Rahul ଙ୍କୁ ଖୋଜିବ VLC ଭିକ୍ଟିମ ଲୋକେସନ କ୍ୟାମେରା…ଖୁବ ଶୀଘ୍ର ମିଳିବ ସଫଳତା…ଦେଖନ୍ତୁ Video

ବନ୍ଧୁଗଣ କଳେ ବଳେ କୌଶଳେ ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ । ଏନଡିଆରଏଫ, ଏସଡିଆରଏଫ ଓ ରୋବୋଟିକ ଟିମ ନିଜକୁ ବାଜି ଲଗାଇ ଦେଇଛନ୍ତି । କିଭଳି ଭାବରେ ରାହୁଲକୁ ଉଦ୍ଧାର କରିବେ, କିଭଳି ଭାବେ ସଫଳ ହେବ ଅପରେସନ ରାହୁଲ ତାକୁ ନେଇ ସମସ୍ତ ଉଦ୍ୟମ ଚାଲିଛି । ଗୋଟେ ପଟେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ ଚାଲି ଥିବା ବେଳେ ଅନ୍ୟ ପଟେ ଚାଲିଛି ରାହୁଲଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏବେ ରାହୁଲଙ୍କ ପାଇଁ ଲାଗିଲା VLC କ୍ୟାମେରା । ରାହୁଲକୁ ଏବେ ଉଦ୍ଧାର କରିବା ହେଲା ଆହୁରି ସହଜ  । ମାତ୍ର କିଛି ଇଞ୍ଚ ଦୂରରେ ରହିଛନ୍ତି ରାହୁଲ ।

80 ଫୁଟ ଗାତ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ ଆଉ ମାତ୍ର କିଛି ଇଞ୍ଚର ଦୂରତା ରହିଛି । କୋଟି କୋଟି ଲୋକଙ୍କ ପ୍ରାର୍ଥନା ଶୁଣୁଛନ୍ତି ଏବେ ଜଗତର ନାଥ । ଦୀର୍ଘ 4 ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯାଉଛନ୍ତି । ଏହାର ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଓ ଏସଡିଆରଏଫ ଟିମର ଉଦ୍ୟମ ଏବେ ସଫଳ ହେବାକୁ ଯାଉଛି ।

ଏବେ ରାହୁଲ ପାଖରେ ପହଞ୍ଚିବା ସହଜ ହୋଇଯିବ । ରାହୁଲ ସହ ଯୋଗାଯୋଗ କରିବା ଆଉ ତାଙ୍କ ଶବ୍ଦ ଶୁଣିବା ଏବେ ଅତି ସହଜରେ ହେବ । କାରଣ ଏଥିପାଇଁ ଆସିଛି ହାଇ ପ୍ରୋଫାଇଲ କ୍ୟାମେରା । ଏହି କ୍ୟାମେରାର ନାମ ହେଉଛି VLC କ୍ୟାମେରା । ତେବେ ଏହି VLC କ୍ୟାମେରା ପଥର ଚିରି ଶବ୍ଦ ବାହାର କରିବାର ସକ୍ଷମ ରଖିଛି । ଏହି କ୍ୟାମେରାର ନାମ ହେଉଛି ଭିକ୍ଟିମ ଲୋକେସନ କ୍ୟାମେରା  ।

ଏହି କ୍ୟାମେରା ମାଧ୍ୟମରେ ରାହୁଲର ଶବ୍ଦ ଶୁଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବ । ଏହି କ୍ୟାମେରା ଦ୍ଵାରା ଅତି ଶୀଘ୍ର ଏନଡିଆରଏଫ ଟିମ ଯାଇ ପହଞ୍ଚିବେ ରାହୁଲ ପାଖରେ । ତେବେ ପଥର ପଛରେ ଥିବା ରାହୁଲର ମୁଭମେଣ୍ଟକୁ ଅତି ଭଲ ଭାବରେ ଟ୍ରାକ କରିପାରିବ କ୍ୟାମେରା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *