ପୁଣି ବସିବ ହଣ୍ଡା, ଗମଗମ ହୋଇ ଫୁଟିବ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ, ଜାଣନ୍ତୁ କେଉଁଠି ହେବ Kishore Bhaina ଙ୍କ ନୂଆ ହୋଟେଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ବସିବ ହଣ୍ଡା, ଆଉ ରନ୍ଧା ହେବ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ । ଯେଉଁ ମାନେ କିଶୋର ମଟନ କୁ ମିସ କରୁଥିଲେ ଅଥବା କିଶୋର ଭାଇନା ଗାଁ କୁ ଯିବେ ବୋଲି ଭାବି ମନଦୁଃଖ କରୁଥିଲେ, ସେମାନଙ୍କର ଆଉ ମନ ଦୁଃଖ କରିବାର ନାହିଁ । ଆଉ ଠିକଣା ମଧ୍ୟ ଖୋଜିବାର ନାହିଁ । କାରଣ ପୁଣି ଥରେ ଖୋଲିବାକୁ ଯାଉଅଛି କିଶୋର ମଟନ ହୋଟେଲ । ତେବେ ଆପଣଙ୍କ ମନକୁ ଏହା ନିଶ୍ଚିତ ପ୍ରଶ୍ନ ଉଠୁଥିବ ଯେ କିଶୋର ଭାଇନା କେଉଁଠି ହୋଟେଲ କରିବେ ?

ତେବେ ଯେଉଁଠାରେ ତାଙ୍କର ହୋଟେଲ ଥିଲା ସେହି ଆଖ ପାଖରେ ହିଁ ହୋଟେଲ କରିବେ କିଶୋର ଭାଇନା । ସେହି ଦୂର ଦର୍ଶନ ପାଖ ଏବଂ ଆପୋଲ ହସ୍ପିଟାଲ ପାଖରେ ହିଁ କିଶୋର ଭାଇନା ଜାଗା ଠିକ କରିସାରିଲେଣି । ଖୁବ କମ ଦିନ ଭିତରେ ସେ ପୁଣି ଥରେ ହଣ୍ଡା ବସାଇବାକୁ ଯାଉଛନ୍ତି । ନୂଆ ଲାଇସେନ୍ସ ସହିତ ସଫା ସୁତରା ସହିତ ଏଥର ପୁଣି ହଣ୍ଡା ବସିବ । କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରୋଷେଇ ହେବ ।

ଆଉ ଗରମ ଗରମ ମଟନ ଭାତ ଖାଇବାକୁ ଯେଉଁଭଳି ଭାବରେ ଲୋକ ଆସୁଥିଲେ ଠିକ ସେହିଭଳି ଭାବରେ ଲୋକ ଆସିବେ । ବିଶେଷ ସୂତ୍ରରୁ ମିଳୁଥିବା ଖବର ଅନୁସାରେ ଆଉ କେଉଁଠାରେ ମଧ୍ୟ ହୋଟେଲ କରିବେ ନାହିଁ କିଶୋର ଭାଇନା । ଯେଉଁଠାରେ ତାଙ୍କର ହୋଟେଲ ଥିଲା ସେହି ଆଖପାଖ ଅର୍ଥାତ ସେହି ଦୂରଦର୍ଶନ ପାଖ ଆପୋଲ ହସ୍ପିଟାଲ ନିକଟରେ ଖୁବ ଶୀଘ୍ର ଖୋଲିବା ପାଇଁ ଯାଉଅଛି କିଶୋର ଭାଇନା ଙ୍କ ମଟନ ହୋଟେଲ ।

ଯାହାକୁ କିଶୋର ଭାଇନା ଙ୍କ ମଟନକୁ ଭଲ ପାଉଥିବା ଗ୍ରାହକ ମାନେ ଅପେକ୍ଷା କରିଛନ୍ତି । ତେବେ BMC କିଶୋର ଭାଇନା ଙ୍କ ହୋଟେଲ ଭାଙ୍ଗିଦେଲା ପରେ ସାଧାରଣ ଜନତା ଯେଉଁମାନେ କିଶୋର ହୋଟେଲର ରେଗୁଲାର ଗ୍ରାହକ ଥିଲେ ସେମାନେ ନାନା ପ୍ରକାରର ମତ ଦେଇଥିଲେ । ଗ୍ରାହକ ମାନେ କହିଥିଲେ ଯେ ଆମ୍ଭେ ଦୀର୍ଘ ବର୍ଷ ଧରି ଏଠାରେ ଖାଇଆସିଛୁ । କାଇଁ ଆମର ସେମିତି କିଛି ହେଉନାହିଁ ?

ଯଦି ଏଥିରେ କିଛି ଅପମିଶ୍ରଣ ହୋଇଥାନ୍ତା ତେବେ ଅନେକ ଦିନରୁ ଲୋକେ ବିମାର ପଡି ସାରନ୍ତେଣି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଠିକ ଅଛି ମାନେ ଏହା ନିହାତି ଭାବରେ ଭୁଲ ଆରୋପ ଅଟେ । କିଛି ନ ବୁଝି ହଠାତ ହୋଟେଲ ଭାଙ୍ଗି ଦେବା ଉଚିତ ହେଲାନାହିଁ ବୋଲି ଲୋକେ କହିଛନ୍ତି । ତେବେ କିଶୋର ଭାଇନା ଙ୍କ ହୋଟେଲ ଚାଲୁ ହେବାକୁ ନେଇ ଲୋକେ ବର୍ତ୍ତମାନ ବହୁତ ଖୁସ ଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *