କଣ କହିଲେ ରାଷ୍ଟ୍ରପତି ମ୍ୟାଡମ ? ରାଷ୍ଟ୍ରପତି ମ୍ୟାଡମଙ୍କୁ ଭେଟିବା ପରେ କଣ କହିଲେ ଓଡିଶା ବିଧାୟକ ଦଳ, ଦେଖନ୍ତୁ Video

ବନ୍ଧୁଗଣ ସୂଚନାଯୋଗ୍ୟ, ଆମ ରାଜ୍ୟର ସମସ୍ତ ବିଧାୟକ ତଥା କମିଟି ମେମ୍ଵର ଆଜି ରାଷ୍ଟ୍ରପତି ଭବନ କୁ ଗମନ କରିଥିଲେ । ମହାମାନ୍ୟ ରାଷ୍ଟ୍ରପତି ଙ୍କ ସହିତ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି । ରାଷ୍ଟ୍ରପତି ଭବନ ରେ ଯେତେବେଳେ ସେମାନେ ପହଁଚି ଥିଲେ ସେତେବେଳେ ଭବ୍ୟ ଆତିଥ୍ୟ ସତ୍କାର ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ର ବିଧାୟକ କମିଟି ପକ୍ଷ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଉପହାର ସ୍ୱରୂପ ତାରକସି କାମ ରେ ନିର୍ମିତ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରାଙ୍କ ଫଟୋ ଦେଇଥିଲେ ।

ତେବେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ଙ୍କ ସହିତ କଣ ଆଲୋଚନା ହେଲା ଏବଂ ସେଠାରେ କିଭଳି ଭାବରେ ଅତିଥି ଚର୍ଚ୍ଚା ହେଲା ଏ ନେଇ ବିଧାୟକ ମାନେ ନିଜର ମତ ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଓଡ଼ିଶା ର ବିଧାୟକ ଗଣ ରାଷ୍ଟ୍ରପତି ପ୍ରଶଂସା ରେ କହିଛନ୍ତି ଯେ, ସେମାନଙ୍କୁ ବହୁତ ସୁନ୍ଦର ଭାବରେ ଆତିଥ୍ୟ ଚର୍ଚ୍ଚା ପ୍ରଦାନ କରାଗଲା ଏବଂ ସେଠାରେ ରିଜୋଲ୍ୟୁସନ ପାଠ ମଧ୍ୟ କରାଗଲା ।

ଏହା ସହିତ ଓଡ଼ିଶା ର ଉନ୍ନତି କିପରି କରାଯିବ ସେହି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଗଲା । ରାଷ୍ଟ୍ରପତି ମଧ୍ୟ ସ୍ବାନ୍ତନା ଦେଇଛନ୍ତି ଯେ, ସାମ୍ବିଧାନିକ ପଦବୀ ରେ ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇ ପାରିବ ତାହା ସେ ନିଶ୍ଚିତ ଭାବରେ କରିବେ । ରାଷ୍ଟ୍ରପତି ଭବନ ର ବିଭିନ୍ନ ହଲ ଏବଂ ଭୁବନ ଗାର୍ଡେନ ମଧ୍ୟ ସେମାନେ ବୁଲି ଦେଖିଛନ୍ତି ।

ତାଙ୍କୁ ଉପହାର ସ୍ୱରୂପ ଦେଇଥିବା ଶାଢ଼ୀ ଏବଂ ତାରକସି କାମର ଫଟୋ ଦେଖି ରାଷ୍ଟ୍ରପତି ବହୁତ ଖୁସି ମଧ୍ୟ ହେଲେ । ଓଡ଼ିଶା ବିଧାୟକ କମିଟି ପାଇଁ ଏହା ଏକ ଆନନ୍ଦ ର ମୁହୂର୍ତ୍ତ ଥିଲା । ରାଷ୍ଟ୍ରପତି ଭବନ ରେ ସେମାନଙ୍କ ନିମନ୍ତେ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହା ସହିତ ସମସ୍ତ ଓଡିଶାବାସୀ ଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ମାନ୍ୟବର ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ ସମସ୍ତଙ୍କ ସହିତ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ନିଶ୍ଚିତ ଭାବରେ ଆପଣ ମାନେ କହି ପାରିବେ ଯେ, ଏହା ଏକ ଭବ୍ୟ ମୁହୂର୍ତ୍ତ ଥିଲା ଏବଂ ରାଷ୍ଟ୍ରପତି ଭବନ ରେ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା ।

ଓଡ଼ିଶା ର ବିଧାୟକ କମିଟି ମୋଗଲ ଗାର୍ଡେନ ଠାରୁ ଆରମ୍ଭ କରି ଦରବାରୀ ହଲ୍ ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ ଏବଂ ଅତୀତ ର ସ୍ମୃତି ମଧ୍ୟ ସାଉଁଟି ଥିଲେ । କାରଣ ମାନ୍ୟବର ରାଷ୍ଟ୍ରପତି ମଧ୍ୟ ପୂର୍ବରୁ ବିଧାୟକ ଥିଲେ । ତେବେ ଏହି ମୁହୂର୍ତ୍ତ କୁ ବର୍ଣ୍ଣନା କରୁଛନ୍ତି ବିଧାୟକ ମାନେ ।

Leave a Reply

Your email address will not be published. Required fields are marked *