“ମୋ ଭଉଣୀ ଚୁନିକୁ ବହୁତ ଖୋଜିଲେ ରାଷ୍ଟ୍ରପତି, ତାଙ୍କୁ ଦେଖା କରି ବହୁତ ଖୁସି ଲାଗିଲା, ଆମକୁ ଗର୍ବ ଅନୁଭବ ହେଉଛି କି ଆମ ସାଙ୍ଗ…”

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ଦିନ ନିମନ୍ତେ ଓଡିଶାଗ୍ରସ୍ତରେ ଆସିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ କାଳିଆ ସାଆନ୍ତ କୁ ଦର୍ଶନ କରିବା ସହିତ ସେ ନିଜ ସ୍କୁଲ କଲେଜ ପରିଭ୍ରମଣ ନିଜମନତେ ଯାଇଥିଲେ । ସେଠାରେ ନିଜ ସାଙ୍ଗସାଥୀ ମାନଙ୍କୁ ଭେଟିଥିଲେ । ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନିଜ ଆଖି ସମ୍ମୁଖରେ ଏହିଭଳି ଭାବରେ ଦେଖି ତାଙ୍କ ସାଙ୍ଗମାନେ ବେସ ଖୁସ ଥିଲେ ।

ସେମାନେ କହିଥିଲେ ଯେ ଆମେ କେବେ ଚିନ୍ତା କରି ନଥିଲୁ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆମ୍ଭେମାନେ ଏହିଭଳି ଭାବରେ ଦେଖିବୁ ବୋଲି । ତେବେ ଆସନ୍ତୁ ଜାଣିନେବା ତାଙ୍କ ସାଙ୍ଗମାନେ କ’ଣ କହିଛନ୍ତି । ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ ଘନିଷ୍ଠ ସାଙ୍ଗ କହିଛନ୍ତି ଯେ ଆମେ ମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ବହୁତ ପାଖରୁ ଦେଖିଲୁ ଆମକୁ ବେସ ଭଲ ଲାଗିଲା ।

ମାତ୍ର ତାଙ୍କ ଭଉଣୀ ଆସି ନ ପାରିଥିବାରୁ ରାଷ୍ଟ୍ରପତିଙ୍କର ପ୍ରଥମ ପ୍ରଶ୍ନ ଥିଲା ଯେ ଚୁନି କାଇଁ ? ସାଙ୍ଗ ଜଣଙ୍କ କହିଥିଲେ ଯେ ତାଙ୍କ ଭଉଣୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନେ ରଖିପାରିଛନ୍ତି ବୋଲି ସେ ବହୁତ ଖୁସି ଅଛନ୍ତି । ତାଙ୍କ ଭଉଣୀ ବାହାରକୁ ଯାଇଥିବାରୁ ସେ ଆସିପାରିନଥିଲେ ଏବଂ ସବୁ ସାଙ୍ଗମାନେ ସମୟ ବିତାଇପାରିନଥିବାରୁ ମନରେ ଟିକିଏ ଦୁଃଖ ରହିଗଲା ସେମାନଙ୍କର ବୋଲି କହିଛନ୍ତି ।

ଚୁନି ହେଉଛନ୍ତି ରାଷ୍ଟ୍ରପତି ଙ୍କ ପିଲାଦିନ ସାଙ୍ଗ । ମାତ୍ର ତାଙ୍କୁ କିଛି କହିବାକୁ ଆଉ ଚାନ୍ସ ପାଇ ନଥିଲେ । ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି ସେ କହିଲେ ଏବଂ ତାଙ୍କର ମନଦୁଃଖ ଯେ ସେ ଗୋଟିଏ ଫଟୋ ଉଠାଇ ପାରିଲେ ନାହିଁ । ପ୍ରୋଟୋକଲରେ ରହି ଫଟୋ ଉଠିଛି ମାତ୍ର ଯେଉଁଭଳି ଭାବରେ ଫଟୋ ଉଠିବା କଥା ସେହିଭଳି ଭାବରେ ଉଠି ପାରି ନଥିଲା । ଏଥିନିମନ୍ତେ ସେମାନଙ୍କ ମନ ବେସ ଦୁଃଖ ବୋଲି କହିଥିଲେ । ମାତ୍ର ଇଚ୍ଛା ଥିଲା ଯେ ସେ ଆହୁରୀ ସମୟ ତାଙ୍କ ସହିତ ବିତେଇଥାନ୍ତେ ତଥା ତାଙ୍କ ସହିତ ଆହୁରୀ କଥା ହୋଇଥାନ୍ତେ ବୋଲି ଇଛା ଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଷ୍ଟେଲ ଯାଇ ବୁଲିଲେ ଏବଂ ସ୍କୁଲ ମଧ୍ୟ ବୁଲିଲେ । ସାଙ୍ଗ ମାନେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଖାଇବାରେ କେଉଁଟାରେ ମଧ୍ୟ କୌଣସି ବାରଣ ନାହିଁ । ତାଙ୍କୁ ଯାହା ମଧ୍ୟ ଖାଇବାକୁ ଦେଲେ ସେ ଖାଇବାରେ ସଙ୍କୋଚ କରୁନଥିଲେ କେବେ । ସେ ବହୁତ ସାଧାରଣ ମଣିଷ ଅଟନ୍ତି ଏବଂ ତାଙ୍କ ଭଳି ହୃଦୟବାନ ଲୋକେ ଏତେ ସହଜରେ ଜଗତରେ ଖୋଜିଲେ ମଧ୍ୟ ମିଳିବେ ନାହିଁ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *