ଦୂର୍ଗା ପୂଜା ପଣ୍ଡାଲରେ ଧମାଲ କଲେ Rani Panda, ଦେଖିବା ପାଇଁ ଲାଗିଛି ଦର୍ଶକଙ୍କ ଭିଡ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଯାତ୍ରା ଜଗତର ନାମିଦାମୀ ଅଭିନେତ୍ରୀ ରାଣୀପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଛନ୍ତି । ରାଣୀ ପଣ୍ଡା ଘରେ ଘରେ ପରିଚିତ । ତାଙ୍କ ଅଭିନୟ ତଥା ତାଙ୍କ କଥାରେ ଏଭଳି ଦମ ରହିଛି ଯେ ସେ କାହାକୁ ଡରନ୍ତି ନାହିଁ କି କୌଣସି କଥାକୁ ଖାତିର କରନ୍ତି ନାହିଁ । କାରଣ ଛୋଟରୁ ରାଣୀ ପଣ୍ଡା ବହୁତ କଷ୍ଟ କରି ଆଜି ଯାତ୍ରା ଜଗତରେ ନିଜର କରାମତି ଦେଖାଇ ପାରିଛନ୍ତି ।

ତାଙ୍କ ଅଭିନୟ କୁ ଦର୍ଶକେ ଭଲ ପାଇଥାନ୍ତି ସତ କିନ୍ତୁ ଅନେକ ଲୋକେ ତାଙ୍କୁ ନାନା ପ୍ରକାରର କଥା କହିଥାନ୍ତି । ମାତ୍ର ସେ କୌଣସି କଥାକୁ ଖାତିର କରନ୍ତି ନାହିଁ । ସତ କଥା କହିଲେ ସମସ୍ତଙ୍କୁ ପ୍ରାୟ ଖରାପ ହିଁ ଲାଗିଥାଏ । ତେଣୁ କିଛି ଏଭଳି ଲୋକେ ଅଛନ୍ତି ଯେଉଁମାନେ ରାଣୀ ଙ୍କୁ ନା ପସନ୍ଦ କରିଥାନ୍ତି । ତଥାପି ରାଣୀ ପଣ୍ଡା କାହାକୁ ଖାତିର ନ କରି ଯାହା ସତ ତଥା ଯାହା ତାଙ୍କର ମନ୍ତବ୍ୟ ରଖିବା କଥା ସେ ସବୁ ରଖିଥାନ୍ତି ।

ରାଣୀ ପଣ୍ଡା ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାନ୍ତି । ଏହାର କାରଣ ମଧ୍ୟ ସେ ଜାଣି ନାହାନ୍ତି ବୋଲି କହିଛନ୍ତି । କାରଣ ରାଣୀ ପଣ୍ଡା କଥା କଥା ରେ କିଛି ଏଭଳି କାଥାମାନ କହିଦେଇଥାନ୍ତି ଯାହାକୁ ସହଜରେ ଲୋକେ ହଜମ କରିପାରିନଥାନ୍ତି । ତେବେ ପବିତ୍ର ଦୂର୍ଗାପୂଜା ଉପଲକ୍ଷେ ରାଣୀ ପଣ୍ଡା ଭୁବନେଶ୍ଵର ରଶୁଲଗଡରେ ଏକ ଷ୍ଟେଜ ପ୍ରୋଗ୍ରାମ କରିବାକୁ ଯାଇଥିଲେ ।

ସେଠାରେ ଅନେକ ଦର୍ଶକ ଏକତ୍ରିତ ହୋଇଥିଲେ । ରାଣୀ ଙ୍କ ଠୁମୁକାର ଅନେକ ଦିୱାନା ମଧ୍ୟ ରହିଛନ୍ତି, ଯେଉଁ ମାନେ କି ତାଙ୍କୁ ଏକ ଭଲ ହୃଦୟ ଥିବା ଖୋଲା ମଣିଷ ଭାବରେ ଗ୍ରହଣ କରିଛନ୍ତି । ଷ୍ଟେଜ ରେ ନୃତ୍ୟ ପ୍ରଦର୍ଶନ କରିବା ସମୟରେ କରତାଳିର ସୁଅ ଛୁଟିବାରେ ଲାଗିଥିଲା । ଧୀରେ ଧୀରେ ଅଧିକ ସଂଖ୍ୟାରେ ଲୋକେ ରୁଣ୍ଡ ହେବାକୁ ଲାଗିଲେ । ତେବେ ଦଶହରା ବଜାରରେ ରାଣୀ ନିଜର ଜଲବା ଭୁବନେଶ୍ଵରରେ ଦେଖାଇଥିଲେ ।

ଏହାକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ମାନ୍ୟତା ଦେଇଛନ୍ତି । ଶେଷରେ ରାଣୀ କହିଥିଲେ ଯେ ମୋ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଭଳି ଭାବରେ ମୋର ମାରିଛନ୍ତି ଯେ ଆଉ ମୁଁ କାହାକୁ ଖାତିର କରୁନି କି ଡରୁନି । ତେବେ ରାଣୀ ଙ୍କ ଏହି ଦମଦାର କଥା ଯୋଗୁଁ ଲୋକେ ତାଙ୍କୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *