ରାଜସ୍ତାନୀ ଭିକାରୁଣୀର ଇଂରାଜୀ ଶୁଣି Anupam Kher ଙ୍କ ହୋସ ଉଡିଗଲା, ତା’ ପରେ ଅନୁପମ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ସମସ୍ତେ ବଲିଉଡ ଅଭିନେତା ଏବଂ ବହୁ ପ୍ରତିଭା ଶାଳୀ ବ୍ୟକ୍ତି ଅନୁପମ ଖେର ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ଅନୁପମ ଖେର ଏପରି ଜଣେ ଅଭିନେତା ଯିଏ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ସକ୍ରିୟ ଥାଆନ୍ତି । ଅନୁପମ ନିକଟରେ ଏପରି ଏକ ଭିଡିଓ ସେ-ୟା-ର କରିଛନ୍ତି କି ତାଙ୍କ ପ୍ରଶଂସକ ମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଅନୁପମ ଖେରଙ୍କ ଏହି ଭିଡିଓରେ ଜଣେ ଝିଅ ପାଠପଢ଼ିବା ପା‌ଇଁ ତାଙ୍କ ନିକଟରେ ନିବେଦନ କରୁଛନ୍ତି

ତା’ପରେ ଅନୁପମ ମଧ୍ୟ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନିକଟରେ ଅନୁପମ ଖେର କାଠମାଣ୍ଡୁ ଯାଇଥିଲେ, ଯେଉଁଠାରେ ସେ ଏମିତି ଜଣେ ଝିଅଙ୍କୁ ଭେଟିଥିଲେ ଯିଏକି ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଭିକ ମାଗୁଥିବା ଏହି ବାଳିକା ଜଣକ ସ୍ପଷ୍ଟ ଭାବେ ଇଂରାଜୀ ବି କହୁଥିଲେ । ବାଳିକାଙ୍କ ମୁଖରୁ ଇଂରାଜୀ ଶୁଣି ଅନୁପମ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅନୁପମ ଖେର ଭିଡିଓ ସେୟାର କରି ଲେଖିଛନ୍ତି, ‘ମୁଁ କାଠମାଣ୍ଡୁ ମନ୍ଦିର ବାହାରେ ଆରତୀଙ୍କୁ ଭେଟିଥିଲି । ସେ ଭାରତର ରାଜସ୍ଥାନର ବାସିନ୍ଦା । ସେ ମୋତେ କିଛି ଟଙ୍କା ମାଗିଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ ଅନୁମତି ମାଗିଥିଲେ । ଆଉ ମୋ ସହିତ ଇଂରାଜୀରେ ଭଲଭାବେ କଥା ବି ହୋଇଥିଲେ । ଅଧ୍ୟୟନ ପାଇଁ ତାଙ୍କର ଆଗ୍ରହ  ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଅନୁପମ ଖେର ଫାଉଣ୍ଡେସନ ତାଙ୍କୁ ଶିକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଭିଡିଓରେ ଝିଅ ଜଣକ କହୁଛନ୍ତି, ‘ମୋର ନାମ ଆରତୀ ଏବଂ ମୁଁ ଆପଣଙ୍କୁ ଭେଟି ଖୁବ ଖୁସି ଅଛି । ବହୁତ୍ ବହୁତ୍ ଧନ୍ୟବାଦ୍ । ମୁଁ ଭାରତର ରାଜସ୍ଥାନରୁ ଆସିଛି । ଆରତୀଙ୍କ କଥା ଶୁଣି ଅନୁପମ ଖେର ତାଙ୍କୁ ପ୍ରଶଂସା କରି କହିଥିଲେ ଯେ ତୁମେ ବହୁତ ଭଲ ଇଂରାଜୀ କହୁଛ । ଅନୁପମ ପଚାରିଥିଲେ ତୁମେ କିପରି ଏତେ ଭଲ ଭାବେ ଇଂରାଜୀ କହି ପାରୁଛ ?
ତେବେ ଝିଅ ଟି ଉତ୍ତର ରେ କହିଥିଲା କି ମୁଁ ଭିକ୍ଷା ମାଗେ । ମୁଁ ସ୍କୁଲକୁ ଯାଇ ନାହିଁ ।


ଭିକ ମାଗିବା ସମୟରେ ମୁଁ ଟିକିଏ ଇଂରାଜୀ ଶିଖିବାକୁ ଲାଗିଲି ଏବଂ ବର୍ତ୍ତମାନ ମୁଁ ପୁରା ଇଂରାଜୀରେ କଥା ହେବା ଶିଖି ଯାଇଛି । ଅ‌ାରତୀଙ୍କୁ ଅନୁପମ ପଚାରିଥିଲେ- ତୁମେ କାହିଁକି ଭିକ ମାଗୁଛ କିଛି କାମ କାହିଁ କରୁନ? ତେବେ ଉତ୍ତର ରେ କହିଥିଲା କି କାରଣ ମୁଁ ଏକ ଗରିବ ପରିବାରର ଝିଅ, ତେଣୁ ମୋତେ ଭିକ ମାଗିବାକୁ ପଡୁଛି । ଅନୁପମ ତାପରେ କହିଥି‌ଲେ – ତୁମେ ଭଲ ଇଂରାଜୀ କହୁଛ, କୌଣସି ସ୍ଥାନରେ ଚାକିରି ପାଇଁ ଚେଷ୍ଟା କରି ନାହିଁ ।

ଆରତୀ କହନ୍ତି, ମୋତେ କେହି ଚାକିରି ଦେବାକୁ ରାଜି ନୁହନ୍ତି । ମୁଁ ପାଠପଢ଼ିବାକୁ ଚାହେଁ । ବହୁତ ଲୋକଙ୍କୁ ଏଥିପାଇଁ ସାହାଯ୍ୟ ବି ମାଗିଛି କିନ୍ତୁ କେହି ମୋ କଥା ଶୁଣି ନାହାନ୍ତି ।ଆରତୀଙ୍କ ଠାରୁ ଏକଥା ଶୁଣି ଅନୁପମ ତାଙ୍କ ଠାରୁ ଫୋନ ନମ୍ବର ନେଇ ପାଠ ପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *