Puspa ମୁଭି ପାଇଁ ଏ କଣ କହିଗଲେ Akshay Kumar, Allu Arjun ଦେଲେ ଏମିତି ଜବାବ !

ନମସ୍କାର ବନ୍ଧୁଗଣ ତେବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦେଖିବାକୁ ଦର୍ଶକ ମଧ୍ୟରେ କ୍ରେଜ ବଢ଼ିଛି । ଏମାନଙ୍କ ଯୋଡ଼ିକୁ ଦର୍ଶକ ବେଶ ପ୍ରଶଂସା ମଧ୍ୟ କରିଛନ୍ତି । ଡିସେମ୍ବର ୧୭ରେ ସିନେମାଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା । ଏହି ସିନେମାଟି ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହା ୩୦୦ କୋଟିରୁ ଅଧିକ କମାଇ କରିସାରିଲାଣି ।

ତେବେ ଫିଲ୍ମର କାହାଣୀ ଓ ସଂଳାପ ସହିତ ଏଥିରେ ଥିବା ଗୀତଗୁଡିକୁ ମଧ୍ୟ ଚର୍ଚ୍ଚାକୁ ଆସିଛି । ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଆଇଟମ୍‌ ଡ୍ୟାନ୍ସରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିଲା । ତେବେ ଏହି ଫିଲ୍ମ କୁ ନେଇ କିଛି ରୋଚକ କଥା ମଧ୍ୟ ରହିଛି ତେବେ ଆସନ୍ତୁ ସେହି ସବୁ ବିଷୟ ରେ ଆଲୋଚନା କରି ନେବା ।

ତେବେ ଏହି ଫିଲ୍ମ କୁ ନେଇ ଅକ୍ଷୟ କୁମାର ଅଲ୍ଲୁ ଅର୍ଜୁନଙ୍କୁ ଶୁଭ କାମନା ଜଣାଇଥିଲେ । ପୁଷ୍ପା ଫିଲ୍ମ ପୁରା ଇଣ୍ଡିଆରୁ ଭଲ ପାଇବା ମିଳୁଛି ବୋଲି ସେ ତାଙ୍କୁ ଶୁଭ କାମନା ଜଣାଇଥିଲେ । ଓ ଏହା ସହ ସେ କହିଥିଲେ କି ଏହା ଆମ ଇଣ୍ଡଷ୍ଟ୍ରି ଆଉ ଗୋଟିଏ ବିଜୟ ଅଟେ । ମୁଁ ଏହାକୁ ନିଶ୍ଚୟ ଦେଖିବି । ତେବେ ଏହା ପରେ ଅଲୁ ଅର୍ଜୁନ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପୁଷ୍ପା ଫିଲ୍ମର କିଛି ଅଜଣା କଥା

୧- ପ୍ରଥମ ରେ ହେଉଛି କି ଏହି ସିନେମା ରେ ମୁଖ୍ୟ ଚରିତ୍ର ଭାବେ ପ୍ରଥମେ ମହେଶ ବାବୁ ଙ୍କୁ ଅଫର ହୋଇଥିଲା ତେବେ ମହେଶ ବାବୁ ଙ୍କୁ ଏହି ଫିଲ୍ମ ର ଷ୍ଟୋରୀ ମଧ୍ୟ ଖୁବ ପସନ୍ଦ ଆସିଥିଲା କିନ୍ତୁ ଏହି ଚରିତ୍ର ଟି ତାଙ୍କ ଇମେଜ କୁ ସୁଟ କରୁ ନଥିଲା ଏବଂ ସେ ମଧ୍ୟ ଏହିଭଳି ଚରିତ୍ର କରିବାକୁ ଚାହୁଁ ନଥିଲେ ବୋଲି ସେ ଏହି ଅଫର କୁ ମନା କରି ଦେଇଥିଲେ ।

୨- ଦ୍ଵିତୀୟ ରେ ହେଉଛି ଏହି ସିନେମା ର ଅଭିନେତ୍ରୀ ରଶ୍ମିକା ଙ୍କ ପୂର୍ବରୁ ଏହି ଚରିତ୍ର ସାମନ୍ଥାଙ୍କୁ ଅଫର ହୋଇଥିଲା ତେବେ ସେ ସିନେମା ରୁ ଟିକେ ବ୍ରେକ ନବାକୁ ଚାହୁଁଛନ୍ତି କହି ଅଫର ମନା କରି ଦେଇଥିଲେ ।

୩- ତୃତୀୟ ରେ ହେଉଛି ଏହି ସିନେମା ର ସଫଳତା ପାଇଁ ଅକ୍ଷୟ କୁମାର ନିଜର ଟ୍ୱିଟର ଆକାଉଣ୍ଟ ରୁ ଏହି ଫିଲ୍ମ ପାଇଁ ଅନେକ ଶୁଭେଚ୍ଛା ଜଣାଇ ଥିଲେ ଏବଂ ଅଲଲୁ ଅର୍ଜୁନ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଲୋକମାନେ ସିନେମା କୁ ଭଲ ପାଉଛନ୍ତି ବୋଲି ସେ ବହୁତ ଖୁସି ମଧ୍ୟ ଅଛନ୍ତି ।

୪- ଚତୁର୍ଥ ରେ ହେଉଛି ଏହି ସିନେମା ର ଆଇଟମ ଗୀତ ପାଇଁ ପ୍ରଥମେ ନୋରା ଏବଂ ଦିଶା ପଟାଣି ଙ୍କୁ ଅଫର ହୋଇଥିଲା କିନ୍ତୁ ଦୁହେଁ ଅଧିକ ପଇସା ମାଗିବାରୁ ଏହା ସାମନ୍ଥାଙ୍କୁ ମିଳିଗଲା ।

୫-ପଞ୍ଚମ ରେ ହେଉଛି ଏହି ସିନେମା ରେ ଏକ ଆଡ଼ଲଟ ଏବଂ ବୋଲଡ଼ ସିନ କୁ ସିନେମା ରୁ ହଟାଇ ଦିଆ ଯାଇଛି କାରଣ ଏହି ସିନ କୁ ପରିବାର ସହ ଦେଖିବା ସମ୍ଭବ ନୁହେଁ ବୋଲି ଡିଲିଟ କରା ଯାଇଛି । ତେବେ ଏହି ସିନେମା କୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *