ରାଜା ହିନ୍ଦୁସ୍ତାନୀ ଫିଲ୍ମରେ କାମ କରି ଫେମସ ହୋଇଥିବା ଏହି 4 ଜଣ ଷ୍ଟାର ଆଜି ନଜର ଆସନ୍ତି କିଛି ଏମିତି, ନମ୍ବର 4 ଙ୍କୁ ଦେଖିଲେ ଆପଣ ଚିହ୍ନି ବି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ ରାଜା ହିନ୍ଦୁସ୍ତାନୀ ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିବା କିଛି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ। ଯେଉଁମାନେ ବର୍ତ୍ତମାନ ସମୟରେ ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ଯାଇଛନ୍ତି। ବନ୍ଧୁଗଣ ଏକ ଗରିବ ପୁଅ ଏବଂ ଏକ ଧନୀ ଝିଅ ର ସଂଘର୍ଷ ରେ ଭରା ପ୍ରେମ କାହାଣୀ କୁ ନେଇ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ର ନିର୍ମାଣ ହୋଇଥିଲା। ଏହି ଫିଲ୍ମ ରେ ବହୁତ ପ୍ରସିଦ୍ଧ କଳାକାର ମାନେ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୯୬ ମସିହାରେ ରିଲିଜ ହୋଇଥିଲା ଏବଂ ବର୍ତ୍ତମାନ ଏହି ଫିଲ୍ମ କୁ ୨୪ ବର୍ଷ ପୂର୍ଣ ହୋଇସାରିଛି। ବନ୍ଧୁଗଣ ଏହି ଫିଲ୍ମ ରେ କିଛି କଳାକାର ନିଜ ଅଭିନୟ ମାଧ୍ୟମରେ ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଇଥିଲେ।

ସେହି କଳାକାର ମାନଙ୍କୁ ବର୍ତ୍ତମାନ ସମୟରେ ଦେଖିଲେ ହଠାତ ଚିନ୍ହିବା କଷ୍ଟକର ହୋଇଯିବ। ସେହି କଳାକାର ମାନଙ୍କ ମଧ୍ୟରୁ କିଛି ଜଣ ଇଣ୍ଡଷ୍ଟ୍ରୀ ରୁ ସମ୍ପୂର୍ଣ୍ଣ ରୂପରେ ବିଦାୟ ନେଇ ସାରିଛନ୍ତି ଏବଂ ବିଦେଶ ରେ ନିଜର ବସତି ସ୍ଥାପନ କରି ସାରିଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ସେହି କଳାକାର ମାନଙ୍କ ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ଜାଣିବା

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି, ‘ନବନିତ ନିଶାନ’। ଫିଲ୍ମ ରେ ଆରତୀ ର ବନ୍ଧୁ ‘କମଲ ସିଂ’ ର ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ସେ ନିଜର ଏହି ଅଭିନୟ ମାଧ୍ୟମରେ ପ୍ରସିଦ୍ଧି ଲାଭ କରିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୫୫ ବର୍ଷ ବୟସ ର ଅଟନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଅଭିନୟ କ୍ୟାରିଆର ରୁ ବିଦାୟ ନେଇ ସାରିଛନ୍ତି। ଯଦି ନବନିତ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ ଅବିବାହିତ ଅଟନ୍ତି ଏବଂ ନିଜ ଲାଇଫ ରେ ସେ ଏକୁଟିଆ ରହୁଛନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି ‘ଆମୀର ଖାଁ’। ଫିଲ୍ମ ରେ ଜଣେ ଟ୍ୟାକ୍ସି ଡ୍ରାଇଭର ର ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତା ନିଜର ଅଭିନେତା ମାଧ୍ୟମରେ ଦର୍ଶକ ମାନଙ୍କୁ ମୋହିତ କରିଥିଲେ। ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ହାଣ୍ଡସମ ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି।

ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଫିଲ୍ମ କ୍ଷେତ୍ରରେ ସକ୍ରିୟ ଅଛନ୍ତି ଏବଂ ତାଙ୍କର ଅପକମିଙ୍ଗ ଫିଲ୍ମ ହେଉଛି ‘ଲାଲ ସିଂ ଚଡା’। ଯଦି ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ ନିଜର ଦ୍ୱିତୀୟ ପତ୍ନୀ କିରନ ରାଓ ଙ୍କ ସହ ଖୁସି ରେ ନିଜର ଜୀବନ ବିତାଉଛନ୍ତି।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ‘କରିସ୍ମା କପୁର’। ଫିଲ୍ମ ରେ ରାଜା ର ପ୍ରେମିକା ଆରତୀ ର ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ପୁର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୪୬ ବର୍ଷ ବୟସର ଅଟନ୍ତି।

ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା କମ ସୁନ୍ଦର ଦେଖା ଯାଉଛନ୍ତି କିନ୍ତୁ ବର୍ତ୍ତମାନ ସେ ଅଧିକ ଷ୍ଟାଇଲିସ ଏବଂ ମର୍ଡନ ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର କ୍ୟାରିଆର କୁ ଜାରି ରଖିଛନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ନିଜ ପତି ଙ୍କ ଠାରୁ ଛାଡ଼ପତ୍ର ନେବା ପରେ ସେ ନିଜର ୨ ସନ୍ତାନ ଙ୍କ ସହ ମୁମ୍ବାଇ ରେ ହସଖୁସିରେ ନିଜ ଜୀବନ ବିତାଉଛନ୍ତି।

୪. କଳ୍ପନା ଅୟର- ରାଜା ହିନ୍ଦୁସ୍ଥାନୀ ଫିଲ୍ମ ରେ ଯେଉଁ ଅଭିନେତ୍ରୀ ବଞ୍ଜାରଣ ଭୂମିକାରେ ନଜର ଆସିଥିଲେ ଆତାଙ୍କର ନାମ କଳ୍ପନା ଅୟର ଅଟେ । ପରଦେଶୀ ପରଦେଶୀ ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ଆଜି ଆଗ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଫିଲ୍ମରେ ଫିଟ ଆଉ ସୁନ୍ଦର ନଜର ଆସୁଥିବା କଳ୍ପନା ଅୟର ଆଜି ବହୁତ ମୋଟି ଓ ବୁଢୀ ନଜର ଆସୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *