ରାଶିଫଳ 24 ଜୁଲାଇ 2020 : ଶୁକ୍ରବାର ଦିନ ଗ୍ରହ ନକ୍ଷେତ୍ର କରି ପାରନ୍ତି ଗଡବଡ, ୬ଟି ରାଶି ରୁହନ୍ତୁ ସାବଧାନ, ବଢିବ କଷ୍ଟ

ଆଜି 24 ଜୁଲାଇ 2020 ଶୁକ୍ରବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଭାବିଥିବା କାମ ଠିକ ସମୟରେ ପୁରା ହେବ । ଶାରୀରିକ ଏବଂ ମାନସିକ ଲାଭ ପାଇଁ ଧ୍ୟାନ ଏବଂ ଯୋଗ କରିବା ଆବଶ୍ୟକ ଅଟେ । ଜୀବନରେ ସ୍ଥିରତା ଆଣିବା ପାଇଁ ଆପଣ ଚେଷ୍ଟା କରିବେ ଏବଂ ବୃତ୍ତିଗତ କ୍ଷେତ୍ରରେ ଭବିଷ୍ୟ ସୁନିଶ୍ଚିନ୍ତ କରିବା ପାଇଁ ଚେଷ୍ଟା ଆରମ୍ଭ ମଧ୍ୟ କରିବେ । ଆପଣ ସେହି ଯୋଜନାରେ ନିବେଶ କରିବା ପୂର୍ବରୁ ଦୁଇ ଥର ଭାବନ୍ତୁ ଯାହା ଆଜି ଆପଣଙ୍କ ସାମାନାକୁ ଆସିଛି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପାରନ୍ତି ।

ବୃଷ

ଆଜି ଆପଣଙ୍କର ସଫଳତାର ସ୍ତର ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ହୋଇ ପାରେ । ଲାଭ ହେବ । ଆଜି ଦିନରେ ଆପଣଙ୍କ ପ୍ରେମ ଜୀବନରେ ତାରା ମାନଙ୍କର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିବ । ପାର୍ଟନରଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଅସହାୟ ଲୋକଙ୍କୁ ଖାଇବା ଜିନିଷ ଦାନ କରନ୍ତୁ । ଆଜି ଆପଣଙ୍କ ଦେହ ଖରାପ ହୋଇ ପାରେ । ଛୋଟ ଛୋଟ କଥାରେ ମଧ୍ୟ ଆପଣଙ୍କୁ ଖୁସି ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାରେ ଘର ଲୋକଙ୍କର ସହଯୋଗ ମିଳିବ ।

ମିଥୁନ

ଆଜି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ବିଶେଷତା ଆପଣଙ୍କୁ ସଂମ୍ମାନ ଦେବ । ଜୀବନସାଥୀଙ୍କର କୌଣସି ଆକସ୍ମିକ କାର୍ଯ୍ୟ କାରଣ ପାଇଁ ଆପଣଙ୍କ ଯୋଜନା ବିଗିଡି ଯାଇ ପାରେ । ଆଜି ଆପଣଙ୍କ ପ୍ରେମ ରାସ୍ତାରେ ଆସୁଥିବା ସବୁ ବାଧା ଦୂର ହୋଇ ଯିବ । ଆପଣ ଯାହାକୁ ଭଲ ପାଉଛନ୍ତି ଆଜି ସେ ଆପଣଙ୍କୁ ମିଳିଯିବେ । ଅଫିସ ଅଧିକାରୀଙ୍କ ଠାରୁ ଉତ୍ସାହ ମିଳିବ । ମାଆଙ୍କ ଠାରୁ ଲାଭ ହେବ । ବୈବାହିକ ଜୀବନ ଭଲ ରହିବ ।

କର୍କଟ

ଆଜି ଦିନରେ ଆପଣ କାମକୁ ଅଲଗା ରଖି ଟିକେ ଆରାମ କରନ୍ତୁ ଏବଂ କିଛି ଏମିତି କରନ୍ତୁ ଯେଉଁଥିରେ ଆପଣଙ୍କୁ ଖୁସି ମିଳିବ । ଜମିବାଡି ବିକିବାରେ ମଧ୍ୟ ଆପଣଙ୍କୁ ଭଲ ଲାଭ ହେବ । ବିବାହ ପାଇଁ ପ୍ରସ୍ତାବ ମିଳିବ । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନାତ୍ମକ କଳା ପ୍ରତି ଆଗ୍ରହ ରହିବ । ସନ୍ତାନ ମାନଙ୍କ ପ୍ରତି ଚିନ୍ତା ରହିବା ଦ୍ଵାରା ମନରେ ବ୍ୟସ୍ତତା ରହିବ । ଛାତ୍ର ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ, ଏହି ପରିଶ୍ରମ ପରେ ଆପଣ ନିଶ୍ଚିନ୍ତ ଭାବେ ସଫଳ ହେବେ ।

ସିଂହ

ଆଜି ଆପଣଙ୍କୁ ବ୍ୟବସାୟ, ପ୍ରେମ ଏବଂ ପରିବାର ବିଷୟରେ କିଛି ଜାଣିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ ରହିବ । ପରିବାରରେ ଖୁସି ରହିବ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଯାହାଦ୍ୱାରା କାମ କରିବାରେ ମନ ଲାଗିବ । ଆପଣଙ୍କ ପାଇଁ ଭଲ ହେବ କି ପ୍ରତିଦିନ ଯୋଗଭ୍ୟାସ କରନ୍ତୁ । କୌଣସି ବିଶ୍ଵାସୀ ଲୋକଙ୍କ ଠାରୁ ରାୟ ନେବାରେ ଟିକେ ହେଲେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ । ପରିବର୍ତ୍ତନ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ ଦିଗରେ ନେଇ ଯିବାରେ ସଫଳ ରହିବେ ।

କନ୍ୟା

ଆଜି ଆପଣଙ୍କୁ ଆପଣଙ୍କ ରାଗ ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ, ନହେଲେ ଅଯୋଥା ବିବାଦରେ ପଡି ଫସି ପାରନ୍ତି । ଅବିବାହିତ ଲୋକଙ୍କୁ ଜୀବନସାଥୀ ମିଳିବାର ଯୋଗ ଅଛି । କୌଣସି ବି ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିଜ ବୟସ୍କ ବ୍ୟକ୍ତି ମାନଙ୍କର ଆଶୀର୍ବାଦ ନିଅନ୍ତୁ । ମା ଦୁର୍ଗାକୁ ଲାଲ ସିନ୍ଦୁର ଚଢାନ୍ତୁ, ବିଗିଡି ଯାଇ ଥିବା କାମ ପୁରା ହେବ । ପରିବାରରେ ସ୍ତ୍ରୀ ଏବଂ ପୁତ୍ରଙ୍କ ଠାରୁ ଭଲ ଖବର ମିଳିବ । ଖାଇବା ପିଇବାର ସୁନ୍ଦର ଆୟୋଜନ କରିବେ ।

ତୁଳା

ଆଜି ଘର ସହିତ ଯୋଡି ହୋଇଥିବା ଯୋଜନା ଉପରେ ବିଚାର କରିବାର ଆବଶ୍ୟକ ଅଛି । ମନ ଖୁସି ରହିବ । ସତେଜତା ଅନୁଭବ ହେବ ଏବଂ କାମ କରିବାର ଶକ୍ତି ଆସିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ ନହେଉ ତାହାର ଧ୍ୟାନ ରଖିବେ । କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ମାମଲାରେ ଆପଣଙ୍କ ଚିନ୍ତା ରହିବ । ଘରର ବାତାବରଣ ମଧ୍ୟ ଟିକେ ଖରାପ ରହି ପାରେ । ଓକିଲଙ୍କ ପାଖକୁ ଯାଇ ଆଇନ ପରାମର୍ଶ ନେବା ପାଇଁ ଆଜିର ଦିନ ଭଲ ଅଟେ ।

ବିଛା

ବେପାର ଏବଂ ଆୟରେ ବୃଦ୍ଧି ହେବ । ବନ୍ଧୁଙ୍କ ଠାରୁ ଲାଭ ହେବ । ବନ୍ଧୁ ଆପଣଙ୍କ ସପକ୍ଷରେ ଠିଆ ହୋଇ ଆପଣଙ୍କୁ ସାହାଯ୍ୟ କରିବେ । ଛୋଟ ଭାଇ ଭଉଣୀ ଏବଂ ସାଙ୍ଗ ମାନଙ୍କ ପାଇଁ ଟଙ୍କା ଖର୍ଚ କରିବେ । ଭାଗ୍ୟ ଆପଣଙ୍କ ସହିତ ଅଛି ଏବଂ ସଫଳତା ମଧ୍ୟ ଆପଣଙ୍କୁ ମିଳିବ । ଚାକିରିରେ ଉଚ୍ଚଅଧିକାରୀଙ୍କ କୃପା ଦୃଷ୍ଟିରୁ ଆପଣଙ୍କର ପ୍ରମୋଶନ ହେବାର ମଧ୍ୟ ସମ୍ଭାବନା ଅଛି । ନିର୍ଦ୍ଧାରିତ କାମକୁ ପୁରା କରି ପାରିବେ । ବନ୍ଧୁଙ୍କ ସହିତ ଦେଖା ହେବାର ସୁଯୋଗ ମିଳିବ ।

ଧନୁ

ଆଜିର ଦିନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସି ଏବଂ ଶାନ୍ତି ଦେବ । ସଂଯମ ରଖିବାର ଆବଶ୍ୟକତା ଅଛି । ଘର ଠାରୁ ଦୂରରେ କାମ କରୁଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି । ପ୍ରକୃତି ଆପଣଙ୍କୁ ଆତ୍ମବିଶ୍ଵାସ ଏବଂ ତୀକ୍ଷଣ ମନ ଦେଇଛି । ଏଥିପାଇଁ ଆପଣ ଏହାର ସମ୍ପୂର୍ଣ ବ୍ୟବହାର କରନ୍ତୁ । ଆଜି ଆପଣ ଅଧିକ ଆମ୍ବେଦନଶୀଳତା ଏବଂ ଭାବୁକତାର ଅନୁଭବ କରିବେ । ପ୍ରେମ ପ୍ରସଙ୍ଗ ପାଇଁ ଏହା ଠିକ ସମୟ ଅଟେ ।

ମକର

ଆଜି ଆପଣଙ୍କ ସୃଜନାତ୍ମକତା ଆପଣଙ୍କୁ ଅନ୍ୟ ସାଥିଙ୍କ ଠାରୁ ଆଗକୁ ନେଇ ଯିବ । ଆଖପାଖଙ୍କ ଲୋକଙ୍କ ସହିତ ମିଶି କାମ କରିବାର ଦିନ ଅଟେ । ଏକ ପୁରୁଣା ରହସ୍ୟ ସାମନାକୁ ଆସିପାରେ ଯେଉଁଥି ପାଇଁ ସନ୍ଦେହ ସୃଷ୍ଟି ହୋଇ ପାରେ । ପରିବାରରେ କୌଣସି ପିଲାଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ । ଯେଉଁ ଲୋକ ବେରୋଜଗାର ଅଟନ୍ତି ସେମାନଙ୍କ ତଲାସ ପୁରା ହୋଇ ପାରେ । ଆପଣଙ୍କୁ ସରକାରୀ ଚାକିରି ମଧ୍ୟ ମିଳିପାରେ ।

କୁମ୍ଭ

ଆଜି ଛାତ୍ର ମାନଙ୍କୁ ପାଠ ପଢାରେ ଭଲ ପରିଣାମ ମିଳିବ । କିଛି କାର୍ଯ୍ୟ କରିବାର ଆପଣଙ୍କର ଅସାଧାରଣ ଉପାୟ ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିବ ଏବଂ ଏହା ଆପଣଙ୍କୁ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । ସମ୍ଭବ ହେଲେ ସ୍ଥାନାନ୍ତରଣରୁ ଦୂରେଇ ରୁହନ୍ତୁ । ଆଜିର ଦିନ ବ୍ୟବସାୟୀ ମାନଙ୍କ ପାଇଁ ଶୁଭ ଅଟେ । ଭଗବାନଙ୍କ ପ୍ରତି ଆପଣଙ୍କର ବିଶ୍ଵାସ ବଢିବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ ।

ମୀନ

ଆଜି ଦିନରେ ନିବେଶ କରିବା ପାଇଁ ଭଲ ଦିନ ନୁହେଁ, ବ୍ୟବସାୟରେ କିଛି କ୍ଷତି ହୋଇ ପାରେ କିନ୍ତୁ ଏହି କ୍ଷତିକୁ ସାବଧାନର ସହିତ ଏଡାଇ ଦିଆଯାଇ ପାରେ । ଆପଣଙ୍କ ଜୀବନସାଥୀ ଆପଣଙ୍କ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିବେ । ଆପଣଙ୍କ ପିଲା ଶିକ୍ଷା ମାମଲାରେ ଯୋଡି ହୋଇଥିବା ଆପଣଙ୍କ ପରାମର୍ଶ ଉପରେ ମନଭାବ କରିବେ । କୌଣସି ବଡ ଯୋଜନା ଏବଂ ବିଚାର ଜରିଆରେ ଆପଣଙ୍କ ଧ୍ୟାନ ଆକର୍ଷିତ କରିପାରେ । ଆପଣଙ୍କ ମୁହଁରେ ହସ ରହିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *