କେଉଁ ବ୍ୟକ୍ତି ପାଇଁ ଆତ୍ମହତ୍ୟା କରିବେ Rani Panda, ହଠାତ Live ଆସି ଭୋ-ଭୋ ହେଇ କାନ୍ଦିଲେ ରାନୀ ପଣ୍ଡା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଶାରେ ରାନୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । କେତେବେଳେ ନିଜ କଡା ବୟାନ ଓ ତ କେତେବେଳେ ନିଜ ପର୍ଶନାଲ ଲାଇଫ ପାଇଁ ଚର୍ଚ୍ଚାରେ ରୁହନ୍ତି ରାନୀ ପଣ୍ଡା । ତେବେ ଗତ କିଛି ସମୟ ହେବ ରାନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏଇ ଭିଡିଓରେ ରାନୀ ପଣ୍ଡା କାନ୍ଦି କାନ୍ଦି କହୁଛନ୍ତି-‘ପ୍ରାୟ ଟାଇମ ମୁ ଏକା ରହୁଛି ମନ ମୋର ଭଲ ରହୁନାହିଁ । ବହୁତ ଚିନ୍ତାରେ ମୁ ରହୁଛି । ମୋ ଜୀବନର ବଡ ଭୁଲ ପ୍ରଥମ ଭୁଲ ହେଉଛି ମୁ ସମସ୍ତଙ୍କୁ ବିଶ୍ଵାସ କରେ । ଦ୍ଵିତୀୟ ଭୁଲ ମୁ ପେଟରେ ଓଦା କନା ପକାଇ ଶୋଇ ପଡିଥାନ୍ତି ହେଲେ କେବେ କାହାଠାରୁ ସାହାର୍ଯ୍ୟ ମାଗି ନଥାନ୍ତି ।

ଆଗକୁ ସେ କହୁଛନ୍ତି-‘ଲୋକ ମୋ ବିଶ୍ଵାସ ସହିତ ଖେଳି ଛନ୍ତି । ମୋତେ ହାରାସମେଣ୍ଟ କରେଇଛନ୍ତି ମୋତେ ଧମକ ଦେଇଛନ୍ତି ମାରିବାର ଉଦ୍ୟମ ମଧ୍ୟ କରିଛନ୍ତି । ବହୁତ ପ୍ରକାରର ଜିନିଷ ଘଟିଛି । ସବୁ କଥା କହିବା ମୋ ପାଇଁ ସମ୍ଭବ ନୁହେଁ । ଯଦି ମୋ ତରଫରୁ କିଛି ଭୁଲ ଥିବ ଆପଣ ମାନେ ମୋତେ କ୍ଷମା କରିଦେବେ ଆଜ୍ଞା । ରାନୀ ପଣ୍ଡା କେବେ ବେଇମାନ ନୁହେଁ କି ଗଦାର ନୁହେଁ କେବେ କାହାକୁ ଚିତା କାଟି ଖାଇକି ବଡଲୋକ ହେବାର ଆଶା ରଖି ନାହିଁ ।

ଆଗକୁ ସେ କହିଛନ୍ତି-‘ତା ବଦଳରେ ସହଯୋଗ କରିଛି ଅନ୍ୟ ମାନଙ୍କୁ ଭଲ ପାଇବା ଦେଇଛି । ଅନ୍ୟ ମାନଙ୍କୁ ଖୁସି କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ମୁ ବି କେବେ ଭାବି ନଥିଲି ମୋ ଭଳିଆ ଝିଅ ଏମିତିଆ ନିଷ୍ପତ୍ତି ନେବ ବୋଲି । ମୋ ଜୀବନରେ ଏମିତି କିଛି ପରିସ୍ଥିତି ହେଇଛି ଯାହା ମୁ କହିପାରୁ ନାହିଁ । ହେଲେ ମରିବା ପୂର୍ବରୁ ମୁଁ ନିହାତି ଲେଖିଦେବି ସବୁ କିଛି ।

ଆଗକୁ ସେ କହିଛନ୍ତି-‘ମୋର ଯାହା ସମସ୍ୟା ଅଛି ତାହା ସମାଧାନ ହୋଇପାରିବ ନାହିଁ । ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତକୁ ଦାଣ୍ଡରେ ପକେଇବା ବଦଳରେ ନିଜେ ଏହି ଦୁନିଆ ଛାଡି ଚାଲିଯିବା ଆଜ୍ଞା । ମୁ ଭାବୁଛି ମୋ ପାଇଁ ଠିକ ଆଉ କିଛି ବି କହିପାରିବି ନାହିଁ । ରାନୀ ପଣ୍ଡାର ମରିବା ଛଡା ଆଉ କୌଣସି ବାଟ ନାହିଁ’ ।

Leave a Reply

Your email address will not be published. Required fields are marked *