ରାକ୍ଷୀ ଅଛି ହେଲେ ରାକ୍ଷୀ ବାନ୍ଧିବାକୁ ମୋ ଗେହ୍ଲି ମୋ ପାଖରେ ନାହିଁ…ଯୌତୁକ ଲୋଭ ନେଇଗଲା ଭଉଣୀ ଜୀବନ, ବାହୁନି କାନ୍ଦୁଛି ଭାଇ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଯୌତୁକ ନିର୍ଯ୍ୟାଆତନା ଏଭଳି ଏକ ଶବ୍ଦ ଯାହା ବିଷୟରେ ଶୁଣିବା ପରେ ବହୁତ ଘୃଣା ଲାଗିଥାଏ । ଆଜିର ସମାଜରେ ମଣିଷ ଏତେ ଶିକ୍ଷିତ ହୋଇ ମଧ୍ୟ ଯୌତୁକ ଲୋଭକୁ ଭୁଲି ପାରୁନାହିଁ । କିଏ ଜାଣେ ଆମ ସମାଜରେ ଏପରି ପ୍ରଥା ପାଇଁ ଆଉ କେତେ ଜୀବନ ଯିବ ? ବାସ୍ତବରେ ଏହା କୌଣସି ପ୍ରଥା ନୁହେଁ ଯେ ବିବାହ ପାଇଁ ଝିଅର ପରିବାର ପୁଅ ପରିବାରକୁ ଯୌତୁକ ଦେବାକୁ ବାଧ୍ୟ ।

କିନ୍ତୁ ସମୟ ଯେତେ ଆଧୁନିକ ଦିଗରେ ଗତି କଲେ ବି ଲୋଭି ମନୁଷ୍ୟ ସମାଜ କେବେବି ଯୌତୁକ ଛାଡ଼ି ପାରିବ ନାହିଁ । ଯାହାଦ୍ୱାରା ଯୌତୁକ ଜୁଇରେ ଆହୁରି ନିରୀହ ଝିଅଙ୍କ ଜୀବନ ଚାଲିଯିବ । ତେବେ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମିର୍ଜାପୁରରୁ ଏକ ଦୁଃଖଦ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁଯାୟୀ ଜଣେ ଭାଇ ରାସ୍ତାରେ ନିଜ ଭଉଣୀକୁ ଝୁରି ଝୁରି କାନ୍ଦିବାରେ ଲାଗିଛି ।

ଆଉ ଚିତ୍କାର କରି ଭାଇ ଜଣକ କହିଛି ଯେ ମୋ ଭଉଣୀକୁ କାହିଁକି ମାରିଦେଲ ମୋତେ କିଏ ରାକ୍ଷୀ ବାନ୍ଧିବ । ଏପରି ଦୁଃଖଦ ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ । ତେବେ ବାପଘର ଲୋକଙ୍କ କହିବା ଅନୁଯାୟୀ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇ ଶେଷରେ ଦଉଡ଼ିରେ ଝୁଲାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଧୁଷୁରୀ ଥାନା ଅନ୍ତର୍ଗତ କରୁଆ ଗ୍ରାମର ଅଧର ନାୟକଙ୍କ ଝିଅ ବର୍ଷାରାଣୀ ନାୟକ ତିହିଡ଼ି ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ପ୍ରଭାକର ରାଉଳଙ୍କ ପୁଅ ପ୍ରକାଶ ରାଉଳଙ୍କ ସହିତ ଗତ ଡିସେମ୍ବର ୧୨ ରେ ବିବାହ କରିଥିଲେ । ତେବେ ସ୍ୱାମୀ ବେଙ୍ଗାଲୁରୁରେ ରହି କାର୍ଯ୍ୟ କରୁଥିଲେ ଏବଂ ବର୍ଷା ନିଜ ଶାଶୁ ଘରେ ରହୁଥିଲେ । କିନ୍ତୁ ଗତକାଲି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଶରୀର ଜବତ ହୋଇଛି ।

ତେବେ ମୃତ୍ୟୁ ବିଷୟରେ ପ୍ରଥମେ ଦିଅର ବର୍ଷାଙ୍କ ବାପ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଯାହା ଜାଣିବା ପରେ ପରିବାର ଲୋକେ ଆସି ପହଞ୍ଚି ଥିଲେ । ବାପ ଘର ଲୋକେ ଏହାକୁ ଆତ୍ମହତୟଆ ବୋଲି ମାନି ନାହାଁନ୍ତି ବରଂ ଏହାକୁ ହତୟଆ ବୋଲି ଅଭିଯୋଗ ଆଣିଛନ୍ତି । ବର୍ଷାଙ୍କ ଭାଇଙ୍କ କହିବା କଥା ଯେ ବିବାହର କିଛି ଦିନ ପରେ ହିଁ ତାଙ୍କ ଭଉଣୀ ଉପରେ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେବାକୁ ଆରମ୍ଭ କରିଥିଲେ । ଯେଉଁ କାରଣରୁ ତାଙ୍କ ଭଉଣୀ ସବୁବେଳେ ଚିନ୍ତିତ ରହୁଥିଲେ ।

କିନ୍ତୁ ତାଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳର ପୁରା ଦୃଶ୍ୟ ଦେଖି ସନ୍ଦେହ ଆସିଛି ଯେ ନିଶ୍ଚିତ ଭାବରେ ଏହା କୌଣସି ଆତ୍ମହତୟଆ ନୁହେଁ ବରଂ ହତୟଆ । ଯାହାପରେ ପରିବାର ଲୋକେ ରାସ୍ତା ଅବରୋଧ କରି ନ୍ୟାୟ ପାଇଁ ଦାବି କରିଛନ୍ତି । ପରେ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠା ଯାଇଛି । ତେବେ ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ଘଟଣା ବିଷୟରେ କିପରି ତଦନ୍ତ କରି ସତ୍ୟତାକୁ ପଦାକୁ ଆଣୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *