ପୁଣି ଭାଇରାଲ ହେବାରେ ଲାଗିଛନ୍ତି ଆଉ ଜଣେ ‘ଗଲି ବୟ’, ଦେଶୀ ଅନ୍ଦାଜ୍ ରେ Rap ଗାଇ ମନ ଜିଣୁଛନ୍ତି ଓଡିଶାର ଏହି ଦେଶୀ ରାପର, ଦେଖନ୍ତୁ Video

ଗାଆଁ ଗହଳିର କଥା, ଭଲ ମନ୍ଦ ଓ ରାଗ ରୁଷାକୁ ରାପ୍ ରେ ପରିଣତ କରୁଛନ୍ତି ଏହି ଓଡିଆ ରାପର୍ । ମାତ୍ର 19 ବର୍ଷ ବଯସ୍କ ରାହୁଲ ଖୋସଲା ବିନା ତାଲିମରେ ମଧ୍ୟ ଏବ ବନି ଯାଇଛନ୍ତି ଓଡିଶାର ‘ଗଲି ବୟ’ ।

କେତେବେଳେ ‘ଡେଗା ଡେଗା’ ତ କେତେବେଳେ ‘ଗାଡ୍ ଭର୍ତ୍ତି ପଣି ମାରିଲାଣି’ କୋରାପୁଟିଆ ଦେଶୀ ଭାଷାରେ ଏପରି ଅନେକ ଗୀତ ଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି କୋରାପୁତ୍ର ଏହି ଯୁବକ । ଲକଡାଉନ ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଯୁବକ ଓ ଯୁବତୀଙ୍କ ମନୋରଞ୍ଜନ କରୁଛନ୍ତି ଡିପ୍ଲୋମା ଛାତ୍ର ରାହୁଲ ଖୋସଲା । ସବୁଠୁ ରୋଚକ କଥା ହେଉଛି ରାହୁଲ ନିଜ ଘରେ ଏକ ଛୋଟ ଷ୍ଟୂଡିଓ କରିଛନ୍ତି ।

ସେ ଗୀତ ଲେଖିବା ଓ ଗାଇବା ସହ ସ୍ଵର ସଂଯୋଜନା ମଧ୍ୟ ନିଜେ କରୁଛନ୍ତି ଏବଂ ଭି-ଡି-ଓ ଗୁଡିକୁ ନିଜେ ଏଡିଟ ମଧ୍ୟ କରୁଛନ୍ତି । ଭି-ଡି-ଓ ପ୍ରସ୍ତୁତ ହୋଇଯିବା ପରେ ବିଭିନ୍ନ ସୋ-ସି-ଆ-ଲ ମି-ଡି-ଆରେ ଅଫଲୋଡ କରନ୍ତି ରାହୁଲ । ପ୍ରଥମେ ଡେଗା ଡେଗା ରାପ୍ ଗୀତ ଗାଈ ଲୋକଲୋଚନକୁ ଆସିଥିବା ରାହୁଲ, ଏପର୍ଯ୍ୟନ୍ତ ୨୦ରୁ ଅଧିକ ଗୀତ ପ୍ରସ୍ତୁତ କରି ସାରିଲେଣି । କେବଳ ଗୀତ ନୁହେଁ, ଆଖପାଖ ପିଲାଙ୍କୁ ଡାକି ଭି-ଡି-ଓ ବନାଇବା ପାଇଁ ଡାନ୍ସିଙ୍ଗ ଟ୍ରେନିଂ ମଧ୍ୟ ଦେଉଛନ୍ତି ରାହୁଲ ।

ନିଜ ସମ ବୟସ୍କ ପିଲାଙ୍କୁ ନାଚ ଶିଖାଇ ମୋବାଇଲ ସାହାଯ୍ୟରେ ସେ ଭି-ଡି-ଓ କରନ୍ତି । ଏହିସବୁ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ ଅକ୍ରିୟ ରାହୁଲ ଲୋକଙ୍କ ମନୋରଞ୍ଜନ କରିବା ସହ ସେଥିରୁ କିଛି ରୋଜଗାର ମଧ୍ୟ କରୁଛନ୍ତି । ଏତେ କମ ବୟସରେ ଯୁବା ପିଲାଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣାର ଉତ୍ସ । ଓଡିଶା ସମତେ ବାହାର ରାଜ୍ୟରେ ମଧ୍ୟ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ଏବେ ବଢି ଚାଲିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକରିଗୁମାରେ ରାହୁଲଙ୍କ ଘର ।

ବର୍ତ୍ତମାନ ସେ ଶିମିଳିଗୁଡାରେ ଡିପ୍ଲୋମା କରୁଛନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଓ ମା ହେଉଛନ୍ତି ଗୃହିଣୀ । କଲେଜ ବନ୍ଦ ଥିବାରୁ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ବାଟ ଦେଖାଇଛି । ସେଥିପାଇଁ ସେ ନିଜ ଭାଷାକୁ ଗୁରୁତ୍ଵ ଦେଇ ୟୁଟ୍ଯୁବ ଜରିଆରେ ଏବେ ସାଜିଛନ୍ତି ଦେଶୀ ରାପର୍ । ତାଙ୍କୁ ଲୋକେ କୋରାପୁଟର କୋହିନୁର ମଧ୍ୟ କହୁଛନ୍ତି ।

ରାହୁଲଙ୍କ ଏଭଳି ପ୍ରତିଭାକୁ ଦେଖି ତାଙ୍କ ଗ୍ରାମବାସୀ ମଧ୍ୟ ତାଙ୍କୁ ବାଃ ବାଃ କରୁଛନ୍ତି । କୋରାପୁଟ ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରପୁର ଅଟେ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଜ୍ୟ ଗାଁ ଗଣ୍ଡାର ବିଭିନ୍ନ କଥା ଓ ଚାଲି ଚଳଣିକୁ ନେଇ ସୁନ୍ଦର ସୁନ୍ଦର ଗୀତ ପ୍ରସ୍ତୁତ କରୁଛନ୍ତି ୧୯ ବର୍ଷୀୟ ରାହୁଲ । ନିଜ ପ୍ରତିଭା ବଳରେ ଏବେ ସେ ଧୀରେ ଧୀରେ ସବୁଆଡେ ପରିଚିତ ହେଲେଣି ।

ବିନା ତାଲିମରେ ଯଦି ରାହୁଲ ଏତିକି ସଫଳତା ପାଇଛନ୍ତି, ତେବେ ପ୍ରଶାସନଙ୍କ ସହାୟତା ପାଇଲେ ଓଡିଆ ଭାଷାକୁ ରାପ୍ ଯୁଗକୁ ଏକ ଭିନ୍ନ ସ୍ଥାନ ମିଳି ପାରିବ ବୋଲି ଆଶା କରାଯାଉଛି । ଆପଣଙ୍କୁ ରାହୁଲଙ୍କ ରାପ୍ ଗୀତ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ମଧ୍ୟ ଭୁଲିବେନି ।

Leave a Reply

Your email address will not be published. Required fields are marked *