‘ରାହୁଲ ବାରିକୁ ଯାଇଥିଲା, ଠିକ ସେହି ସମୟରେ…’ ସେଦିନ Rahul ସହିତ କଣ ହୋଇଥିଲା ସବୁ କିଛି ବଖାଣିଲେ Rahul ର ବାପା, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ରାହୁଲଙ୍କ ଉଦ୍ଧାର ଖବର ଚର୍ଚ୍ଚାରେ ରହିଛି । ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ ।

ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି । ତେବେ ଗତ ଶୁକ୍ରବାର ଦିନରୁ ଆଜି ମଙ୍ଗଳବାର ହୋଇଗଲା ହେଲେ ଏ ପର୍ଯ୍ୟନ୍ତ ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ଧୀରେ ଧୀରେ ଧର୍ଜ୍ୟହରା ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି ।

ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଏ ସବୁ ଭିତରେ କେବେ ରାହୁଲକୁ ଉଦ୍ଧାର କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାହୁଲଙ୍କ ବାପା ନିଜ ଦୁଃଖ ପ୍ରକାଶ କରିଛନ୍ତି ।

ରାହୁଲଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଦୁଃଖ ପ୍ରକାଶ କରି ଥିବାର ନଜର ଆସୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ରାହୁଲଙ୍କ ବାପା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ରାହୁଲ ମାତ୍ର 12 ବର୍ଷର ଛୁଆ ଆଉ ପ୍ରଶାସନ ନିଜର କାମ ଠିକ ଭାବରେ କରୁଛି । ଏ ଘଟଣା ଯେଉଁ ଦିନ ଘଟିଲା ମୁଁ ସେଦିନ ଘରେ ନଥିଲି ବାହାରେ ଥିଲି ।

ରାହୁଲ ବାହାରେ ଖେଳୁ ଥିଲା ଆଉ ତା ମା ଘରେ ଥିଲା । ସେ ବାରିକୁ ଯାଇଥିଲା ଆଉ ତା ପରେ ସେ କେଉଁଠି ଉଭାନ ହୋଇଯାଇଥିଲା । ବାରିକୁ ଯାଇ ସେ କଣ କରିଲା ଆମେ କିଛି ବି ଜାଣି ନାହୁଁ । ପ୍ରଶାସନ ତ ପ୍ରଥମ ଦିନରୁ କହୁଛି ଏକ ଘଣ୍ଟା ଲାଗିବ ଉଦ୍ଧାର ପାଇଁ ଦୁଇ ଘଣ୍ଟା ଲାଗିବ ଉଦ୍ଧାର ପାଇଁ । ଅବଶ୍ୟ ସେମାନେ ବି ନିଜ କାମ ଠିକ ଭାବରେ କରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାହୁଲର ବାପା ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *