Raju Das ଙ୍କ ରିସେପ୍ସନରେ ପହଞ୍ଚିଲେ ସାଂସଦ Aparajita Sarangi…ରାଜୁଙ୍କୁ ଦେଲେ ଗୁରୁମନ୍ତ୍ର !

ବନ୍ଧୁଗଣ, ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଓଡିଆ ଜଗତର ହାସ୍ୟ କଳାକାର ରାଜୁ ଦାସ ଙ୍କ ବିବାହ ବୈଦିକ ନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି । ତେବେ ରାଜୁ ଙ୍କ ରିସେପ୍ସନରେ ବହୁ ବଡ ବଡ ଅଭିନେତା ଅଭିନେତ୍ରୀ ଙ୍କ ସହିତ କମେଡିଆନ ମଧ୍ୟ ଯୋଗ ଦେଇଥିଲେ । ସେହିଭଳି ସାଂସଦ ଅପରାଜିତା ଶଢଙ୍ଗୀ ମଧ୍ୟ ରାଜୁ ଦାସ ଙ୍କ ରିସେପ୍ସନ ପାର୍ଟି ରେ ଯାଇ ନିଜର ବହୁମୂଲ୍ୟ ସମୟ ପ୍ରଦାନ କରିଥିଲେ ।

ସାଂସଦ ଅପରାଜିତା ଶଢଙ୍ଗୀ ଉଭୟ ନବଦମ୍ପତ୍ତି ଙ୍କୁ ଉପହାର ଦେଇ ଆଶୀର୍ବାଦ କରିଛନ୍ତି । ଅପରାଜିତା ମି-ଡି-ଆ ଆଗରେ କହିଥିଲେ ଯେ ସେ ଅତ୍ୟନ୍ତ ଆନନ୍ଦିତ ରାଜୁ ଦାସ ନିଜେ ଆସିଥିଲେ ଏବଂ ତାଙ୍କର ବହୁତ ଆଗ୍ରହ ଥିଲା ଯେ ତାଙ୍କର ବାହାଘରକୁ ସେ ଆସିବେ ଏଣୁ ଆଜି ବହୁତ ବ୍ୟସ୍ଥତା ଶତ୍ବେ ସେ କହିଲେ ସେ ନିଶ୍ଚିତ ଯିବେ । ରାଜୁ ଦାସ ବହୁତ ଭଲ କଳାକାର ତଥା ଆମ୍ଭ ସମସ୍ତଙ୍କୁ ହସାଉଛନ୍ତି ।

ଏଣୁ ଆମ୍ଭ ସମସତନନ୍କର ଦାଇତ୍ଵ ଯେ ତାଙ୍କର ଆନନ୍ଦର ସମୟରେ ଆମେ ତାଙ୍କ ସହିତ ଛିଡା ରହିବା ଏବଂ ତାଙ୍କୁ ଶୁଭେଛା ଦେବା । ସେଥିପାଇଁ ସେ ଆସିଛନ୍ତି ଏବଂ ରାଜୁ ଦାସ ଆଗକୁ ଉନ୍ନତି କରନ୍ତୁ ଏବଂ ଆନନ୍ଦ ର ସହିତ ଦାମ୍ପତ୍ୟ ଜୀବନର ପ୍ରାରମ୍ଭ କରନ୍ତୁ ଏହା ହିଁ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ତାଙ୍କର କାମନା ବୋଲି କହିଛନ୍ତି ସାଂସଦ ଅପରାଜିତା ଶଢଙ୍ଗୀ ।

ରାଜୁ ଦାସ ଏହି ମୁହୂର୍ତ୍ତରେ ବହୁତ ଖୁସି ନଜର ଆସୁଥିଲେ ସେ କହିଥିଲେ ଯେ ସେ ଯେଉଁଭଳି ଝିଅ ଖୋଜୁଥିଲେ ଠିକ ସେହିଭଳି ଝିଅ ପାଇଛନ୍ତି । ଏବଂ ସବୁ ସୁଖ ଦୁଃଖରେ ନିଜ ଜୀବନ ସାଥି ଙ୍କ ସହିତ ଆଗକୁ ପାଦରେ ପାଦ ମିଳାଇ ଚାଲିବେ ବୋଲି ସେ କହିଥିଲେ । ସେହିଭଳି ଷୋନାଲୀ ମଧ୍ୟ କହିଥିଲେ ଯେ ସେ ସ୍ଵାମୀ ଭାବରେ ରାଜୁ ଙ୍କୁ ପାଇ ବହୁତ ଖୁସି ଅଛନ୍ତି । କେନ୍ଦୁଝରରେ ସେ ଏକ ପ୍ରାଇଭେଟ କଲେଜରେ ଲେକଚର ଥିଲେ ଏଣୁ ତାଙ୍କୁ ଆଗକୁ ସୁଯୋଗ ମିଳିଲେ ସେ ନିଶ୍ଚିତ ଭାବରେ ଭୁବନେଶ୍ବରରେ କିଛି କରି ଦେଖାଇବେ ।

ରାଜୁ କହିଥିଲେ ଝିଅଟି ଶାଶୁଘରକୁ ଆସିଲା ପରେ ପରିବାର ଲୋକ ସମେତ ସମସ୍ତଙ୍କୁ ନେଇ ଚଳିଥାଏ ତଥା ସବୁ ଭଲମନ୍ଦ ବୁଝିଥାଏ । ସୋନାଲି ଙ୍କ ଠାରେ ସେହି ସବୁ ଦକ୍ଷତା ରହିଛି ବୋଲି ରାଜୁଦାସ କହିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *