Vijay Deverkonda ସହିତ ସମ୍ପର୍କକୁ ନେଇ ମୁହଁ ପ୍ରଥମ ଥର ମୁହଁ ଖୋଲିଲେ Rashmika Mandanna, କହିଲେ ଖୁବ ଶୀଘ୍ର ଏହି ହୀରୋଙ୍କୁ କରିବେ ବିବାହ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସାଉଥର ଦିଗଜ ଅଭିନେତା ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦନାଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ଦୁଇଜଣ କଳାକାର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଉଭୟ ଅନେକ ସୁପର ହିଟ ଫିଲ୍ମରେ ଏକା ସହ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ‘ଡିୟର କମରେଡ’ ଓ ‘ଗୀତା ଗୋବିନ୍ଦମ’ ଆଦି ଫିଲ୍ମରେ ଏକା ସହ କାମ କରିଛନ୍ତି ।

ତେବେ ବନ୍ଧୁଗଣ ଏହି ଦୁଇଜଣ ଲଭ ରିଲେସନରେ ଥିବା କଥା ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହି ଦୁଇଜଣଙ୍କୁ ଏକା ସହ ଅନେକ ସ୍ଥାନରେ ଦେଖା ଯାଇଛି ଓ ଏହି ଦୁଇଜଣଙ୍କ ଦେଟିଙ୍ଗ ଖବର ବହୁତ ବହୁତ ଭାଇରାଲ ହେଉଛି । ତେବେ ବର୍ତ୍ତମାନ ଏକ ଖବର ଆସୁଛି ଯେ, ଏହି ଦୁଇଜଣ ୨୦୨୨ ବର୍ଷ ଶେଷ ସୁଧା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ହେଲେ ରଶ୍ମିକା ଓ ବିଜୟ କେବେବି ନିଜ ରିଲେସନକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ସବୁବେଳେ ଏମାନେ ପରସ୍ପରର ଭଲ ବନ୍ଧୁ ବୋଲି କହିଛନ୍ତି । ଗତ କିଛି ଦିନ ପୂର୍ବରୁ ରଶ୍ମିକା ଏକ ଇଣ୍ଟର୍ବ୍ୟୁରେ ଏହାକୁ ନେଇ ନିଜର ବୟାନ ଦେଇଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ରଶ୍ମିକାଙ୍କ ମତରେ, ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଓ ସେ ବିବାହ ବିଷୟରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ତାଙ୍କ ପାଇଁ ପ୍ରେମ ହେଉଛି ପରସ୍ପରକୁ ସମ୍ମାନ ଦେବା ଓ ପରସ୍ପର ମଧ୍ୟରେ ସୁରକ୍ଷିତ ଅନୁଭବ କରିବା । ସେ ଏବେ ବହୁତ ବୟସରେ ଛୋଟ ଅଛନ୍ତି ସେଥିପାଇଁ ସେ ବିବାହ ବିଷୟରେ ଭାବି ନାହାନ୍ତି । ରଶ୍ମିକାଙ୍କୁ ତାମିଲ କଲଚର ବହୁତ ପ୍ରଭାବିତ କରେ । ସେ କୌଣସି ତାମିଲ ଯୁବକଙ୍କ ସହ ବିବାହ କରିବାକୁ ଚାହୁଁ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିଜୟ ଓ ରଶ୍ମିକାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *