ଅଭିନେତା Rai Mohan Parida ଙ୍କ ପିଲା ଦିନର ସାଙ୍ଗ କଲେ ଭୟଙ୍କର ଖୁଲାସା, କହିଲେ ରାଇଙ୍କ ମୃତ୍ୟୁ ପଛରେ ରହିଛି ପୁରୀ ଲିଙ୍କ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଇମୋହନ ଙ୍କ ଆତ୍ମହତ୍ୟା ପଛରେ ପୁରୀ ଲିଙ୍କ ସନ୍ଦେହ । ନୂଆ ଘର କୁ ନେଇ ଚାପ ରେ ରହୁଥିଲେ କି ବରିଷ୍ଠ ସିନେ ଅଭିନେତା? ମାନସିକ ଚାପ ଗ୍ରସ୍ତ ଥିବା ପଛରେ ରହିଛି କି ନୂଆ ଘର ଲିଙ୍କ? କିଛି ଦିନ ପୂର୍ବରୁ ରାଇମୋହନ ପୁରୀ ଯାଇଥିଲେ । କଣ ପାଇଁ ସେ ପୁରୀ ଯାଇଥିଲେ ଯଦିଓ ସ୍ପଷ୍ଟ ଭାବରେ ଜଣା ପଡ଼ିନାହିଁ ହେଲେ ତାଙ୍କ ପିଲା ଦିନ ର ବନ୍ଧୁ ଙ୍କ ବୟାନ ଘଟଣା କୁ ଦେଇଛି ନୂଆ ମୋଡ଼ ।

ଚାରି ଦିନ ତଳେ ରାଇମୋହନ ପୁରୀ ଯାଇଥିଲେ । ସେଠାରେ ଥାଇ ତାଙ୍କ ପିଲା ଦିନର ବନ୍ଧୁ ଙ୍କୁ ଫୋନ କରିଥିଲେ । ସୌଜନ୍ୟମୂଳକ ଆଲୋଚନା ପାଇଁ କରିଥିବା ଫୋନ କଲ ରେ କହୁକହୁ ବନ୍ଧୁ ଆଗରେ ବଖାଣି ଦେଇଥିଲେ ମନର ବ୍ୟଥା ଓ ପୁରୀ ଯିବା ପଛର କାରଣ । ପୁରୀ ରେ ରାଇମୋହନ କରିଥିବା ନୂଆ ଘରକୁ ନେଇ କିଛି ବିବାଦ ରହିଥିଲା ।

ସେହି ବିବାଦ କୁ ସମାଧାନ କରିବା ପାଇଁ ସେ ପୁରୀ ଯାଇଥିବା ରାଇମୋହନ ନିଜ ବନ୍ଧୁ ବିମ୍ବିସାର ଦାସ ଙ୍କୁ ଫୋନ ରେ କହିଥିଲେ । ତେବେ ତାଙ୍କ ବନ୍ଧୁ ଙ୍କ କହିବାନୁଯାୟୀ, ରାଇମୋହନ ତାଙ୍କୁ ଫୋନ କରିଥିଲେ ଏବଂ ପୁରୀ ରେ ଘର କରିବା କଥା କହିଥିଲେ । ଏହା ସହିତ କହିଥିଲେ ଯେ, ପୁରୀ ରେ କରିଥିବା ଘର ର କିଛି ସମସ୍ୟା ଚାଲିଛି ଯାହାର ସମାଧାନ ପାଇଁ ସେ ପୁରୀ ଆସିଛନ୍ତି ବୋଲି ।

ତାଙ୍କ ବନ୍ଧୁ ଙ୍କ ସହିତ ସେ ଶେଷ ଦେଖା ତାଙ୍କର ଜଣେ କଲେଜ ବନ୍ଧୁ ଙ୍କ ପୁଅ ର ବିବାହ ରେ ହୋଇଥିଲା । ପରେ ସେ ଆଉ ଫୋନ କରି ନଥିଲେ । ତାଙ୍କ ବନ୍ଧୁ ଙ୍କ କହିବାନୁସାରେ ରାଇମୋହନ ଙ୍କ ଆର୍ଥିକ ସ୍ଥିତି ରେ ମଧ୍ୟ କୌଣସି ଅସୁବିଧା ନଥିଲା । ମଝିରେ ତାଙ୍କ ଅପରେସନ ସମୟରେ ସେ ଅସୁବିଧା ରେ ଥିଲେ । ପରେ କିଛି ସମସ୍ୟା ହୋଇ ନଥିଲା । ସେ ଏହା ମଧ୍ୟ କହିଥିଲେ ଯେ, ରାଇମୋହନ ଶିରିଡ଼ି ସାଇ ଙ୍କୁ ବହୁତ ବିଶ୍ୱାସ କରନ୍ତି ।

ଦର୍ଶନ ପାଇଁ ଯିବେ ବୋଲି ମଧ୍ୟ ରାଇମୋହନ କହିଥିଲେ । କିନ୍ତୁ ହଠାତ ଏଭଳି ପଦକ୍ଷେପ ସେ କାହିଁକି ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ପୋଲିସ ର ତଦନ୍ତ ପରେ ହିଁ ତାଙ୍କ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ପାରିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *