Cuttack ର No 1 ଦେଶୀ ଖାଇବା ! ରାଣୀହାଟର ରାଜା ହୋଟେଲ, ମାତ୍ରା ୪୦ ଟଙ୍କାରେ ଯେତେ ଖାଇପାରିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୪୦ ଟଙ୍କାରେ ଖାଇବା ଯାହାକୁ ଯେତେ ଖାଇପାରିବେ ! ତେବେ କଟକର ରାନୀହାଟ ସ୍ଥିତ ଏକ ପୂର୍ଣ୍ଣ ଭାଇ ହୋଟେଲ ବିଷୟରେ ଆମେ ଏଠାରେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେଉଁ ହୋଟେଲର ମାଲିକଙ୍କ ନାମ ହେଉଛି ପୂର୍ଣ୍ଣ ଦାସ । ତେବେ ୧୯୯୭ ମସିହାରୁ ହିଁ ଖାଇବା ହୋଟେଲଟି ଏହିଠାରେ ହୋଇଛି । ଏଠାରେ ସଂପୂର୍ଣ୍ଣ ଦେଶୀ ତରିକାରେ ଚୁଲି ଉପରେ ହଁଡା ବସାଇ ଖାଦ୍ୟ ପ୍ରସ୍ତୁତ କରାଯାଏ ।

ଲୋକ ମାନେ ନିଜ ଘରେ ଖାଇବା ଭଳି ଏଠାରେ ଖାଇ ଆନନ୍ଦ ଲାଭ କରିକି ଯାଇଥାନ୍ତି । ଏଠାରେ ଆମିଷ ଓ ନିରାମିଷ ୨ ପ୍ରକାର ଖାଦ୍ୟର ବ୍ୟବସ୍ଥା ରହିଥାଏ । ଆଜିକାଲିର ମହଙ୍ଗା ଜମାନାରେ ବି ମାତ୍ରା ୪୦ ଟଙ୍କାରେ ପୂର୍ଣ୍ଣ ଭାଇ ହୋଟେଲରେ ପେଟ ପୁରା ଖାଦ୍ୟ ଖାଇବା ପାଇଁ ମିଳିଥାଏ । ଯେଉଁ ମାନେ ଆମିଷ ଖାଇବେ ତାଙ୍କ ପ୍ଳେଟ ପିଛା ୭୦ ଟଙ୍କା ପଡିଥାଏ । ଯେଉଁଥୀ ପାଇଁ ଯିଏ ଥରେ ଏହି ହୋଟେଲକୁ ଆସି ଖାଇଛି ।

ସେ ହିଁ ଏହି ହୋଟେଲର ମଜା ନେଇଛି । ଖାଦ୍ୟ ଆଇଟମ ଉପରେ ଭାତ, ଡାଲି, ବିଭିନ୍ନ ପ୍ରକାର ପରିବା ର ମିକ୍ସ ଭଜା, ଆଳୁ ଭର୍ତ୍ତା ଇତ୍ୟାଦି ରହିଥାଏ । ଆମିଷ ଉପରେ ମାଛ, ଅଣ୍ଡା, ଚୁଙ୍ଗୁଡି ଏଠାରେ ହୋଇଥାଏ । ଏଠାରେ ଆମିଷ ଉପରେ ଚୁଙ୍ଗୁଡି ଡାଲମା ବିଶେଷ ଭାବରେ ଲୋକପ୍ରିୟ ରହିଥାଏ ବୋଲି ଅନେକ ଲୋକଙ୍କର ମତ ରହୁଛି । ଏଠିକାର ଖାଦ୍ୟର ସ୍ଵାଦ ମଧ୍ୟ କିଛି ନିଆରା ରହିଥାଏ ବୋଲି ଗ୍ରାହକଙ୍କର ମତ ରହୁଛି ।

ଖାଲି ସ୍ଵାଦ ନୁହେଁ ବଂର ସ୍ଵାଦ ସହ ଏଠାରେ ବସି ଖାଇବାର ଯେଉଁ ଆପଣାପଣା ରହିଥାଏ । ସେଥିପାଇଁ ବହୁ ଲୋକ ଏଠାକୁ ଆସି ଖାଇବାକୁ ପସନ୍ଦ କରିଥାନ୍ତି । ଭାଇଚାରାର  ସହର କଟକରେ ଭାଇଚାରାର ହୋଟେଲ ପୂର୍ଣ୍ଣ ଭାଇ ହୋଟେଲ କହିଲେ । କିଛି ମଧ୍ୟ ଅତ୍ଯୁକ୍ତି ରହିବ ନାହିଁ । ତେବେ କଟକର ରାଣୀହାଟ ସ୍ଥିତ ଏଲେକ୍ଟ୍ରିକ ଅଫିସର ସାଇଡରେ ପୂର୍ଣ୍ଣ ଭାଇ ହୋଟେଲ ଅବସ୍ଥିତ ରହିଛି ।

ତେବେ ଆପଣ ମାନେ ମଧ୍ୟ ଏହି ହୋଟେଲକୁ ଆସନ୍ତୁ । ଏହା ସହ ପୂର୍ଣ୍ଣ ଭାଇ ହାତ ରନ୍ଧା ସଂପୂର୍ଣ୍ଣ ଦେଶୀ ଖାଦ୍ୟ ଖାଇ ଏହାର ମଜା ନିଅନ୍ତୁ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *