‘ମୋଦୀଙ୍କୁ ଡାକ, ମୁଁ ମୋଦୀଙ୍କୁ ବାହା ହେବି, ନହେଲେ…’ ହେ ପ୍ରଭୁ ! ରାସ୍ତା ମଝିରେ ଯୁବତୀଙ୍କ ଇଏ କି କାଣ୍ଡ…ଦେଖିଲେ ହସି ହସି ଗଡିବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ସମୟ ସମୟରେ ସୋସିଆଲ ମିଡିଆରେ ଏପରି ସବୁ ଭିଡ଼ିଓ ଭାଇରଲ ହୋଇଥାଏ ଯାହାକି ଖୁବ ଆଶ୍ଚର୍ଯ୍ୟ ଜନକ ଏବଂ ହାସ୍ୟାସ୍ପଦ ଅଟେ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହିପରି ଏକ ଭିଡ଼ିଓ ଭାଇରଲ ହେଉଛି ତାହା ଶୁଣିଲେ ଆପଣ ମଧ୍ୟ ନିଜ ହସକୁ ଅଟକାଇ ପାରିବେ ନାହିଁ । ତେବେ ସେହି ଭିଡ଼ିଓ ଅନୁଯାୟୀ ଜଣେ ମହିଳା ପୁରା ଗଣମାଧ୍ୟମ ସାମ୍ନାରେ କହୁଛନ୍ତି ଯେ ‘ ମୁଁ ମୋଦୀଙ୍କୁ ବାହା ହେବି ‘ ।

ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ମହିଳା ଜଣଙ୍କର କୌଣସି ବ୍ୟକ୍ତିଗତ ଦାବି ନାହିଁ । ତାସତ୍ତ୍ୱେବି ସେ ଏପରି କିଛି କହୁଛନ୍ତି । ଆଉ ଯାହାକୁ ଶୁଣି ହସ ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳାଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି । ମହିଳାଙ୍କ ହାଇ ଡ୍ରାମା ଏତେ ବଢି ଯାଇଛି ଯେ, ଘଟଣା ସ୍ଥଳରେ ମହିଳା ପୋଲିସ କର୍ମୀଙ୍କୁ ଆସିବାକୁ ପଡିଛି ।

ତେବେ ମହିଳାଙ୍କ ଗୋଟିଏ ଜିଦ ସେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାହା ହେବେ । ସେ ହାତ ଯୋଡି କହିଛନ୍ତି, ମୁଁ ମୋଦୀଙ୍କୁ ବାହା ହେବି ମୋଦୀ ନହେଲେ ନବୀନ ପଟ୍ଟନାୟକଙ୍କୁ ବାହା ହେବି । ମୁଁ ମୋଦୀ ସରକାରଙ୍କୁ ବାହା ହେଲେ ମୋର ସବୁ ସଫଳ ହେବ । ସେ ମହିଳା କର୍ମୀଙ୍କୁ ହାତ ଯୋଡି କହିଛନ୍ତି, ମା ଲୋ ମୋତେ ଏତିକି ସାହାର୍ଯ୍ୟ କର । ତାଙ୍କ ମତରେ ସରକାର ତାଙ୍କୁ କୌଣସି ସାହାର୍ଯ୍ୟ କରିଲା ନାହିଁ ।

ସେ ଭିଡିଓ କଲ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କୁ ବିବାହ ପ୍ରସ୍ତାବ ଦେଇ ତାଙ୍କ ଗାଁଙ୍କୁ ନେବା ପାଇଁ ଚାହୁଁ ଛନ୍ତି । ମହିଳା ପୋଲିସ କର୍ମୀ ମାନେ କହୁଥିଲେ, ଆପଣ ଆପ୍ଲିକେସନ ଦେଇ ଦେଖା କରି ପାରିବେ ହେଲେ ଉକ୍ତ ଯୁବତୀ ଜଣକଙ୍କ ଏକା ଜିଦ ତାଙ୍କୁ କିଛି କାଗଜ କଲମ ଦରକାର ନାହିଁ ତାଙ୍କ ପାଟି ବହୁତ ।

ତେବେ ପ୍ରଥମରୁ ତ ଏପରି ଲାଗୁଥିଲା ଯେପରି ସେ ଜଣେ ଗରିବ ପରିବାରର ତେଣୁ ନିଜର ହକ ପାଇଁ ବୋଧହୁଏ ଏପରି କହୁଛନ୍ତି । କିନ୍ତୁ ସେ ନିଜେ କହିଛନ୍ତି ଯେ କୌଣସି ସ୍ଥାନରେ ସେ ଚାକିରୀ କରନ୍ତି ଯେଉଁଠାରୁ ସେ ୩୦ ହଜାର ଟଙ୍କା ଦରମା ମଧ୍ୟ ପାଆନ୍ତି । ତେବେ ବାସ୍ତବ କଥା ଏହା ଯେ ସେ କେବଳ ମୋଦୀଙ୍କୁ ଥରେ ଭେଟିବାକୁ ଚାହୁଁଛନ୍ତି । ଏହା ଶୁଣିବା ପରେ ସେଠାରେ ଥିବା ଲୋକେ ତାଙ୍କୁ ପାର୍ଟି ଅଫିସକୁ ଯିବାକୁ କହିଛନ୍ତି ।

କିନ୍ତୁ ମହିଳାଙ୍କର ଗୋଟିଏ କଥା ସେ କେବଳ ମୋଦୀଙ୍କୁ ହିଁ ଦେଖା କରିବାକୁ ଚାହାଁନ୍ତି । ଏହା ମଧ୍ୟରେ ଆଉ ଏକ କଥା ଯାହା ମହିଳା ଜଣକ କହିଛନ୍ତି । ସେଠାରେ ଥିବା ଦୁଇ ଜଣ ମହିଳା ପୋଲିସ ତାଙ୍କୁ କାରଣ ପଚାରିବା ସମୟରେ ମହିଳା ଜଣକ ଅଦ୍ଭୁତ ବ୍ୟବହାର ଦେଖାଇଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ସେ ପୋଲିସ ପୋଷାକକୁ ପସନ୍ଦ କରନ୍ତି ନାହିଁ । କୁକୁର ମାନଙ୍କୁ ପସନ୍ଦ କରନ୍ତି ନାହିଁ । ତେବେ ଅନ୍ୟର ସୁରକ୍ଷା ଦେଉଥିବା ଅଧିକାରୀଙ୍କୁ ଏହି ମହିଳାଙ୍କ ଏପରି ବ୍ୟବହାର ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ପୁଣି ନିଜର ଏହି କାମକୁ ଭଗବାନଙ୍କ ଦୟାରୁ କରି ପାରିଛନ୍ତି ବୋଲି କହୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *