‘ଯଦି ମୁଁ ମାରିଛି ମୁଁ ବି ପୋଷିବି…’ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା କହିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଣୀ ପଣ୍ଡା ଙ୍କର କାର ଦୁର୍ଘଟଣାରେ ମୃ-ତ ସୁକାନ୍ତ ବେହେରାଙ୍କ ପରିବାର କୁ ସହାୟତା ରାଶି ପଠାଇଛନ୍ତି ରାଣୀ ପଣ୍ଡା । ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯେ ଯଦି ତାଙ୍କ ପୁଅ ଙ୍କୁ ସେ ମାରିଛନ୍ତି ବୋଲି ଅଭିଯୋଗ କରୁଛନ୍ତି ତେବେ ସୁକାନ୍ତ ଙ୍କ ପରିବାରକୁ ସେ ପୋଷିବେ ବୋଲି କହିଛନ୍ତି । ସୁକାନ୍ତ ଙ୍କ ଛୁଆ ପିଲା ଙ୍କୁ ସେ ପାଠପଢାଇବେ ବୋଲି କହିଛନ୍ତି । ଏହା ସହିତ ତାଙ୍କର ସବୁ ଭବିଷ୍ୟତ କଥା ସେ ଚିନ୍ତା କରିବେ ବୋଲି କହିଛନ୍ତି ।

ବର୍ତ୍ତମାନ ଠାରୁ ସୁକାନ୍ତ ପିଲା ମାନଙ୍କର ଭବିଷ୍ୟତ ଚିନ୍ତା ତାଙ୍କର ବୋଲି ସେ କହିଛନ୍ତି । ଏହିଭଳି ଭାବରେ ସୁକାନ୍ତ ବେହେରା ଙ୍କ ପରିବାରକୁ ସହାୟତା ରାଶି ପଠାଇଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ବର୍ତ୍ତମାନ ଡାକ୍ତରଖାନାର ବେଡରେ ଅଛନ୍ତି । ତେବେ ରାଣୀ ମଧ୍ୟ ଗୁରୁତ୍ଵ ଭାବରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୁକାନ୍ତ ଙ୍କ ପରିବାର ରାଣୀ ପଣ୍ଡା ଙ୍କ ଗିରଫ ଦାବୀ କରୁଥିବା ସମୟରେ ରବିବାର ଦିନ ସକାଳୁ ରାଣୀ ପଣ୍ଡା ଙ୍କ ଭାଇ ସହାୟତା ରାଶି ଆକାରରେ ୩୫ ହଜାର ଟଙ୍କା ନେଇ ସୁକାନ୍ତ ଙ୍କ ପରିବାର କୁ ଦେଇ ଆସିଛନ୍ତି । ଉକ୍ତ ସହାୟତା ରାଶି ଦେବା ସହିତ ତାଙ୍କ ଭାଇ କହିଛନ୍ତି ଯେ ରାଣୀ ଏବେ ଚିକିତ୍ସିତ ରହିଛନ୍ତି ଏବଂ ସେ ଭଲ ହେବା ପରେ ତୁମ ପାଖକୁ ଆସିବେ ।

ଭୁଲ ସମସ୍ତଙ୍କ ସହିତ ହୋଇଥାଏ, ମାତ୍ର ଏହିଭଳି ଭୁଲ ପାଇଁ ନିଜ ଭିତରେ ବହୁତ ପ୍ରାୟଶ୍ଚିତ କରୁଛନ୍ତି ଏବଂ ସେ ଭିତରେ ଭିତରେ ବହୁତ କାନ୍ଦୁଛନ୍ତି । ଏଥି ନିମନ୍ତେ ସେ ଯେତେବେଳେ ଡାକ୍ତର ଖାନାର ବେଡରେ ଚିକିତ୍ସିତ ହେଉଛନ୍ତି, ସେତିକିବେଳେ ନିଜ କଥା ଚିନ୍ତା ନ କରି ତାଙ୍କ ଭାଇଙ୍କ ହାତରେ ସହାୟତା ରାଶି ପଠାଇ ଦେଇଛନ୍ତି । ମାତ୍ର ସେ ଖାଲି ଟଙ୍କା ପଠାଇ ନାହାଁନ୍ତି, ବରଂ ସେ କହିଛନ୍ତି ଯେ ସୁକାନ୍ତ ପିଲାଙ୍କର ଭବିଷ୍ୟତ କଥା ବର୍ତ୍ତମାନ ନିଜେ ନେବେ ।

ପାଠପଢାଠାରୁ ଖାଇବା ପିଇବା ସବୁକିଛି ବର୍ତ୍ତମାନ ରାଣୀ ପଣ୍ଡା ବୁଝିବେ । ଏହା କହିବା ପରେ ୩୫ ହଜାର ଟଙ୍କା କୁ ଗ୍ରହଣ କରିଛନ୍ତି ସୁକାନ୍ତ ବେହେରା ଙ୍କ ପରିବାର ଲୋକେ । ତାଙ୍କୁ ବର୍ତ୍ତମାନ ସରକାରୀ ସହାୟତା ମିଳିପାରିନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *