ୍ଭାବନା ରହିଛି ସେନେଇ ଗୋଟି ଚାଲଣା ଆରମ୍ଭ କରିଦେଇଛନ୍ତି ।

ଭୋଟ ମୂଲ୍ୟ ଦ୍ରୁଷ୍ଟିରୁ ଏନଡିଏ ୟୁପିଏ ଠାରୁ ପଛରେ ଅଛି । ମାତ୍ର ବିଜେଡି ଓ ୱାଇଏସଆର କଂଗ୍ରେସ ଭଳି କେତେକ ଦଳର ସମର୍ଥନ ନେଇ ନିଜ ପ୍ରାର୍ଥୀକୁ ଜିତେଇବା ଲକ୍ଷରେ ରହିଛି ବିଜେପି । ଚର୍ଚ୍ଚା ଅନୁଯାଇ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ ଏନଡିଏ ପାର୍ଥୀ ଭାବେ ଏହି ଦୌଡରେ ଆଗରେ ରହିଛନ୍ତି ।

ଗତ ଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯାଇଥିବା କାରଣରୁ ଏଥର ବିଜେପି ଦକ୍ଷିଣ ଭାରତରୁ କାହାକୁ ବାଛି ପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ଦକ୍ଷିଣ କନେକ୍ସନ ସହିତ ସଂଖ୍ୟା ଲଘୁ ସମ୍ପ୍ରଦାୟ ମଧ୍ୟରେ ସେ ଆସୁଛନ୍ତି । ସେହିପରି ଏଥର ବିଜେପି ନିଜ ଦଳର ମୁସଲମାନ ଚେହେରା ମୂକତାର ଅବାସଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।

ତାଙ୍କୁ ବିଜେପି ରାଜ୍ୟସଭା ପଠାଇ ନାହିଁ । ମୁକ୍ତାର ଏବେ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି । ତେଣୁ ତାଙ୍କ ନାମ ମଧ୍ୟ ଉପରାଷ୍ଟ୍ରପତି କିମ୍ବା ରାଷ୍ଟ୍ରପତି ପଦବୀ ଲାଗି ଆଲୋଚନା କରାଯାଉଛି । କେହି କେହି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନାବି ଅଜାମଙ୍କୁ ନେଇ ମଧ୍ୟ ହିସାବ ନିକାସ କରୁଛନ୍ତି । ନିକଟରେ କେନ୍ଦ୍ର ସରକାର ଗୁଲାମଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ । ସେବେଠାରୁ ବିଜେପି ସହିତ ତାଙ୍କ ଭଲ ସମ୍ପର୍କ ନେଇ ଆଲୋଚନା ଚାଲିଛି ।

ଏସବୁ ମଧ୍ୟରେ ବିଜେପିର ରାଷ୍ଟ୍ରପାତ ପାର୍ଥୀ କିଏ ହେବେ ତାହା ସାର୍ବଜନୀନ କରାଯାଇ ନାହିଁ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିବି ମୁଖ୍ୟ ଶରତ ପାବାଲ, ଶିବ ସେନା, ଆମ ଆଦମି ପାର୍ଟି ଓ ବିଏମକେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନେଇ ନିଜ ଢଙ୍ଗରେ ଗୋଟି ଚାଲଣା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *