ରାଣୀପଣ୍ଡାଙ୍କ ବ୍ୟସ୍ତତା ପାଇଁ ଚାଲିଗଲା ନିରିହ ଜୀବନ ! ଏବେ ଯାଞ୍ଚ ହେବ Rani ଙ୍କ କଲ ରେକର୍ଡ

ବନ୍ଧୁଗଣ, ସୂଚନା ଅନୁଯାୟୀ ଚିତ୍ର ଆଉ ଚରିତ୍ର ପାଇଁ ଆଜି ହଜିଗଲା ମା’ ବାପା ଙ୍କ ସବୁଠାରୁ ବଡ ଧନ । ଯାତ୍ରାରେ ନିଜର ଚରିତ୍ର କରିବା ଲାଗି ବ୍ୟସ୍ତ ଥିବା ରାଣୀ ଙ୍କ ପାଇଁ ଆଜି ନିମିଷକେ ଉଜୁଡିଗଲା ଆଜି ସବୁ ସ୍ଵପ୍ନ । ରାଣୀ ପଣ୍ଡା ଙ୍କ କାର ଏବଂ ବାଇକ ଧକ୍କାରେ ସୁକାନ୍ତ ଙ୍କ ମୃ-ତ୍ୟୁ ହେବାପରେ, ସେହି ବାପା ମା’ ସବୁ ଜାଣିଶୁଣି ମଧ୍ୟ ଆବାକ ହୋଇ ପଡିଛନ୍ତି । ବର୍ତମାନ ଝୁରୁଛି ଗାଁ ସାଙ୍ଗସାଥି ।

କିଏ ଜାଣିଥିଲା ଛୋଟରୁ ବଡ କରିଥିବା ବାପା ମା’ ଙ୍କ ଆଖି ଆଗରେ ସବୁଦିନ ପାଇଁ ଲିଭିଯିବ ଗୋଟିଏ ଭେଣ୍ଡିଆ ପୁଅର ଜୀବନର ଦୀପ । ଏହି ଦୁର୍ଘଟଣା କୁ ଦୁଇ ଦିନ ପୁରିଗଲା କିନ୍ତୁ ପ୍ରକୃତ କାରଣ କଣ ଖୋଜି ପାଇ ପାରିଲା ନାହିଁ ପୋଲିସ । କାହାର ଭୁଲ ଯୋଗୁଁ ଦୁଇଟି ଗାଡି ଆମନା ସାମ୍ନା ଧକ୍କା ହେଲା ? ଆଉ ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ ।

ତେବେ ଏହି ଘଟଣାଟି ଥିଲା କିଛି ଏପରି ରାତି ପ୍ରାୟ 10 ପାଖାପାଖି ହେବ, ଏକ ବିବାହ ଭୋଜିରେ ଯୋଗ ଦେବାପରେ ଭୁବନେଶ୍ଵରରୁ ସାତ ମାଇଲ୍ସ ସ୍ଥିତ ଦୁଦୁରୁକୋଟ ଗ୍ରାମ କୁ ଯାତ୍ରା ସ୍ଵର୍ଣ୍ଣ ମହଲର 100 ଘୋଡା କୁ 100 ହାତୀ ଏକା ଲଢିବ ରାଣୀ ପଣ୍ଡା ନାଟକରେ ଯୋଗ ଦେବାକୁ ବାହାରି ପଡିଥିଲେ ଚର୍ଚ୍ଚିତ ରାଣୀ । ମାତ୍ର ବିଳମ୍ବ ହୋଇଯିବ କାରଣରୁ ହୁଏତ ବ୍ୟସ୍ତ ହୋଇପଡିଥିଲେ ରାଣୀ, ଏହାଫଳରେ ଗାଡି ଡ୍ରାଇଭର ଙ୍କୁ ଦୃତ ଗତିରେ ଗାଡି ଚଳାଇବାକୁ କହିଥାଇପାରନ୍ତି ।

ଦୁର୍ଘଟଣା ପୂର୍ବରୁ ରାଣୀ ଙ୍କୁ କିଏ ଫୋନ କରିଥିଲା ତାହା ବର୍ତମାନ ଯାଞ୍ଚ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି । ଏପରିକି ରାଣୀ ଙ୍କୁ ଆଉ କୌଣସି ଯାତ୍ରା ପାଇଁ ନ ଡାକିବାକୁ ମଧ୍ୟ କୁହାଯାଉଅଛି । ଅନ୍ୟପଟରେ ସୁକାନ୍ତ ଙ୍କ ବାପା ମା’ ସିଧାସଳଖ ରାଣୀ ଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ସେମାନେ କହିଛନ୍ତି ଯେ ଘଟଣା ଦିନ ରାଣୀ ପଣ୍ଡା ମଦ୍ୟପାନ ସେବନ କରି ଏପରି ଘଟଣା ଘଟାଇଛନ୍ତି ।

ଯାହା ଫଳରେ ତାଙ୍କ ପୁଅ ଙ୍କ ଜୀବନ ଚାଲିଯାଇଛି । ଏଠାରେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି କଣ ସତରେ ଘଟଣା ଦିନ ରାଣୀ ପଣ୍ଡା ମଦ୍ୟପାନ କରିଥିଲେ ନା ବିଳମ୍ବ ହୋଇଥିବା ଯୋଗୁଁ ବ୍ୟସ୍ତ କାରଣରୁ ଗାଡି ଦୃତ ଗତିରେ ଚଳା ଯାଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *