୫୫୮ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ବନୁଛି ଦୁର୍ଲଭ ଯୋଗ, ଏହି ରାଶିମାନଙ୍କୁ ମିଳିବ ବିଶେଷ ଲାଭ

ଅଗଷ୍ଟ ୩ ତାରିଖର ହିନ୍ଦୁ ଧର୍ମର ମହତ୍ଵ ପୂର୍ଣ୍ଣ ପର୍ବ ରାକ୍ଷୀ ପୂର୍ଣ୍ଣିମା ଆସୁଛି । ବହୁତ ଧୂମ ଧାମରେ ଭାରତରେ ଏହି ପର୍ବ ପାଳନ କରାଯାଏ । ଭଉଣୀ ନିଜ ଭାଇକୁ ରକ୍ଷା ସୂତ୍ର ବାନ୍ଧି ଭାଇର ଲମ୍ବା ଆୟୁ କାମନା କରିଥାଏ । ହେଲେ ଏହି ବର୍ଷ ରାକ୍ଷୀପୂର୍ଣ୍ଣିମା ବହୁତ ଖାସ ହେବାକୁ ଯାଉଛି । କାରଣ ୫୫୮ ବର୍ଷ ପରେ ଏହି ରାକ୍ଷୀ ପୂର୍ଣ୍ଣିମାରେ ଏକ ଦୁର୍ଲଭ ଯୋଗ ହେବାକୁ ଯାଉଛି । ଯାହାଫଳରେ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୫୫୮ ବର୍ଷ ପରେ ହେବାକୁ ଯାଉଛି ଏହି ଦୁର୍ଲଭ ଯୋଗ

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ବର୍ଷ ରାହୁ ମିଥୁନ ରାଶିରେ ରହିବେ ଓ କେତୁ ଧନୁ ରାଶିରେ । ଯାହା ଫଳରେ ଏହି ଦୁର୍ଲଭ ଯୋଗ ହେବାକୁ ଯାଉଛି । ଏହା ପୂର୍ବରୁ ଏହି ଦୁର୍ଲଭ ଯୋଗ ୫୫୮ ବର୍ଷ ପୂର୍ବେ ତଥା ୧୪୬୨ ରେ ହୋଇଥିଲା । ୧୪୬୨ ମସିହାରେ ମଧ୍ୟ ରାହୁ ଓ କେତୁଙ୍କର ଏହି ସ୍ଥିତି ରହିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ନିଜ ରାଶି ଧନୁରେ ଓ ଶନି ମକରରେ ରହିବେ । ଚନ୍ଦ୍ର ମଧ୍ୟ ଶନିଙ୍କ ସହ ମକରରେ ରହିବେ । ଯାହା ଫଳରେ ଏହି ଦୁର୍ଲଭ ଯୋଗ ହେବ ।

୧୨ ରାଶିଙ୍କ ଉପରେ ରହିବ ଗ୍ରହଙ୍କ ପ୍ରଭାବ


ରାକ୍ଷୀ ପୂର୍ଣ୍ଣିମାରେ ହେଉଥିବା ଦୁର୍ଲଭ ଯୋଗରେ ମେଷ, ବୃଷ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି ଉପରେ ଏହାର ଶୁଭ ପ୍ରଭାବ ରହିବ । ଏହି ଲୋକମାନଙ୍କୁ ତାଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିବ । ଏହା ସହିତ ଏହି ରାଶିର ଲୋକମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଅନ୍ୟ ପକ୍ଷରେ କର୍କଟ ରାଶିର ଲୋକମାନଙ୍କ ଉପରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିବ ।

ରାକ୍ଷୀର ସମୟ


୩ ତାରିଖ ସକାଳ ୭.୩୦ ପରେ ପୁରା ଦିନ ଶ୍ରବଣ ନକ୍ଷତ୍ର ରହିବ । ଏହି ଦିନରେ ଆପଣ ସକାଳ ୯.୨୯ ପରେ ପୁରା ଦିନର କୌଣସି ସମୟରେ ରାକ୍ଷୀ ବାନ୍ଧି ପାରିବେ । ଏହି ପର୍ବ ପୂର୍ଣ୍ଣିମା ଦିନରେ ଆସିଥାଏ । ମହିଳା ମାନେ ଏହି ଦିନରେ ନିଜ ଗୁରୁଜନ ମାନଙ୍କ ପୂଜା କରି ସେମାନଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇପାରିବେ ।

ଏହିପରି ବାନ୍ଧିବେ ରକ୍ଷାସୂତ୍ର


୧. ରାକ୍ଷୀ ପୂର୍ଣ୍ଣିମା ଦିନ ସର୍ବ ପ୍ରଥମେ ସକାଳେ ଶୀଘ୍ର ଉଠି ସ୍ନାନ କରିବେ, ସ୍ନାନ କରିବା ପରେ ଏକ ଥାଳିରେ ସୋରିଷ ଦାନା, କେସର, ଚନ୍ଦନ, ଚାଉଳ, ଦୁବ ଓ ରକ୍ଷାସୂତ୍ର ନିଅନ୍ତୁ ।

୨. ଏହି ଥାଳିକୁ ମନ୍ଦିରରେ ନେଇ ରକ୍ଷାସୂତ୍ରର ପୂଜା କରନ୍ତୁ ।

୩. ପୂଜା କରି ସାରିବା ପରେ ନିଜ ଭାଇର ଡାହାଣ ହାତରେ ଏହି ରକ୍ଷାସୂତ୍ରକୁ ବାନ୍ଧି ଦିଅନ୍ତୁ । ଏହା ପରେ ନିଜ ଭାଇକୁ ମିଠା ଖାଇବାକୁ ଦିଅନ୍ତୁ । ଯଦି ଭାଇ ଛୋଟ ଥିବ ତା ହେଲେ ସେ ନିଜ ଭଉଣୀର ପାଦ ଛୁଇଁ ଆଶୀର୍ବାଦ ନେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *