ଶେଷ ସମୟରେ କଣ ହୋଇଥିଲା Raju Srivastav ଙ୍କ ସହିତ ? କିପରି ଥିଲା ତାଙ୍କ ଜୀବନର ଶେଷ 24 ଘଣ୍ଟା

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତରେ ଯେବେ କମେଡି କଥା ଉଠିଥାଏ, ସେତେବେଳେ ଏକ ନାମ ଗଯୋଧର ଭାଇ ଭୂମିକାରେ ସମସ୍ତଙ୍କ ଆଖି ଆଗରେ ଆସିଯାଇଥାଏ । ଯାହାକୁ ଲୋକେ ରାଜୁ ଶ୍ରୀବାସ୍ତବ ନାମରେ ଜାଣିଥିଲେ । ମାତ୍ର ଦୁନିଆକୁ ହସାଉଥିବା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଆଉ ଆମ୍ଭ ମାନଙ୍କ ମଧ୍ୟରେ ନାହାଁନ୍ତି । ଏଣ୍ଟଟେରମେଣ୍ଟ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏହା ବହୁତ ଦୁଃଖ ଖବର ଅଟେ ।

କାରଣ ରାଜୁ ଶ୍ରୀବାସ୍ତବ ଙ୍କ ଜୀବନ ଏଭଳି ପ୍ରେରଣାଯୋଗ୍ୟ ରହିଅଛି ଯାହାକୁ ଦେଖି ଅନେକ ଲୋକେ ନିଜକୁ ବନାଇଛନ୍ତି । ତେବେ କିଛି ଦିନ ପୂର୍ବେ ଏଭଳି ଖବର ଆସିଥିଲା ଯେ ତାଙ୍କର ଶରୀର ସଂପୂର୍ଣ୍ଣ ଭାବରେ ସଠିକ ହୋଇଯାଇଛି । ଏବଂ ସେ ଯଥା ସମ୍ଭବ ଘରକୁ ଫେରି ଆସିବେ । କିନ୍ତୁ ପୁଣି ଅଚାନକ ଏଭଳି କଣ ହେଲା ଯେ ସେ ଆମ୍ଭ ସମସ୍ତଙ୍କୁ ଛାଡି ଚାଲିଗଲେ ।

ତେବେ ଗୋଟିଏ ସମୟରେ ସେ ଅଟୋ ଚଳାଇ ଲୋକଙ୍କୁ ଖୁବ ହସାଉଥିଲେ । ତେବେ ରାଜୁ ଶ୍ରୀବାସ୍ତବ ଙ୍କର ୫୮ ବର୍ଷ ବୟସରେ ନିଧନ ହୋଇଯାଇଅଛି । ହୃଦଘାତ ର ଦୋହରା ପଡିବା ସହିତ ତାଙ୍କୁ ୧୦, ଅଗଷ୍ଟ କୁ ଦିଲ୍ଲୀ ର ଏମ୍ସ ହସ୍ପିଟାଲ ରେ ଭର୍ତ୍ତି କରାଗଲା । ମାତ୍ର ଏମ୍ସରେ ଭର୍ତ୍ତି କରିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାରର ସୁଧାର ଆସିଲା ନାହିଁ ।

ସେ ବ୍ୟାୟାମ କରୁଥିବା ସମୟରେ ଅଚାନକ ଭାବରେ ତଳେ ପଡିଯାଇଥିଲେ । ଏହାପରେ ଡାକ୍ତର ଙ୍କ ପକ୍ଷରୁ ଜାଣିବାକୁ ମିଳିଲା ଯେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଏବଂ ଏହାଦ୍ଵାରା ତାଙ୍କ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପଡିଥିଲା । ଜେଭଳି କି ତାଙ୍କ ବ୍ରେନ ଡାମେଜ ହୋଇଯାଇଥିଲା ।

ଏହାପରେ ସେ ୪୨ ଦିନ ଧରି ହସ୍ପିଟାଲ ରେ ଭର୍ତ୍ତି ରହିଥିଲେ । ଭେଣ୍ଟିଲେଟରରେ ରହିବା ସତ୍ବେ ମଧ୍ୟ ପରିବାର ଲୋକେ ଡାକ୍ତର ଙ୍କ ଠାରୁ ଏହି ଭରୋଷା କରିଥିଲେ ଯେ ସୁସ୍ଥ ଅବସ୍ଥାରେ ଘରକୁ ଫେରି ଆସିବେ । କିନ୍ତୁ ଡାକ୍ତର ଏହି ସୂଚନା ଦେଇଥିଲେ ଯେ ରାଜୁ ଙ୍କର ବ୍ରେନ ଫଙ୍ଗସନ କରୁନାହିଁ । ଲୋକମାନେ ତାଙ୍କ ନିମନ୍ତେ ଲଗାତାର ପ୍ରାର୍ଥନା କରୁଥିଲେ ।

ଗୋଟିଏ ଥର ତାଙ୍କ ହୋସ ମଧ୍ୟ ଆସିଥିଲା କିନ୍ତୁ ଏହା ଉଚିତ ଖବର ନଥିଲା । ତେବେ ଅଚାନକ ଭାବରେ ରାଜୁ ଶ୍ରୀବାସ୍ତବ ଙ୍କ ଏହିଭଳି ବିୟୋଗରେ ପରିବାର ଲୋକ ସମେତ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି । ଭଗବାନ ଙ୍କ ପାଖରେ ପ୍ରାର୍ଥନା ଯେ ତାଙ୍କ ଆତ୍ମା ଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ । ବନ୍ଧୁଗଣ ଏହି ଦୁଃଖଦ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *