ପୁରୀ ଜଗନ୍ନାଥ ମନ୍ଦିରର ଏହି ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆମ ର ବଡ ଠାକୁର ହେଉଛନ୍ତି ଶ୍ରୀ ଜଗନ୍ନାଥ । ସିଏ ବଡ ଦେଉଳ ରେ ନିଜ ର ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୂଜା ପାଉଛନ୍ତି । ବଡ ଦେଉଳ ର ପୁରୀ ର ମଧ୍ୟ ଭାଗରେ ଅବସ୍ଥିତ । ଏହି ମନ୍ଦିର ଟି କଳିଙ୍ଗ ର କଳା କର୍ତୁତ୍ୟ ରେ ଭରପୂର । ଏହି ମନ୍ଦିର ର ଚତୁର୍ପାଶ୍ୱ ରେ କଳିଙ୍ଗ ର କୀର୍ତ୍ତି ରାଜି ସବୁ ଦେଖିବାକୁ ମିଳେ । ଓଡିଶା ର ଜୀବନ ଶୈଳୀ ଓ ଓଡିଶା ର କୀର୍ତ୍ତି ରାଜି ଉପରେ ଏହି ରାଜ୍ୟ ସ୍ଥାପିତ । ଏହି ମନ୍ଦିର ପଛରେ ମଧ୍ୟ ଅନେକ ରହସ୍ୟ ରହିଛି ।

ଯେଉଁ ରହସ୍ୟ ସମ୍ପର୍କରେ ହୁଏତ ଆମେ ମାନେ ମଧ୍ୟ ଜାଣିନଥିବା । ଏହି ରୋଷ ଶାଳା ରେ କାଳ କାଳ ଧରି ଅଗ୍ନି ଜଳୁଥାଏ । ଏହି ମନ୍ଦିର ବଙ୍ଗୋପସାଗର କୂଳ ରେ ଅବସ୍ଥିତ ଯାହାକୁ ମହୋଦଧି କୁହାଯାଏ । ଏହା କୂଳରେ ବଡ ଦେଉଳ ଅବସ୍ଥିତ । ଏହି ସମୁଦ୍ର ର ପାଣି ଲୁଣି ନୁହେଁ ମିଠା । ତେବେ ଆସନ୍ତୁ ଏହା ର ଆଉ ଅନେକ ରହସ୍ୟ ସମ୍ପର୍କରେ ଜାଣିବା ।

୧- ସମୁଦ୍ର ପବନ । ତେବେ ଏହା ଦିନ ରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ରେ ଏହାର ଓଲଟା ଦିଗରେ ଗତି କରିଥାଏ । ସମୁଦ୍ର ର ପବନ ସାଧାରଣ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଆସିଥାଏ କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡ କୁ ଯାଇଥାଏ ।

୨- ସୁଦର୍ଶନ ଚକ୍ର । ତେବେ ଏହି ରହସ୍ୟ ମାନଙ୍କ ମଧ୍ୟରୁ ଅନ୍ୟ ଏକ ରହସ୍ୟ ହେଉଛି ଏହାର ନୀଳଚକ୍ର ବା ସୁଦର୍ଶନ ଚକ୍ର । ଏହି ଚକ୍ର ଟି ଅଷ୍ଟ ଧାତୁ ରେ ନିର୍ମିତ । ଏହି ଚକ୍ରକୁ ଭଗବାନ ଙ୍କ ର ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଏହି ଚକ୍ର ର ଏକ ବଡ ରହସ୍ୟ ହେଉଛି ଆପଣ ଯେକୌଣସି ଦିଗରୁ ଏହାକୁ ଦେଖିଲେ ଏହା ଆପଣ ଙ୍କ ଆଡ କୁ ମୁହଁ କରିଥିବାର ଦେଖାଯିବ ।

୩- ଏହାର ଛାଇ । ଏହି ମନ୍ଦିର ଉଚ୍ଚତା ବହୁତ ଅଟେ । ଆପଣ ଠିଆ ହୋଇ ଏହାକୁ ଦେଖିଲେ ଆପଣ ଙ୍କୁ ଏହାର ଚୂଳି ଦେଖିବା ପାଇଁ ଆପଣ ଙ୍କ ମୁଣ୍ଡ କୁ ପୁରା ପୂରି ଉପରକୁ କରିବାକୁ ପଡିବ । କିନ୍ତୁ ଏହାର ଆର୍ଶ୍ଚଯ୍ୟକର କଥା ହେଉଛି ଏହି ମନ୍ଦିର ହେଉଛି ବିଶ୍ୱର ଏକ ମାତ୍ର ମନ୍ଦିର ଯାହାର ଛାଇ ପଡେ ନାହିଁ ।

୪- ପତିତପାବନ ବାନା । ଏହି ବାନା ସବୁବେଳେ ମନ୍ଦିର ରେ ଫରଫର ହୋଇ ଉଡୁଥାଏ । ଏହା ପଛରେ ଏପରି ଏକ ବଡ ରହସ୍ୟ ରହିଛି ଯାହାର କାରଣ ଖୋଜି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ପାଇ ନାହାନ୍ତି । ଏହା ସାରା ବିଶ୍ଵରେ ଏକ ମାତ୍ର ନେତ ଯାହା ପବନ ର ବିପରୀତ ଦିଗରେ ଉଡେ ।

୫- ଆପଣ ମାନେ ଦେଖିଥିବେ ପ୍ରାୟ ସବୁ ମନ୍ଦିର ର ଚୁଡା ରେ ଅନେକ ପକ୍ଷୀ ଉଡୁଥାନ୍ତି କିମ୍ବା ମନ୍ଦିର ରେ ଅନେକ ପକ୍ଷୀ ବସିଥାନ୍ତି । କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଏପରି ଏକ ମନ୍ଦିର ଯାହା ର ଉପରେ କେବେ ପକ୍ଷୀ ଉଡେ ନାହି କିମ୍ବା ପକ୍ଷୀ ବସିବାର ଦେଖିବାକୁ ମିଳେ ନାହିଁ । ଏହା ଉପର ଦେଇ କୌଣସି ଉଡାଜାହାଜ ମଧ୍ୟ ଉଡେ ନାହିଁ ।

୬- ଆଗରୁ ସମୁଦ୍ର ମନ୍ଦିର ର ବହୁତ ପାଖରେ ଥିଲା ଏବଂ ତିନି ଥର ମନ୍ଦିର କୁ ଭାଙ୍ଗି ଥିଲା । ସେଥିପାଇଁ ଭଗବାନ ନିଜେ ସେଠାରେ ହନାମାନ ଙ୍କୁ ନିୟୋଜିତ କରିଥିଲେ ମନ୍ଦିର କୁ ସୁରକ୍ଷା ଦେବା ପାଇଁ ।


୭- ସପ୍ତମ ରହସ୍ୟ ସମୁଦ୍ର ର ଗର୍ଜନ କୁ ସାରା ପୁରୀ ବାସୀ ଶୁଣି ଥାନ୍ତି । କିନ୍ତୁ ସିଂହଦ୍ଵାର ରେ ପାଦ ଦେବା ମାତ୍ରେ ସମୁଦ୍ର ର ଗର୍ଜନ ଶୁଣିବାକୁ ମିଳେନି । ସମୁଦ୍ର ର ଗର୍ଜନ ଯୋଗୁଁ ଜଗନ୍ନାଥ ରାତିରେ ଶୋଇ ପାରୁନଥିଲେ । ସେଥିପାଇଁ ସେ ବିଶ୍ୱକର୍ମା ଙ୍କୁ କହିଥିଲେ ଏବଂ ବିଶ୍ଵକର୍ମା ମେଘନାଦ ପାଚେରି ଠିଆ କରିଥିଲେ । ସେହି ଦିନ ଠାରୁ ଆଉ ମନ୍ଦିର ଭିତର କୁ ଗଲେ ସମୁଦ୍ର ଗର୍ଜନ ଶୁଣିବାକୁ ମିଳେନି ।

୮- ଆଉ ଏକ ଚମତ୍କାରିତା ହେଉଛି ଏଠାରେ ପ୍ରତିଦିନ ଜଗନ୍ନାଥ ଙ୍କ ର ମୂର୍ତ୍ତି ବଦଳିଥାଏ । ଏଠାରେ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ବୋଲି କୁହାଯାଏ । ଏହି ପରି ଅନେକ ରହସ୍ୟ ରହିଛି ଶ୍ରୀମନ୍ଦିର କୁ ନେଇ । ଆଉ କୁହାଯାଇଥାଏ ରୋଷ ଶାଳା ରେ ପ୍ରତିଦିନ ମା ଲକ୍ଷ୍ମୀ ଆସି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଏଠାରେ ଉପରକୁ ଉପରକୁ କରି ହାଣ୍ଡି ସବୁ ରଖାଯାଏ ଏବଂ ଚୁଲି ଜଳାଯାଏ । କିନ୍ତୁ ସବୁଠାରୁ ଉପରେ ଥିବା ହାଣ୍ଡି ରେ ଖାଦ୍ୟ ଆଗ ହୋଇଥାଏ । ତାପରେ ତଳକୁ ତଳକୁ କରି ସବୁ ହାଣ୍ଡି ରେ ଖାଦ୍ୟ ହୋଇଥାଏ କୌଣସି ଖାଦ୍ୟ ପୋଡି ନଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *