ଖୁବ ଶୀଘ୍ର ଆସୁଛି Ranu Mandal ଙ୍କ Biopic, ରାନୁଙ୍କ ଭୂମିକାରେ ନଜର ଆସିବେ ଏହି ସୁନ୍ଦରୀ Actress

ନମସ୍କାର ବନ୍ଧୁଗଣ ଆଜିକାଲି ବଲିଉଡ଼ ରେ ଏକ ପ୍ରକାର ଟ୍ରେଣ୍ଡ ଚାଲିଛି ଯାହା କି ହେଉଛି ବାୟୋପିକ। ଜଣଙ୍କ ଜୀଵନ ଉପରେ ଆଧାରିତ କାହାକୁ କୁ ନେଇ ସିନେମା କରିବା। ତେବେ ପ୍ରଥମେ କୌଣସି ବଡ଼ ବଡ଼ ମହାନ ବ୍ୟକ୍ତି ଙ୍କ ଉପରେ ହେଉଥିଲା ଯିଏ ଆମ ଦେଶ ପାଇଁ ବହୁତ ଭଲ କାମ କରିଛନ୍ତି ଏବଂ ଦେଶ ର ସେ ଗର୍ବ ଏବଂ ଲୋକମାନେ ମଧ୍ୟ ସେହି ସିନେମା କୁ ଦେଖିବା ପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି ।

କିନ୍ତୁ ବର୍ତ୍ତମାନ ଧୀରେଧୀରେ ଏହା ଏକ ପ୍ରକାର ଟ୍ରେଣ୍ଡ ହୋଇଯାଇଛି ଯିଏ ଟିକେ ବି ଫେମଶ ହୋଇଯିବ ଏବଂ ଚର୍ଚ୍ଚା ରେ ରହିବ ତା ଉପରେ ସିନେମା ପ୍ରସ୍ତୁତ କରି ଦିଆଯାଉଛି। ତେବେ ସେଥିରେ ବହୁତ ଅଧିକ କାଳ୍ପନିକ ମଧ୍ୟ କରା ଦିଆଯାଉଛି କାରଣ ଲୋକମାନେ ଏହା ପ୍ରତି ଆକର୍ଷିତ ହୋଇବେ। ତେବେ ସେହିଭଳି ବଲିଉଡ ରେ ବର୍ତ୍ତମାନ ଆଉ ଏକ ବାୟୋପିକ ହେବାକୁ ଯାଉଛି ତେବେ ସେ ହେଉଛନ୍ତି ରାନୁ ମଣ୍ଡଲ।

ତେବେ ଏହି ରାନୁ ମଣ୍ଡଲ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯିଏ କି ନିଜ ଗୀତ ପାଇଁ ରାତାରାତି ଷ୍ଟାର ହୋଇ ଯାଇଥିଲେ ତେବେ ବର୍ତ୍ତମାନ ସେ ନିଜ ଆଟିତ୍ୟୁଡ଼ ଏବଂ ଅହଂ କୁ ନେଇ ସମ୍ପୂର୍ଣ୍ଣ ଗାୟବ ହୋଇ ଯାଇଛନ୍ତି। ତେବେ ବର୍ତ୍ତମାନ ର ସିନେମା ହୁଏତ ଫୁଣି ଥରେ ତାଙ୍କୁ ଲୋକପ୍ରିୟତା ହାସଲ କରେଇ ପାରେ। ତେବେ ଏହି ସିନେମା ର ନିର୍ଦେଶକ ହେଉଛନ୍ତି ଋଷିକେଶ ମଣ୍ଡଲ ତେବେ ଏହି ସିନେମା ରେ ମୁଖ୍ୟ ଅଭିନେତ୍ରୀ ହେଉଛନ୍ତି ହିନ୍ଦୀ ଏବଂ ବଙ୍ଗଳା ସିନେମା ରେ କାମ କରିଥିବା ଇସିକା।

ତେବେ ପ୍ରଥମେ ସୁଦୀପ୍ତ ଚକ୍ରବର୍ତ୍ତୀ ଙ୍କ ନାମ ଆସିଥିଲା କିନ୍ତୁ ପରେ ସମୟ ଅଭାବ ଯୋଗୁଁ ଇସିକା ଏହି ଭୂମିକା ରେ ଅଭିନୟ କରିବେ। ତେବେ ଏହି ସିନେମା ର ନାମ ହେଉଛି ମିସ ରାନୁ ମାରିଆ ଏବଂ ଏହାର ସୁଟିଂ ମୁମ୍ବାଇ ଏବଂ କୋଲକତା ରେ ହେବ। ତେବେ ଇସିକା ବର୍ତ୍ତମାନ ଅନେକ ସିନେମା ରେ କାମ କରୁଛନ୍ତି ତା ସହିତ ସେ ଅନେକ ୱେବ ସିରିଜ ରେ ମଧ୍ୟ କାମ କରିଛନ୍ତି।

ତେବେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ଏବଂ ଭଲ ପାଇବା ମଧ୍ୟ ଦିଅନ୍ତି। ତେବେ ରାନୁ ମଣ୍ଡଲ ଙ୍କ ଉପରେ ହେଉଥିବା ଏହି ସିନେମା କଣ ଫୁଣି ଥରେ ରାନୁ ମଣ୍ଡଲ ଙ୍କୁ ଗ୍ଲାମର ଦୁନିଆ ରେ ଫେରସ୍ତ କରି ପାରିବ ନା ନାହିଁ ତାହା ଦେଖିବାର ଅଛି। ତେବେ ଆପଣ ମାନେ ଏହି ସିନେମା ପାଇଁ କେତେ ଉତ୍ସୁକ ଅଛନ୍ତି ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *