ରାସ୍ତାରେ ବାୟାଣୀ ପରି ବୁଲୁଥିଲେ ଏହି ମହିଳା, ସମ୍ମାନିତ କଲା ଏକ ଅନୁଷ୍ଠାନ, ଲୋକେ ଯେତେବେଳେ ତାଙ୍କ ପରିଚୟ ଜାଣିଲେ ସମସ୍ତଙ୍କ ହୋସ ଉଡିଗଲା

ନମସ୍କାର ବନ୍ଧୁଗଣ ପତଳା ଚେହେରା ସାଙ୍ଗକୁ ମୁଣ୍ଡରେ ଅଧା ପାଚିଲା ଚୁଟି ଏବଂ ମିଳିମଛିଆ ନୀଳ ରଙ୍ଗ ର ଏକ ନାଇଟ ଗାଉନ ପିନ୍ଧି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଡୁନଲୋପ ବାରାବଜାର ରେ ବୁଲୁଛନ୍ତି ଜଣେ ମହିଳା । ଉଠା ଦୋକାନୀ ମାନେ ଯାହା ଖାଇବାକୁ ଦେଉଛନ୍ତି ତାକୁ ଖାଉଛନ୍ତି । ବେଳେବେଳେ ଇଂରାଜୀ ରେ କଥା ମଧ୍ୟ ହେଉଛନ୍ତି । ତେବେ ଲୋକେ ତାଙ୍କୁ ବାୟାଣୀ ବୋଲି ଭାବୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରକୃତ ପରିଚୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଏହି ମହିଳା ଜଣଙ୍କ କିଏ ଏବଂ ତାଙ୍କ ପ୍ରକୃତ ପରିଚୟ କଣ ?

ତେବେ ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ପଶ୍ଚିମବଙ୍ଗ ର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଧ ଦେବ ଭଟ୍ଟାଚାର୍ୟ ଙ୍କ ଦେଢ଼ ଶାଶୂ ଇରା ବସୁ । ଯେଉଁ ମୁଖ୍ୟମନ୍ତ୍ରୀ ୧୦ ବର୍ଷ ରୁ ଅଧିକ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଙ୍କ ଦେଢ଼ଶାଶୁ ଙ୍କ ର ଏହି ଭଳି ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ସେ କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦେଢ଼ଶାଶୁ ନୁହେଁ ବରଂ ସେ ଜଣେ ଶିକ୍ଷୟତ୍ରୀ ଏବଂ ଭାଇରୋଲୋଜି ରେ ପିଏଚଡ଼ି କରିଛନ୍ତି । ଏହା ଛଡା ସେ ଇଂରାଜୀ ଏବଂ ବଙ୍ଗଳା ଭାଷା କୁ ସ୍ପଷ୍ଟ ରେ କହିପାରନ୍ତି ।

ତେବେ ସେ ଉତ୍ତର ୨୪ ପ୍ରଗଣା ର ପ୍ରିୟନାଥ ଗାର୍ଲସ ହାଇସ୍କୁଲ ରେ ଜୀଵ ବିଜ୍ଞାନ ର ଶିକ୍ଷୟତ୍ରୀ ଥିଲେ । ଏହା ଛଡା ସେ ଜଣେ ରାଜ୍ୟ ସ୍ତରୀୟ ଆଥଲେଟ ଭାବେ ମଧ୍ୟ ପରିଚିତ ଥିଲେ । ସେ ଟେବୁଲ ଟେନିସ ସହ କ୍ରିକେଟ ମଧ୍ୟ ବହୁତ ଭଲ ଭାବରେ ଖେଳି ପାରନ୍ତି । ତେବେ ଇରା ୧୯୭୬ ମସିହାରେ ପ୍ରିୟନାଥ ଗାର୍ଲସ ହାଇସ୍କୁଲରେ ରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ଏଵଂ ୩୪ ବର୍ଷ ଶିକ୍ଷାଦାନ ପରେ ୨୦୦୯ ଜୁନ ୨୮ରେ ଚାକିରି ରୁ ଅବସର ନେଇଥିଲେ ଏବଂ ତା ପରେ ସେ କେଉଁ ଆଡେ ଗାୟବ ହୋଇ ଯାଇଥିଲେ ।

ତେବେ ତାଙ୍କ ସହ କର୍ମୀ ମାନେ କୁହନ୍ତି କି ସେ ଅବସର ନେବା ପରେ ତାଙ୍କ ପେନସନ ପାଇଁ ସବୁ ପ୍ରକାର ର କାଗଜ ପତ୍ର ଦାଖଲ କରିବାକୁ କୁହାଯାଇଥିଲା କିନ୍ତୁ ସେ କିଛି ବି ଦାଖଲ କରି ନଥିଲେ ଏବଂ ସେଥିପାଇଁ ତାଙ୍କୁ ପେନସନ ମଧ୍ୟ ମିଳୁ ନାହିଁ । ତେବେ ଚଳିତ ବର୍ଷ ଗୁରୁଦିବସ ଦିନ ଡୁନ ଲୋପ ର ଏକ ସଂସ୍ଥା ଆର୍ତ୍ତଜନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କୁ ଫୁଲହାର ପିନ୍ଧାଇବା ସହ ମିଠା ମଧ୍ୟ ଖୁଆଯାଇଥିଲା ।

ତେବେ ସେତେବେଳେ ଇରା କହିଥିଲେ ଏବେବି ମୋତେ ସମସ୍ତ ଶିକ୍ଷକ ମାନେ ଏଵଂ ମୋ ଛାତ୍ରଛାତ୍ରୀ ମାନେ ମନେ ରଖିଛନ୍ତି ଏବଂ ମୋତେ କୁଣ୍ଢେଇ ଧରିଛନ୍ତି ଜାଣି ବହୁତ ଖୁସି ଲାଗିଲା ।ତେବେ ତାଙ୍କୁ ଭିଆଇପି ଘର ସହିତ ସମ୍ପର୍କ ଥିବା କଥା ପଚାରିବାରୁ ସେ କହିଥିଲେ କି ମୋତେ ତାଙ୍କ ଠାରୁ କୌଣସି ସାହାର୍ଯ୍ୟ କିମ୍ବା ଫାଇଦା ଚାହୁଁନାହିଁ । ମୁଁ ଭିଆଇପି ପରିଚୟ ଲୋଡ଼ା ନାହିଁ ।

ତେବେ ଇରା ଙ୍କ ଏହି ଅବସ୍ଥା ସୋ-ସି-ଆ-ଲ ମି-ଡ଼ି-ଆ- ରେ ଭା-ଇ-ରା-ଲ ହେବା ପରେ ପ୍ରଶାସନ ତୁରନ୍ତ ତାଙ୍କୁ ସାହାର୍ଯ୍ୟ କରିଥିଲେ । ଖାରଦା ପ୍ରଶାସନ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ସ୍ୱାସ୍ଥ୍ୟ ର ଚେକ ଆପ ପାଇଁ ହସ୍ପିଟାଲକୁ ନେଇଥିଲେ । ତେବେ ଇରା କୁ ଅନଲାଇନ କ୍ଳାସ ବିଷୟରେ ପଚାରିବାରୁ ସେ ଉତ୍ତର ରେ ଏହାକୁ ସମର୍ଥନ କରୁ ନାହାନ୍ତି ବୋଲି କହିଥିଲେ କାରଣ ପିଲା ମାନେ ଏଥିରେ ବହୁ ଅସୁବିଧା ଭୋଗ କରୁଛନ୍ତି ଏବଂ ପ୍ରାକ୍ଟିକାଲ ପାଠ ପଢି ପାରୁ ନାହାଁନ୍ତି । ତେବେ ଇରା ବର୍ତ୍ତମାନ ମଧ୍ୟ ଶିକ୍ଷାଦାନ କରିବାର ଦକ୍ଷତା ରଖିଛନ୍ତି ।

Leave a Reply

Your email address will not be published. Required fields are marked *