ବାପା ସୁକାନ୍ତର ମୃତ୍ୟୁ ପରେ ଚାଲିଗଲା 3 ବର୍ଷ ପୁଅର ଜୀବନ, ଦୁଃଖ କଣ ଏମିତି ଆସେ !

ବନ୍ଧୁଗଣ, ସାଧାରଣତଃ ନିଷ୍ଠୁର ସମୟ କେତେବେଳେ ଯେ କେଉଁ ଅଘଟଣ ଘଟାଇ ଦିଏ ଯାହାକୁ କେହି ମଧ୍ୟ ଆଗରୁ କଳ୍ପନା କରି ପାରନ୍ତି ନାହିଁ । ସୂଚନା ଅନୁଯାୟୀ ସୁକାନ୍ତ ଙ୍କ ମୃ-ତ୍ୟୁ କୁ କିଛିଦିନ ଯାଇନାହିଁ ତାଙ୍କ ୩ ବର୍ଷର ପୁଅ ମଧ୍ୟ ସବୁଦିନ ପାଇଁ ଚାଲିଗଲା । ସୁକାନ୍ତ ସ୍ତ୍ରୀ ଏବଂ ସୁକାନ୍ତ ପୁଅ ର ମା’ ଙ୍କ ହୃଦୟ ଫାଟି ଯାଉଛି । ଗୋଟିଏ ପଟରେ ସ୍ଵାମୀ ଅନ୍ୟ ପଟରେ ପୁଅ ମଧ୍ୟ ଚାଲିଗଲା, ଭଗବାନ କ’ଣ ଏତେ ଦୁଃଖ ଦେଇ ପାରନ୍ତି ?

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଏହି କିଛି ଦିନ ତଳେ ଅଭିନେତ୍ରୀ ରାଣୀପଣ୍ଡା ଙ୍କ କାର ଧକାରେ ସୁକାନ୍ତ ଙ୍କ ଜୀବନ ଚାଲିଯାଇଥିଲା ଏବଂ ଆଜି ତାଙ୍କର ତିନି ବର୍ଷର ପୁଅର ଜୀବନ ଚାଲି ଯାଇଛି । ଆଗପଛ ହୋଇ ବାପା ପୁଅ ସବୁଦିନ ନିମନ୍ତେ ଆରପାରିକୁ ଚାଲି ଯାଇଛନ୍ତି ।

କଥାରେ ଅଛି ମରିଗଲେ ସରିଗଲା, ଆଉ ଯିଏ ରହିଗଲେ କିଏ କାହା ପୁଅକୁ ହରାଇ ଦୁଃଖ କରିବ ତ ଆଉ କିଏ ତାହା ସ୍ଵାମୀ କୁ ହରାଇ ଦୁଃଖ କରିବ । ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆଠଗଡ ମୁଣ୍ଡଳୀ ଛକର ରାସ୍ତାରେ ସୁକାନ୍ତ ଙ୍କ ବାଇକ କୁ ରାଣୀପଣ୍ଡା ଙ୍କ କାର ଧକ୍କା ଦେଇଥିଲା ।

ଏଥିରେ ସୁକାନ୍ତ ଙ୍କ ଜୀବନ ଚାଲିଯାଇଥିଲା । ଏହା ପରେ ସବୁକିଛି ଭାରସାମ୍ୟ ସମ୍ଭାଳିଲା ବେଳକୁ, ଗରମ ପେଜ ଢାଳି ହୋଇଗଲା ସୁକାନ୍ତର ୩ ବର୍ଷର ପୁଅ ଉପରେ ଆଉ ଆଜି ସେ ଜୀବନ ଏବଂ ମୃ-ତ୍ୟୁ ସହିତ ସଂଘର୍ଷ କରି କରି ପ୍ରାଣ ତ୍ୟାଗ କରିଛି । ଏହାକୁ ନେଇ ପରିବାର ସମେତ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ।

ଏହି ଦୃଶ୍ୟ କୁ ଯିଏ ଦେଖୁଛି ତାର ଛାତି ଫାଟି ଯାଉଛି । ସୁକାନ୍ତ ପୁଅ ର ମା’ କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । ଜେଜେମା’ ମଧ୍ୟ କୁନି ଝିଅ କୁ ଧରି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଧିର ଏ କି ବିଧାନ । ଯେଉଁ ଶିଶୁ ଦୁନିଆ କଣ ସଠିକ ଭାବରେ ବୁଝିନି ସେ ସବୁଦିନ ଲାଗି ଦୁନିଆ ଛାଡି ନିଜ ବାପା ପାଖକୁ ଚାଲିଗଲା । ଏହା ସତରେ ଏକ ହୃଦୟ ବିଦାରକ ଦୃଶ୍ୟ ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *