ପୁରୀକୁ ମିଳିବାକୁ ଯାଉଛି ନୂଆ ନାଁ ! ଜାଣନ୍ତୁ କଣ ହେବ ପୁରୀର ନୂଆ ନାମ ?

ନମସ୍କାର ବନ୍ଧୁଗଣ ତେବେ ଶ୍ରୀ ଜଗନ୍ନାଥ ପୁରୀ ନା ଶ୍ରୀ ଜଗନ୍ନାଥ ଧାମ ପୁରୀ । କେଉଁ ନାମ ରେ ନାମିତ ହେବ ପୁରୀ ସହରର ନାମ? ପୁରୀର ନାମ ପରିବର୍ତ୍ତନ କୁ ନେଇ ବଢ଼ିଲା ଚର୍ଚ୍ଚା । ପୁରୀ ର ନାମ ବଦଳ କୁ ନେଇ ଯେଉଁ ଦାବି ହୋଇଥିଲା ତାହା ଫୁଣି ପରିଚାଳନା କମିଟି ବୈଠକ ରେ ଶୁଣିବାକୁ ମିଳିଛି । ପୁରୀ ର ନାମ ଶ୍ରୀଜଗନ୍ନାଥ ପୁରୀ କିମ୍ବା ଶ୍ରୀ ଜଗନ୍ନାଥ ଧାମ ପୁରୀ କରାଯାଉ ବୋଲି କିଛି ସାମାଜିକ ଅନୁଷ୍ଠାନ ଦାବି କରିବା ପରେ ଏହି ଦାବି କୁ ପରିଚାଳନା କମିଟି ସଦସ୍ୟ ମଧ୍ୟ ଉଠେଇଛନ୍ତି ।

ଯାହାକୁ ଗଜପତି ମହାରାଜାଙ୍କ ସମେତ ମୁଖ୍ୟ ପ୍ରଶାସକ ଗ୍ରହଣ କରି ଆଇନ ଗତ ଉପସ୍ଥାପନ କରିଯିବା ପାଇଁ ଗୁରୁତ୍ୱ ଦିଆଯିବ କଥା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ପୁରୀ ର ନାମ ବଦଳ କୁ ସମସ୍ତେ ଗ୍ରହଣ କରିଛନ୍ତି ଏବଂ ଏହାକୁ ଉଚ୍ଚ ସ୍ତର ରେ ଆଲୋଚନା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ଭିନ୍ନ ଭିନ୍ନ ସମୟରେ ଏହାର ନାମ ବଦଳ କରାଯାଇଛି ଯେପରି ନୀଳାଚଳ, ଶ୍ରୀକ୍ଷେତ୍ର, ନୀଳାଦ୍ରି ବିହାରୀ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ, କିନ୍ତୁ ପ୍ରଶାସନିକ କାଗଜ ପତ୍ର ରେ ପୁରୀ ନାମ ରହିଛି । ତେବେ ଏହି ପୁରୀ ନାମ ଆସିଲା କେଉଁଠୁ ତାହାର ଇତିହାସ କାହାକୁ ଜଣା ନାହିଁ । ତେବେ ପୁରୀର ନାମ ବଦଳ କୁ କିଛି ସାମାଜିକ ଅନୁଷ୍ଠାନ ଖୁବ ଜୋର ଧରି ରହିଛି ।

ତେବେ ଇତିହାସ କହୁଛି ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ନାମିତ ହୋଇଥିଲା ପରେ ବିହାର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ର ଯାତ୍ରୀ ମାନେ ଜଗନ୍ନାଥ ପୁରୀ ବୋଲି ଉଚ୍ଚାରଣ କରୁଥିଲେ । ତେବେ ବ୍ରିଟିଶ ଅମଳରେ ଜଗନ୍ନାଥ ପୁରୀ ଥିବା ବେଳେ ଜଗନ୍ନାଥ କୁ କାଟି ଦେଇ କେବଳ ପୁରୀ ବୋଲି ପ୍ରଶାସନିକ ସ୍ତର ରେ କାଗଜପତ୍ର କରାଯାଇ ଥିଲା । ତେବେ ପୁରୀର ନାମ ବଦଳ ବିଷୟ ରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *