ଆପଣଙ୍କ ଘରେ ଅଛି କି ଏମିତି ପୁରୁଣା ନୋଟ ? ତ ଆପଣ ହେଇ ପାରନ୍ତି ଲକ୍ଷପତି, ଦେଖନ୍ତୁ ଏହି Special Report

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆପଣ ମାନଙ୍କ ପାଖରେ ପୁରୁଣା ନୋଟ ଅଛି କି, ଯଦି ଅଛି ତା ହେଲେ ଆପଣ ପାଇବେ ଲକ୍ଷ ଲକ୍ଷ ଟଙ୍କା । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଚଳିତ ବର୍ଷ ଦୀପାବଳିରେ କିଛି ପୁରୁଣା ନୋଟ ଓ ମୁଦ୍ରା ଆପଣଙ୍କ ଭାଗ୍ୟ ବଦଳାଇ ପାରେ । ଆପଣ ମାନେ ଲକ୍ଷପତି ହୋଇପାରନ୍ତି ।

ତେବେ ଆଉ ଡେରି ନକରି ଆପଣ ମାନେ ଏହି ସବୁ ନୋଟ ଖୋଜିବା ଆରମ୍ଭ କରିଦିଅନ୍ତୁ । ତା ହେଲେ ବନ୍ଧୁଗଣ ପୁରୁଣା ନୋଟକୁ ନେଇ ଆପଣ ମାନେ କଣ କରିଲେ ଲକ୍ଷପତି ହୋଇପାରିବେ ତାହା ବିଷୟରେ ଆସନ୍ତୁ ଜାଣିବା । ଏଥିପାଇଁ ଆପଣ ମାନଙ୍କୁ କେବଳ ebay ୱେବସାଇଡକୁ ଯିବାକୁ ପଡିବ । ସେଥିରେ ଆପଣ ନିଜ ନୋଟରେ ବୋରୀ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଜିତିପାରିବେ । ବର୍ତ୍ତମାନ ଜାଣିବା ଆପଣ ମାନଙ୍କୁ ଏଥିପାଇଁ କେଉଁ ନୋଟ ସବୁ ଦରକାର ହେବ ।

ଭାରତୀୟ ମୁଦ୍ରାରେ କମ ଦେଖାଯାଉଥିବା ମୁଦ୍ରା ଗୁଡିକର ନିଲାମ ebayରେ କରାଯାଇଥାଏ । ଏହି ନିଲାମିରେ ଯେକୌଣସି ସାଧାରଣ ବ୍ୟକ୍ତି ଅଂଶ ଗ୍ରହଣ କରିପାରିବେ । ଯେଉଁ ନୋଟରେ ୭୮୬ କ୍ରମିକ ନମ୍ବର ଥିବ ସେହି ନୋଟ ଉପରେ ୩ ଲକ୍ଷ ପର୍ଯ୍ୟନ୍ତ ବୋରୀ ଲଗାଇପାରିବେ ଗ୍ରାହକ ।

ଯଦି ଆପଣଙ୍କ ପାଖରେ ୭୮୬ ଥିବା ନୋଟ ନାହିଁ ତା ହେଲେ ଆପଣ ସମାନ ନମ୍ବର ଥିବା ନୋଟରୁ ରୋଜଗାର କରିପାରିବେ । ଗତ କିଛି ଦିନ ତଳେ ଏକ ୧୦ ଟଙ୍କାର ନୋଟ ମିଳିଥିଲା । ଯେଉଁଥିରେ କ୍ରମିକ ନମ୍ବର ସମାନ ଥିଲା ଏହି ନୋଟ ବଦଳରେ ବୋରୀ ଲଗାଇଥିବା ଗ୍ରାହକଙ୍କୁ ୩୩୦୦ ଟଙ୍କା ମିଳିଥିଲା । ଆପଣ ମାନେ ମଧ୍ୟ ସେହିପରି ବିଶେଷ ନୋଟରୁ ରୋଜଗାର କରିବାକୁ ସକ୍ଷମ ହୋଇପାରିବେ ।

ସେହିପରି ଯଦି ଆପଣଙ୍କ ପାଖରେ ୧ ଟଙ୍କିଆ ନୋଟ ଅଛି ଓ ତାକୁ ୧୯୧୭ ମସିହାରେ ଛପା ଯାଇଛି ତା ହେଲେ ଏହି ନୋଟର ମୂଲ୍ୟ ବର୍ତ୍ତମାନ ୧୦୨୫୦ ଟଙ୍କା ରହିଛି । ଏହା ସହିତ ଯଦି ଆପଣଙ୍କ ପାଖରେ ୧୯୫୧ ମସିହାରେ ଛପା ଯାଇଥିବା ୧୦ ଟଙ୍କିଆ ନୋଟ ଆପଣଙ୍କ ପାଖରେ ରହିଥାଏ ତା ହେଲେ ଆପଣ ଏଥିରୁ ଲକ୍ଷ ଟଙ୍କା ପରିକା ପାଇପାରିବେ ।

ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣବୀ ଦେବୀଙ୍କ ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ଗୁଡିକୁ ୨୦୦୨ ମସିହାରେ କରଯାଇଥିଲା । ଏହି ମୁଦ୍ରାରେ ବୈଷ୍ଣବୀ ଦେବୀଙ୍କ ପ୍ରତିଛବି ଥିବାରୁ ଲୋକମାନେ ଏହାକୁ ଅତି ଭାଗ୍ଯବାନ ଭାବିଥାନ୍ତି । ତେଣୁ ଆପଣ ମାନେ ଏହାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।

Leave a Reply

Your email address will not be published. Required fields are marked *