ରାମଦୋଳି ଉପରେ ବସିଥିଲା ଯମ ! ପୁରା ଘଟଣା ଜାଣିଲେ ଲୋମ ମୂଳ ଟାଙ୍କୁରି ଉଠିବ…ଦେଖନ୍ତୁ ଏହି Video

ବନ୍ଧୁଗଣ ସୂଚନାଯୋଗ୍ୟ, ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ମାଆ ଓ ଝିଅ ଯାଇଥିଲେ ମିନାବଜାର ବୁଲିବାକୁ । ଝିଅ ବେଶ ଖୁସି ଥିଲା । କାରଣ କୋରନା ପାଇଁ ଯାତ୍ରା ହେଉ ନଥିଲା । ଦୀର୍ଘ ଦୁଇ ବର୍ଷ ପରେ ଯାତ୍ରା ହେଉଥିବାରୁ ମାଆ କୁ ଝିଅ ଅଳି କରି କହିଲା, “ମାଆ ଦୁଇ ବର୍ଷ ପରେ ଯାତ୍ରା ହେଉଛି, ଚାଲ ନା ଯିବା ଯାତ୍ରା ଦେଖିବାକୁ । ଏଥର ମିନାବଜାର ବି ପଡ଼ିଛି । ଚାଲ ନା ମାଆ ଯିବା । ମାଆ ମୁଁ ବଡ଼ ଦୋଳି ରେ ବସିବି ।

ମୁଁ ଯାହା ହେଲେ ବି ଥରୁଟିଏ ବସିବି । ” ତେବେ ଝିଅ ଜିଦ୍ଦି କରିବାରୁ ଅନୁମତି ଦେବାକୁ ବାଧ୍ୟ ହେଲେ ମାଆ । ଝିଅ କଣ ଦୋଳି ରେ ବସିଲା ଦୁଇ ଥର ଦୋଳି ଘୁରିଛି କି ନାହିଁ ଉପରକୁ ଦେଖିଲା ବେଳକୁ ଝିଅ ବେହୋସ ହୋଇ ଯାଇଛି । ଦୋଳି ଅଟକାଇବା ପାଇଁ ଚିତ୍କାର କରିଲା ମାଆ । ଗୁପଚୁପ ବାଲା ଠାରୁ ପାଣି ଆଣି ମୁହଁରେ ମାରିଲା ।

ସାଂଗେସାଙ୍ଗ ହସ୍ପିଟାଲ ନିଆଗଲା । କିନ୍ତୁ ଡାକ୍ତର କହିଲେ ସେ ଆଉ ଏହି ଦୁନିଆ ରେ ନାହାନ୍ତି । କାଳ ପାଲଟି ଗଲା ମିନାବଜାର । ନବମ ଶ୍ରେଣୀ ରେ ପଢୁଥିବା କୋଟପାଡ଼ ମିର୍ଗାନ ସାହି ର ମହମ୍ମଦ ୟାକୁବ ଙ୍କ ୧୩ ବର୍ଷ ର ଝିଅ ଆଲଫିଆ ବାନ ଙ୍କ ହୃଦ୍ଘାତ ରେ ଜୀବନ ଚାଲିଗଲା । ଏବେ ମାଆ ର ଆଖିରୁ ଲୁହ ଶୁଖୁ ନାହିଁ । ବାହୁନି ବାହୁନି କାନ୍ଦୁଛି ମାଆ ।

ମିଡିଆ ସାମ୍ନା ରେ ମୃତ ଝିଅ ଟି ର ମାଆ କହିଛନ୍ତି ଯେ, ତାଙ୍କର ଦୁଇ ଛୁଆ ଓ ଭଉଣୀ ଦୋଳି ରେ ଝୁଲିବାକୁ ଯାଇଥିଲେ । ସେ ମନା କରିବା ସତ୍ତ୍ୱେ ଝିଅ ଦୋଳି ରେ ଝୁଲିବାକୁ ଜିଦ୍ଦି କରି ଗଲେ । ଦୋଳି ଦୁଇ ଥର ଘୁରିବା ଭିତରେ ତାଙ୍କ ଝିଅ ବେହୋସ ହୋଇଗଲେ । ସେ ଦୋଳି ଵାଲା କୁ କହି ଦୋଳି ଅଟକାଇଲେ । ଝିଅ ର ମୁହଁ ରେ ପାଣି ଛିଞ୍ଚିବା ପରେ ବି ସେ ଉଠିଲେ ନାହିଁ ।

ତେବେ ଏଭଳି ଅଘଟଣ ଘଟିବା ପରେ ମିନାବଜାର ବନ୍ଦ ହେବାର ନିର୍ଦ୍ଦେଶ ଦେଇଛନ୍ତି କୋଟପାଡ଼ ର ଅଧ୍ୟକ୍ଷ ଏନ ଶଙ୍କର ରାଓ । କୋଟପାଡ଼ ସହର ରେ ରଥଯାତ୍ରା ର ମିନାବଜାର ରେ ଗୋଟିଏ ଜୀବନ ଯିବା ପରେ ଏବେ ସମସ୍ତଙ୍କ ମନରେ ଡର ଓ ଦୁଃଖ । ସମସ୍ତେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *