ଆପଣ ବିଜୁ ପକ୍କା ଘର ଯୋଜନାରେ ସାମିଲ ଅଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର ! ସରକାର ଦେବେ ମରାମତି ଖର୍ଚ୍ଚ, ଦେଖନ୍ତୁ କେବେ ଓ କେତେ ଟଙ୍କା ପାଇବେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,- ଘର ହେଉଛି ଗୋଟିଏ ପରିବାରର ପରିଚୟ । ଭଲ ଘରଟିଏ ସମସ୍ତଙ୍କର ସ୍ଵପ୍ନ । ଓଡିଶା ଉପରେ ସବୁବେଳେ ବାତ୍ୟା ତଥା ବନ୍ୟା ର ଭୟ ରହୁଅଛି । ଏବେ ପ୍ରତିବର୍ଷ ଆମ୍ଭେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସବୁ ସୁରକ୍ଷାର ଆଧାର । ସବୁ ପରିବାର ଙ୍କ ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁବାକୁ ଙ୍କ ସ୍ଵପ୍ନ । ସେହି ସ୍ଵପ୍ନ କୁ ସାକାର କରିବା ନିମନ୍ତେ ଆମ୍ଭେ ବିଜୁ ପକା ଘର ଯୋଜନା ଆରମ୍ଭ କରିଛୁ ।

ସବୁ କଚା ଘରକୁ ପକାଘର କରିବା ନିମନ୍ତେ ଆମ୍ଭେ ନିଷ୍ପତ୍ତି ନେଇଛୁ । ଏହି ଦିଗରେ ମଧ୍ୟ ବହୁତ ଭଲ କାମ କରିଛୁ । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶାର ସାରା ଦେଶରେ ଏକ ଆଗୁଆ ରାଜ୍ୟ ୨୦୧୪ ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୃହ ନିର୍ମାଣ ଯୋଜନା ପାଇଁ ୨୨ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଲେଣି ।

ଗାଁ ମାନଙ୍କର ଗରିବ ଲୋକ ମାନଙ୍କୁ ପକ୍କା ଘର ଖଣ୍ଡିଏ ଦେବା ନିମନ୍ତେ ରାଜ୍ୟ ସରକାର ନିଜ ପାଣ୍ଠି ରୁ ବିଜୁ ପକ୍କା ଘର ନିର୍ମାଣ, ଶ୍ରମିକ ପକ୍କା ଘର ଏବଂ ଖଣି ଅଞ୍ଚଳ ପକ୍କା ଘର ଯୋଜନା କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ଯୋଜନା ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି । କେନ୍ଦ୍ରୀୟ ଗୃହ ନିର୍ମାଣ ପାଇଁ ସରକାର ପାଖାପାଖି ଅଧାଖର୍ଚ୍ଚ ବହନ କରିଛନ୍ତି ।

କେନ୍ଦ୍ରୀୟ ଯୋଜନା ରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଦୁଖର କଥା ଗୁରୁତ୍ଵ ପୂର୍ଣ୍ଣ ଜିଲ୍ଲାର ଲୋକ ମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ମାତ୍ର କୋଭିଡ ହେତୁ ଆମ୍ଭର ଗରିବ ଲୋକ ମାନେ ବହୁତ କଷ୍ଟ ରେ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ଲୋକ ମାନଙ୍କୁ ସହାୟତା ଦେବା ନିମନ୍ତେ ସ୍ଥିର କରିଛି ।

ଏହି ଯୋଜନା ରେ ସଂପୂର୍ଣ୍ଣ ଦେଶରେ ପ୍ରଥମେ ବିଜୁ ପକା ଘର, ଶ୍ରମିକ ପକ୍କା ଘର ତଥା ଖଣି ଅଞ୍ଚଳ ପକ୍କା ଘର ମରାମତି ନିମନ୍ତେ ରାଜ୍ୟସରକାର ୩୦୦୦ ଟଙ୍କା ସହାୟତା ଦେବାର ନିଷ୍ପତ୍ତି ନେଇଛି । ସେହିଭଳି କେନ୍ଦ୍ରୀୟ ଯୋଜନା ରେ ଘର ନପାଇ ଅସୁବିଧାର ସମୁଖୀନ ହେଉଥିବା ଲୋକଙ୍କୁ ୫୦୦୦ ଟଙ୍କା ସହାୟତା ଦେବାର ନିଷ୍ପତ୍ତି ନେଇଛି । ଏହି ସହାୟତା ଆପଣ ମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ଏଥିରୁ ସମୁଦାୟ ୩୦ ଲକ୍ଷ ପରିବାର ଉପକାର ପାଇବେ । ଏଥି ନିମନ୍ତେ ସମୁଦାୟ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କା ଘର ଯୋଜନା ରୁ ଏହି ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *