ଭାଙ୍ଗିଦେଲେ Sri Jagannath ଙ୍କ 40 ରୁ ଅଧିକ ରୋଷେଇ ଚୁଲା, ରାଗରେ ଗର୍ଜିଲେ ସେବାୟତ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ରୀ ମନ୍ଦିରର ରୋଜା ଘରର ଚୂଲି କିଏ ରାତିରେ ଭାଙ୍ଗି ଦେଇଛନ୍ତି । ଶ୍ରୀ ମନ୍ଦିରର ସେବାୟତ ଙ୍କ କହିବା ଅନୁସାରେ ସମୁଦାୟ ୪୦ ଟି ଚୂଲି ଭାଙ୍ଗି ଦେଇଛନ୍ତି । ମାତ୍ର ଏ ସବୁ ପାଇଁ ପ୍ରଶାସନ ହିଁ ଦାୟୀ ଅଟେ ବୋଲି ସେବାୟତ କହିଛନ୍ତି । ସକାଳ ଧୂପ ରେ ବିରିପିଠା, ସରପୁଳି ଏହାସବୁ ଆଗ ହେବ, ମାତ୍ର ବର୍ତ୍ତମାନ ଚୂଲି ମରାମତି ଚୂରା ମରାମତି ହେଲେ ଭୋଗ ହେବ ବର୍ତ୍ତମାନ । ୪୦ ଟି ଚୂଲି ଭାଙ୍ଗି ଦେଇଛନ୍ତି ମାତ୍ର ସବୁ ପାଇଁ କେବଳ ପ୍ରଶାସନ ହିଁ ଦାୟୀ ଅଟେ ।

ମନ୍ଦିରରେ ଚୋରୀ ମଧ୍ୟ ହେଲା କିନ୍ତୁ ଏ ପର୍ଯ୍ୟନ୍ତ କେସ ଦେଇ ନାହାନ୍ତି ପ୍ରଶାସନ । ରୋଷଘର ତାଲା ପଡିଲେ ମଧ୍ୟ ସବୁବେଳେ ତାଲା ଭଙ୍ଗା ହେଉଛି । କୋଠଘର ତାଲା କିଛି ଦିନ ତଳେ ଭଙ୍ଗା ହୋଇଥିଲା । ଖଡିସଜଘର ତାଲା ମଧ୍ୟ ଭଙ୍ଗା ହୋଇଥିଲା । ଚାବି ହଜେଇବାରୁ ଏଭଳି ତାଲା ଭାଙ୍ଗୁଛନ୍ତି ବୋଲି କହିଛନ୍ତି ସେବାୟତ । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ କିଛି କହିଲେ ମୋର ଦୋଷ ହେବ ଏଣୁ କ’ଣ ବା କହିବି ?

ରୋଷଘରେ ଚୂଲି ସମୁଦାୟ ହେଉଛି ୪୮୫ ଟି । ମାତ୍ର ରାତିରେ ସବୁ ଶାବଳ ମାରି ଚୂଲି ଭାଙ୍ଗି ଦେଇଛନ୍ତି । ରାତିରେ ଯେଉଁ ମାନେ ଡିଉଟି କରୁଥିଲେ କିପରି କରୁଥିଲେ ? ରାତିରେ ନେପାଳୀ ମାନେ ସଠିକ ଡିଉଟି କରୁଥିଲେ । ମାତ୍ର ଏ ନେପାଳୀ ମାନଙ୍କୁ ନେଇ ଚର୍ଚ୍ଚା ରେ ପକେଇଛନ୍ତି ଆଉ ଯେଟିବିରେ ପୁରାଇଛନ୍ତି । ସିସିଟିଭି ସବୁ କି ମାଙ୍କଡ ଭାଙ୍ଗିଦେଲାଣି । ଆଉ ଗୋଟେ ମଧ୍ୟ କିଛି ନାହିଁ । ମାତ୍ର ଚୂଲି ଭାଙ୍ଗିଗଲେ ମହାପ୍ରଭୁ ଙ୍କ ନୀତି ଡେରି ହେବ ।

ମହାପ୍ରଭୁ ଙ୍କ ନୀତି ରେ ୨ ଘଣ୍ଟା ବିଳମ୍ବ ହୋଇଛି । ମାତ୍ର ମହାପ୍ରସାଦ ର ପରିମାଣ କମିବ ନାହିଁ ବୋଲି ସେବାୟତ ଜଣକ କହିଥିଲେ । ସେ କହିଥିଲେ ଭୋଗ ବହୁତ ଅଛି । ମଠ ଚୂଲି ଯିଏ ଯାହା ଦଖଲ ନେଇଛନ୍ତି ସେ ତାହା ଦଖଲରେ ଅଛି ସବୁ । ମାତ୍ର ଚୂଲି କାହାର ସବୁ ଜଗନ୍ନାଥ ଙ୍କ ର ଅଟେ ।

ଚୂଲି କୁ ଜାଣିକରି ଏଭଳି ଭଙ୍ଗା ଯାଇଛି ବୋଲି ସେବାୟତ ଜଣକ କହିଛନ୍ତି । ଏମାନେ କିଭଳି ହଇରାଣ ହେବେ ସେଥିପାଇଁ ଜାଣିକରି ଚୂଲି କୁ ଭଙ୍ଗା ଯାଇଛି । ମାତ୍ର ଦେଉଳ ପ୍ରତି ବିପଦ ଅଛି ବୋଲି ସେବାୟତ ଜଣକ କହିଛନ୍ତି । ତେବେ ବନ୍ଧୁଗଣ ଏହି ଟିପ୍ପଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *