ମାଡିଆସୁଛି ଭୟଙ୍କର କୋରୋନା ର ନୂଆ ଷ୍ଟ୍ରେନ, ପୁଣି ଫେରିଲା ନାଇଟ କର୍ଫ୍ୟୁ, ଭୟଭୀତ ନୁହେଁ ସତର୍କ ରୁହନ୍ତୁ

ବନ୍ଧୁଗଣ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଖବର ମିଳିଛି ପୁଣି କୋରୋନା କୋପ ଓଡିଶାକୁ ମାଡି ଆସିଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ ବର୍ତ୍ତମାନ ସାରା ଦେଶରେ କୋରୋନା କୋପ ମାଡି ଆସିଛି ଓ ଆଗକୁ ୫୦ ହଜାର ଲୋକ ମାନଙ୍କୁ ଏହି ରୋଗ ସଂକ୍ରମିତ କରିପାରେ । ସେଥିପାଇଁ ଏମିତି କିଛି ରାଜ୍ୟରେ ସ୍କୁଲ କଲେଜ ବନ୍ଦ ହେବା ସହିତ ନାଇଟ କର୍ଫ୍ଯୁ ମଧ୍ୟ ଜାରି କରା ସାରିଛି ।

ବନ୍ଧୁଗଣ କୋରୋନା ମହାମାରୀକୁ ଆଖି ଆଗରେ ରଖି ଓଡିଶା ସରକାର ନବୀନ ପଟନାୟକ କହିଛନ୍ତି ଯେ, ପୁଣି ଯଦି ଶୋଚନୀୟ ପରିସ୍ଥିତି ହୁଏ ତା ହେଲେ ଓଡିଶାରେ ପୁଣି ଲକଡାଉନ ହେବାର ସମ୍ଭାବନା ରହିଛି । ତେଣୁ ସରକାର ସମସ୍ତଙ୍କୁ ସତର୍କ ରହିବା ପାଇଁ ଆହ୍ଵାନ ଦେଇଛନ୍ତି । ବନ୍ଧୁଗଣ ଗତବର୍ଷ ଠିକ ମାର୍ଚ୍ଚ ମାସ ୨୨ ତାରିଖରେ ଭରତ ସରକାର ନରେନ୍ଦ୍ର ମୋଦୀ ଭାରତରେ ଜନତା କର୍ଫ୍ଯୁ ଘୋଷଣା କରିଥିଲେ । ପରେ ପରେ ଅଳ୍ପ କିଛି ଦିନ ମଧ୍ୟରେ ହିଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରଯାଇଥିଲା ।

ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଯେତେବେଳେ ସାରା ଦେଶରେ କୋରୋନା ମହାମାରୀର ସଂକ୍ରମଣ ଅଧିକ ହୋଇଯାଇଥିଲା ସେତେବେଳେ ଆମ ଦେଶରେ କେବଳ ୩୩୦ ଜଣ କୋରୋନା ସଂକ୍ରମିତ ଥିଲେ । ଏହି ଲକଡାଉନ ବହୁତ ମାସ ପର୍ଯ୍ୟନ୍ତ ଭରତ ଓ ଅନ୍ୟାନ୍ୟ କେତେକ ଦେଶରେ ମଧ୍ୟ ରହିଥିଲା । ଗତ କିଛି ମାସ ପୂର୍ବରୁ ଲକଡାଉନ ଉଠା ଯାଇ ସବୁ କିଛି ଆଗ ପରିକା ହେବାକୁ ଲାଗିଥିଲା ।

କିନ୍ତୁ ବନ୍ଧୁଗଣ କୋରୋନାର କୋପ ପୁଣି ଓଡିଶାକୁ ଫେରିଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ଟି କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଏହା ବ୍ଯତୀତ ସାରା ଦେଶରେ ୪୪ ହଜାରଟି କୋରୋନା କେସ ସାମ୍ନାକୁ ଆସିଛି । ବନ୍ଧୁଗଣ ବହୁତ ତୀବ୍ର ଗତିରେ କୋରୋନା ମହାମାରୀ ବ୍ୟାପୁଛି ଯଦି ଆମେ ମାନେ ସତର୍କ ଓ ସଚେତନ ନରହିବା ତା ହେଲେ ଓଡିଶା ସରକାର ବାଧ୍ୟତା ମୂଳକ ଲକଡାଉନ ଘୋଷଣା କରିବେ ।

ଏହା ସହିତ ଓଡିଶା ସରକରା କିଛି ସ୍ପେଶାଲ କୋଭିଦ ଗାଇଡ୍ଲାଇନ ଘୋଷଣା କରିଛନ୍ତି ଯାହାକୁ ସମସ୍ତ ଜଣ ସାଧାରଣ ମାନି ଚାଲିବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହି କିଛି ଦିନ ପରେ ହୋଲି ପର୍ବ ଆସୁଛି ଓ ହଳୀ ପର୍ବକୁ ଆଖି ଆଗରେ ରଖି ଓଡିଶା ସରକାର କିଛି ସ୍ପେଶାଲ ଗାଇଲାଇନ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି  ।ଏହି ହୋଲି ପର୍ବରେ କୌଣସି ଲୋକ ଘର ବାହାରେ ହୋଲି ଖେଳି ପାରିବେ ନାହିଁ । ଆପଣ କୌଣସି ବାହାର ଲୋକ ସହ ହୋଲି ଖେଳି ପାରିବେ ନାହିଁ । କେବଳ ଆପଣ ନିଜ ପରିବାର ଲୋକଙ୍କ ସହ ହୋଲି ଖେଳିପାରିବେ ।

ବନ୍ଧୁଗଣ ରାଜ୍ୟର ସମସ୍ତ ସହରରେ ରଙ୍ଗ ଦୋକାନ ଖୋଲା ରହିବ ହେଲେ ପୋଲିସ ମଧ୍ୟ ସମସ୍ତ ସ୍ଥାନରେ ଉପସ୍ଥିତ ରହିବେ । ଯଦି କୌଣସି ଲୋକ ଏହି ସବୁ ନିୟମର ଉଲଂଘନ କରିବ ତା ହେଲେ ସେହି ଲୋକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *