ଫିଲ୍ମ Puspa ର ଶ୍ରୀବଲ୍ଲୀ ଷ୍ଟାଇଲରେ ଏଠି ଚାଲିଛି ହରେ କୃଷ୍ଣ କରେ ରାମ କୀର୍ତ୍ତନ, ଥରେ ଦେଖନ୍ତୁ ଏହି Video ମୁଣ୍ଡରେ ହାତ ଦେବେ…

ଆପଣମାନେ ପିଲାଦିନୁ ନାମ ସଙ୍କୀର୍ତ୍ତନ ଦେଖି ଆସୁଥିବେ । ଏଥିରେ ଗାଁ ଓ ସହରରେ କୃଷ୍ଣଙ୍କ ନାମରେ ପୂଜା ଅର୍ଚନା କରାଯାଏ ଓ ସେହି ସମୟରେ କୀର୍ତ୍ତନ ଦଳଙ୍କୁ ବି ଡକାଯାଏ । ଯେଉଁମାନେ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ କରିଥାନ୍ତି । ସେମାନେ ହାତରେ ମୃଦଙ୍ଗ, ଢୋଲ ଓ ହାରମୋନିୟମ ଇତ୍ୟାଦି ବାଦ୍ୟ ଯନ୍ତ୍ର ଧରି ଗୋଟିଏ ସ୍ଥାନରେ ବସି ‘ହରେ ରାମ ହରେ କୃଷ୍ଣ’ର କୀର୍ତ୍ତନ କରିଥାନ୍ତି । ଯାହାକୁ କିଛି ଲୋକମାନେ ବସି ଦେଖିବା ସହ ଠାକୁରଙ୍କ ନାଁର ଜପ ବି କରନ୍ତି ।

କହିବାକୁ ଗଲେ ଏହିଭଳି ବହୁ ପୁରାତନ କାଳରୁ ଚାଲି ଆସୁଛି । ଓଡିଶାର ପ୍ରତ୍ୟକ ସହର ଓ ଗାଁରେ ଏହିଭଳି ଅନୁଷ୍ଠାନ ହୋଇଥାଏ । କିନ୍ତୁ ଯଦି ବର୍ତ୍ତମାନ ଯୁଗର କଥା କହିବା ତେବେ ବର୍ତ୍ତମାନ ସମସ୍ତେ ଆଧୁନିକ ଯୁଗରେ ନିଜର ପୁରୁଣା ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଇଛନ୍ତି ।

ଯାହାର ଫଳ ସ୍ୱରୂପ ସେମାନେ ପୁରୁଣା ନୀତି ନିୟମକୁ ଭୁଲି ଯାଇ ନୂଆ ନୂଆ ଷ୍ଟାଇଲରେ ନାଚୁଛନ୍ତି ଓ ଭଗବାନଙ୍କ କୀର୍ତ୍ତନ କରୁଛନ୍ତି । ବର୍ତ୍ତମାନ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ନାମ ସଙ୍କୀର୍ତ୍ତନ ଚାଲିଛି । ମଝିରେ ଭଗବାନଙ୍କ ପ୍ରତି ମୂର୍ତ୍ତି ଅଛି । ଚାରିପଟେ ସମସ୍ତେ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ କରୁଛନ୍ତି । ସବୁଠୁ ବଡ କଥା ହେଉଛି ସେମାନେ ପୁରୁଣା ପରମ୍ପରାକୁ ଭୁଲି ଯାଇ ଫିଲ୍ମ ଷ୍ଟାଇଲ ନୂଆ ଗୀତର ତାଳେ ତାଳେ କୃଷ୍ଣଙ୍କ ନାଁ ନେଇ ନାଚୁଛନ୍ତି ।

ଯାହାକି ଏକ ଅପମାନ ଜଣକ କଥା ଅଟେ । କାରଣ ଠାକୁରଙ୍କ ନାମ ସଙ୍କୀର୍ତ୍ତନରେ ଫିଲ୍ମର ଗୀତର ମ୍ୟୁଜିକ ଦେଇ ପୁଣି ଫିଲ୍ମି ଷ୍ଟାଇଲରେ ନାଚିବା ଭୁଲ ଅଟେ । ଏହା ଆମର ସଂସ୍କୃତିକୁ ଅପମାନ କରୁଛି । କହିଦେଉଛୁ କି ଏହି ଭଳି ଷ୍ଟାଇଲ ଆପଣ ପୁଷ୍ପା ଫିଲ୍ମରେ ଦେଖିଥିବେ । ସେଥିରେ ଅଭିନେତା ଅଲୁ ଅର୍ଜୁନ ଗୋଟିଏ ଗୀତାରେ କାନ୍ଧ ଟେକି ଟେକି ଗୋଡକୁ ଘଷି ଘଷି ନାଚୁଛନ୍ତି ଓ ଏହି ନାମ ସଙ୍କୀର୍ତ୍ତନରେ ବି କୀର୍ତ୍ତନୀୟ ଦଳର ଲୋକମାନେ ବି ସେହିଭଳି କାନ୍ଧକୁ ଟେକି ଗୋଡ ଗୋଡକୁ ଘଷି ଘଷି ନାହୁଛନ୍ତି ।

ଯାହାକି ବହୁତ ହିଁ ଖରାପ ଅଟେ । କିନ୍ତୁ ଏହା ସତ୍ବେ ବି ଲୋକମାନେ ଏହି ଭିଡିଓର ଭରପୁର ମଜା ନେଉଛନ୍ତି । ଏତିକି ନୁହେଁ ଏହା ପ୍ରଥମ ଥର ନୁହେଁ ଏହିଭଳି ବହୁତ ଭିଡିଓ ଅଛି । ଯେଉଁଠି କୀର୍ତ୍ତନୀୟ ଦଳର ଲୋକମାନେ ଫିଲ୍ମି ଷ୍ଟାଇଲରେ କୃଷ୍ଣଙ୍କ ନାଁ ନେଇ ନାଚୁଛାନ୍ତି ।

Leave a Reply

Your email address will not be published. Required fields are marked *