ଭୁବନେଶ୍ୱରକୁ ଦୟା କର…ରାଜଧାନୀର ଏଭଳି ପରିସ୍ଥିତି ଆଗରୁ କେବେ ବି ଦେଖି ନଥିବେ…ଦେଖନ୍ତୁ Video

ବନ୍ଧୁଗଣ ସ୍ମାର୍ଟ ସିଟି ର ସ୍ମାର୍ଟ ରାସ୍ତା ରେ ଲହଡ଼ି ମାରୁଛି ବନ୍ୟା ପାଣି । ରାଜଧାନୀ ଭୁବନେଶ୍ବର ରେ ହନ୍ତସନ୍ତ ହେଉଛନ୍ତି ଲୋକମାନେ । ପାଣି ସାଙ୍ଗକୁ ସାପ ଓ ଜନ୍ତୁ ର ଭୟ । କାହାକୁ ଗୁହାରି କରିବେ ରାଜଧାନୀ ବାସୀ? ” କହିବାକୁ ଲାଜ ଲାଗୁଛି ଆମେ ସ୍ମାର୍ଟ ସିଟି ରେ ରହିଛୁ । ୟା ଠାରୁ ଭଲ ଆମେ ଗାଁ ରେ ରହିଥାନ୍ତୁ । ଆପଣ ଦେଖୁଛନ୍ତି ସ୍ମାର୍ଟ ସିଟି ବା ରାଜଧାନୀ ଭୁବନେଶ୍ବର ର ଦୃଶ୍ୟ । ଯେଉଁଠାରେ ରୁହନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ସେହି ରାଜଧାନୀ ରେ ଏବେ ଲହଡ଼ା ମାରୁଛି ବନ୍ୟା ଜଳ । ଭୁବନେଶ୍ୱର ଉପକଣ୍ଠ ବାଲି ପାଟଣା ଅଞ୍ଚଳରେ ବନ୍ୟା ଜଳ ପଶିବା ଯୋଗୁଁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦୟା ନଦୀ ର ପଛୁଆ ପାଣି ପଶିବା ଯୋଗୁଁ ଭୁବନେଶ୍ୱର ର ସୁନ୍ଦରପଦା ଅଞ୍ଚଳରେ ଲୋକମାନେ କିଭଳି ଭାବରେ ହିନସ୍ତା ହେଉଛନ୍ତି ତାହା ଆପଣ ମାନେ ଏହି ଦୃଶ୍ୟ ଦେଖି ସହଜ ରେ ଅନୁମାନ କରିପାରୁ ଥିବେ ।

କେଉଁଠି ଛୋଟ ଛୁଆ କୁ ଧରି ବାପା ଚାଲି ଯାଉଛି ତ ଆଉ କେଉଁଠି ନିଜ ଜିନିଷ ପତ୍ର ଧରି ଗାଁ କୁ ବାହାରିଛନ୍ତି ସମ୍ପୂର୍ଣ୍ଣ ପରିବାର । ସେହିପରି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ମଧ୍ୟ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି । ବାଲିପାଟଣା ବ୍ଲକ ର ସାରଜରାଜସ ପଞ୍ଚାୟତ ର କୃଷ୍ଣପୁର ମଠ ସାହି ଓ ନବାଟିଆ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି ।

ଗାଁ ଦାଣ୍ଡରେ ଦୁଇ ରୁ ତିନି ଫୁଟ ପାଣି । ଫଳରେ ଲୋକ ମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ିଛି । ମହାନଦୀ ର ମଧ୍ୟମ ଧରଣ ର ବନ୍ୟା ଆସିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ୟା ର ଏଭଳି ଭୟଙ୍କର ପରିସ୍ଥିତି ଗାଁ ବ୍ୟତୀତ ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ।

ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏ ନେଇ ଭବିଷ୍ୟତ ରେ କଣ ପଦକ୍ଷେପ ନିଆଯିବ ତାହା ଦେଖିବାର ବିଷୟ ଅଟେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *