ଶ୍ରୀମନ୍ଦିରରେ ପୁଣି ଅଘଟଣ ! ଶ୍ରୀମନ୍ଦିର ସରଘରେ ଲାଗିଲା ନିଆଁ, କଣ ଓଡ଼ିଶାକୁ ଆସୁଛି ବଡ ବିପତ୍ତି…

ବନ୍ଧୁଗଣ “ସାରା ଦୁନିଆ ର ରକ୍ଷକ ଯିଏ ନିଜ ରକ୍ଷା ପାଇଁ ଆଜି ଧାଉଁଛି ସିଏ । ପାଦ ତଳୁ ମାଟି ଭୁଶୁଡ଼ି ପଡେ ଅଦିନ ରେ ଆକାଶ ଟା ମଥା ରେ ଝୁଲେ । “ଏହି ଗୀତ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ । ଆଉ ଏହି ଗୀତ କୁ ଆଜି ଆମେ ଏଥିପାଇଁ ଗାଉଛୁ କି ପୁଣିଥରେ ଶ୍ରୀମନ୍ଦିର ରେ ଅଘଟଣ ଘଟିଛି । ପୁରୀ ଶ୍ରୀମନ୍ଦିର ସରଘରେ ଆଜି ନିଆଁ ଲାଗି ଯାଇଛି । ଏହି ତିନି ଚାରି ଦିନ ହେବ ଶ୍ରୀମନ୍ଦିର ରେ ବାରମ୍ବାର ଅଘଟଣ ଘଟି ଚାଲିଛି ।

ଆପଣଙ୍କ ମନେ ଥିବ ପଦ୍ମ ସିଂହାସନ ଉପରୁ କିଭଳି ପଥର ଖଣ୍ଡ ଖସିଥିଲା । ଅଚାନକ କିପରି ଖଣ୍ଡିଆ ଭୁତ ପୁରୀ ସମୁଦ୍ର ରେ ବୁଲୁଥିଲା । ଆଉ ଏହାପରେ ଶ୍ରୀମନ୍ଦିର ର ବାଇଶି ପାହାଚ ରେ କିଭଳି ପାଣି ଝରଣା ଭଳି ଗଡ଼ିଥିଲା । କାଲି ର ଘଟଣା ଆପଣ ସମସ୍ତେ ଦେଖିଥିବେ ଯେ, ପୁରୀ ବଡ଼ଦାଣ୍ଡ କିଭଳି ସମୁଦ୍ର ର ଭ୍ରମ ସୃଷ୍ଟି କରିଥିଲା ।

ଆଉ ଆଜି ଶ୍ରୀମନ୍ଦିର ର ସରଘରେ ନିଆଁ ଲାଗିଛି । ଯେଉଁଠି ମହାପ୍ରସାଦ ରୋଷେଇ ର ସାମଗ୍ରୀ ସବୁ ରହିଥାଏ । ସେହି ସରଘରେ ଆଜି ନିଆଁ ଲାଗି ଯାଇଛି । ପୁଣିଥରେ ଆଜି ପୁରୀ ଶ୍ରୀମନ୍ଦିର ରେ ଅଘଟଣ ଘଟିଛି । ମନ୍ଦିର ପରିସର ର ଯମୁନା କୁଳ ନିକଟ ସରଘରେ ଅଗ୍ନିକାଣ୍ଡ ଘଟିଛି । ତେବେ ଲାଗିଥିବା ନିଆଁ କୁ ତୁରନ୍ତ ଆୟତ୍ତ କରାଯାଇଛି । କିନ୍ତୁ କୌଣସି କ୍ଷୟକ୍ଷତି ର ସୂଚନା ମିଳିନାହିଁ ।

ତେବେ ଏହି ଘଟଣା କେମିତି ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ମଧ୍ୟ ମିଳିନାହିଁ । ଘଟଣା ସ୍ଥଳ ରେ ଅଧିକାରୀ ମାନେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ଆଉ ଏସବୁ କୁ ଦେଖିବା ପରେ ଭକ୍ତ ଟି କହୁଛି ସାରା ଦୁନିଆ ର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ । ତେବେ ଶ୍ରୀମନ୍ଦିର ରେ ବାରମ୍ବାର ଘଟୁଥିବା ଏଭଳି ଅଘଟଣ ସମସ୍ତ ଭକ୍ତ ଙ୍କ ମନରେ ଆଘାତ ସୃଷ୍ଟି କରିଛି ।

ଯାହା କେବେବି ଘଟି ନଥିଲା ତାହା ବର୍ତ୍ତମାନ ଘଟୁଛି । ତେବେ ଏ ନେଇ କିଛି ଭକ୍ତ ଏହା କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ଏହା ମାଧ୍ୟମରେ ମନୁଷ୍ୟ ର ପାପ କର୍ମ କୁ ଦର୍ଶାଇବାକୁ ଚାହୁଁଛନ୍ତି ତ କିଛି ଭକ୍ତ କହୁଛନ୍ତି କଳିଯୁଗ ର ଅନ୍ତ ସମୟ ର ଆଗମନ ହୋଇ ସାରିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *