Raju Das ଙ୍କ ଶାଶୁ କହିଲେ, ‘ଜ୍ଵାଇଁ ମୋର ସୁନାମୁଣ୍ଡା, ଯେମିତିଆ ଖୋଜୁଥିଲି ସେମିତିଆ ପାଇଲି, ଏବେ ଠୁ ମୋ ଝିଅ ଓ ଜ୍ଵାଇଁ ଦୁହେଁ…’

ବନ୍ଧୁଗଣ, ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ଓଡିଆ କମେଡିଆନ ରାଜୁ ଏବଂ ସୋନାଲି ଙ୍କ ବିବାହ ଦୃଶ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ରାଜୁ ଦାସ ଙ୍କ ଫ୍ୟାନ୍ସ ମାନେ ବହୁତ ଖୁସିଥିବା ବେଳେ ରାଜୁ ଙ୍କ ପରିବାର ଏବଂ ସୋନାଲି ଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ଆସନ୍ତୁ ଜାଣିନେବା ପରିବାର ଲୋକେ ନିଜର ଖୁସି କୁ କିଭଳି ଭାବରେ ପ୍ରକାଶ କରିଛନ୍ତି ? ରାଜୁ ଙ୍କ ବାପା କହିଛନ୍ତି ଯେ ବୋହୂ ବହୁତ ଭଲ ଘରକୁ ମଧ୍ୟ ବହୁତ ଭଲ ଭାବରେ ଚଳାଇବା ନେବ ବୋଲି ଆଶା ରହିଅଛି ।

ରାଜୁ ଙ୍କ ଶାଶୁ କହିଛନ୍ତି ଯେ ତାଙ୍କର ପ୍ରସ୍ତାବ ପଡିଥିଲା ଜ୍ଵାଇଁ ବହୁତ ଭଲ ସେ ଯାହା ଖୋଜୁଥିଲେ ତାହା ପାଇଲେ, ଝିଅ ମଧ୍ୟ ଭଲ ଏବଂ ଜ୍ଵାଇଁ ମଧ୍ୟ ଭଲ ବୋଲି କହିଥିଲେ । ତେବେ ସୋନାଲି କହିଥିଲେ ଯେ ସେ ରାଜୁ କରୁଥିବା ସବୁ ଭି-ଡି-ଓ ରେ ଆସିବେ, ତଥା ଅଭିନୟ କରିବେ ।

ଏହାକୁ ନେଇ ସୋନାଲି ଙ୍କ ମା’ ବହୁତ ଖୁସି ଅଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସ୍ଵପ୍ନ ସାକାର ହେଲା, ଯାହା ଚାହିଁଥିଲେ ତାହା ହେଲା ଏଥି ନିମନ୍ତେ ସେ ବହୁତ ଖୁସି ଅଛନ୍ତି । ରାଜୁ ଙ୍କ ଶାଶୁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି କହିଛନ୍ତି ଯେ ଉଭୟଙ୍କର ଦାମ୍ପତ୍ୟ ଜୀବନ ଖୁସିରେ କଟୁ । ରାଜୁ ଙ୍କ ଘରେ ରାଜୁ ଙ୍କ ମା’ ନାହାଁନ୍ତି ଏବଂ ସୋନାଲି ହେଉଛନ୍ତି ଘରର ବଡ ବୋହୂ, ସେ ଭଲ ଭାବରେ ଘର ଦାଇତ୍ଵ ତୁଲାଇପାରିବେ ବୋଲି ଦୃଢ ଭରଷା ରହିଅଛି ରାଜୁ ଙ୍କ ଶଶୁରଙ୍କର ।

ଅଭିନେତା ଜ୍ଵାଇଁଟିଏ ପାଇ ଥିବାରୁ ସୋନାଲି ଙ୍କ ବାପା ବହୁତ ଖୁସି ଅଛନ୍ତି । ଯଦି ଆଗକୁ ଉଭୟଙ୍କ ମଧ୍ୟରେ ସବୁ ଠିକ ରୁହେ ତଥା ଯଦି ଝିଅ ସୋନାଲି ଅଭିନୟ କରିପାରିବେ ତେବେ ନିଶ୍ଚିତ ଭାବରେ କରିବେ ଏଥିରେ ମନା କରିବାର ନାହିଁ କିଛି ବୋଲି କହିଛନ୍ତି ସୋନାଲି ଙ୍କ ବାପା ।

ସୋନାଲି ଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କ ଝିଅ ପାଇଁ ପ୍ରସ୍ତାବ ଯାଇଥିଲା ସେତେବେଳେ ସେ ତାଙ୍କ ଜ୍ଵାଇଁ ଙ୍କ ଭି-ଡି-ଓ ଦେଖିଥିଲେ ଏବଂ ତାହା ବହୁତ ଭଲ ଲାଗିଥିଲା ତାଙ୍କୁ । ଆଗକୁ ଉଭୟ ହସଖୁସିରେ ଜୀବନଜାପନ କରିବେ ବୋଲି ଉଭୟ ପରିବାରର ବିଶ୍ଵାସ ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *