ପୂଜା କରିବା ସମୟରେ ଯଦି ଦେଖାଦିଏ ଏହି 2 ଟି ସଙ୍କେତ ତେବେ ଜାଣିବେ ଭଗବାନ ସାକ୍ଷାତ ଅଛନ୍ତି ଆପଣଙ୍କ ସାମ୍ନାରେ- Ajira Anuchinta

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମନୁଷ୍ୟ ଜୀବନରେ ଭଗବାନଙ୍କ ମହତ୍ୱ ବହୁତ ଅଧିକ ।ଯେକୌଣସି କାର୍ଯ୍ୟ କରିବା ଆଗରୁ ଭଗବାନଙ୍କ ଆଶୀର୍ବାଦ ନେବା ନିହାତି ଦରକାର।ଫଳରେ କାର୍ଯ୍ୟଟି ସଠିକ ଭାବେ ସମ୍ପୂର୍ଣ୍ଣ ହୋଇଥାଏ ।ପ୍ରତିଟି ମନୁଷ୍ୟ କାର୍ଯ୍ୟ କରିବା ପୂର୍ବରୁ ତାହା ସଠିକ କିମ୍ବା ଭୁଲ ତାହା ଜାଣିବାକୁ ହେଲେ ଭଗବାନଙ୍କ ଉପରେ ବିଶ୍ୱାସ ରଖିବା ଉଚିତ ।ଆଜି ଆମେ ଜାଣିବା ଭଗବାନ ଙ୍କ ପୂଜା ଦ୍ୱାରା ମିଳୁଥିବା କିଛି ସଂକେତ ଯାହା ଆମକୁ ଜଣେଇଥାଏ କି ଏହି ପୂଜା ଦ୍ଵାରା ଭଗବାନ ଆମ ଉପରେ ପ୍ରସନ୍ନ ଅଛନ୍ତି କିବା ନାହିଁ । ଆମର ଏହି ପୂଜା ଭଗବାନ ଙ୍କ ପାଖରେ ପହଞ୍ଚିଛି କି ନାହିଁ । ତେବେ ଆସନ୍ତୁ ସେ ବିଷୟରେ ଅନେକ କିଛି କଥା ଆଲୋଚନା କରିବା।

ବନ୍ଧୁଗଣ ଆମେ ପୂଜା କରୁ । ହିନ୍ଦୁ ଶାସ୍ତ୍ର ରେ ପୂଜା କରିବାର କିଛି ବିଶେଷ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି । ସବୁ ଲୋକ ଭଗବାନ ଙ୍କୁ ପ୍ରାଥନା କରନ୍ତି ତାଙ୍କ ମହତ୍ୱ ବୁଝନ୍ତି । ସବୁ ଲୋକ ଭଗବାନ ଙ୍କ ଚରଣ ତଳେ ସମର୍ପିତ । କାରଣ ସେ ଜାଣିଛନ୍ତି ଭଗବାନ ଆମକୁ ଏ ଦୁନିଆ କୁ ଆଣିଛନ୍ତି । ଏବଂ ଏଇ ଧରାପୃଷ୍ଠ ରେ କେବଳ ସେ ରହିବାର ଗୋଟିଏ କାରଣ ହଉଛନ୍ତି ଭଗବାନ । ବନ୍ଧୁଗଣ ଏଥି ପାଇଁ ଆମକୁ ତାଙ୍କୁ ଧନ୍ୟବାଦ ପୁରା ମନରୁ ଦେବା ଉଚିତ ।

ଆଉ ଯିଏ ସତ ମନ ରେ ଭଗବାନ ଙ୍କୁ ଆରାଧନା କରେ ଭଗବାନ ତା କଥା ନିଶ୍ଚିତ ଶୁଣନ୍ତି । ଆଉ ତାଙ୍କ ଭକ୍ତ ର କଷ୍ଟ କୁ ସେ ନିବାରଣ କରନ୍ତି । ବହୁତ ସମୟରେ ଆମେ ପୂଜା କରିବା ସମୟରେ ଆମ ସହ ବହୁତ କିଛି ଘଟଣା ଘଟିଥାଏ । ଯାହାକୁ ଆମେ ଧ୍ୟାନ ଦେଉନଥାଉ ।

ହେଲେ ଆମେ ଭୁଲିଯାଇଥାଉ କି ପୂଜା ଦ୍ବାରା ମିଳୁଥିବା ସଂକେତ ସ୍ବୟଂ ଭଗବାନ ଦେଇଥାନ୍ତି । ପୂଜା ସମୟରେ ଆମକୁ ଯଦି କିଛି ସଂକେତ ମିଳୁଛି ତେବେ ଆମକୁ ଜାଣିଯିବା ଦରକାର ଯେ ଭଗବାନ ଆମକୁ ସ୍ବୟଂ ସଂକେତ ଦେଉଛନ୍ତି । ବନ୍ଧୁଗଣ ଆମକୁ ଏଇଥିରୁ ଜାଣିଯିବା କଥା ଯେ ଆମ ପୂଜା କୁ ଭଗବାନ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଜାଣିବା ସେହି ସଂକେତ ବିଷୟରେ।

୧ . ଯେତେବେଳେ ବି ଆପଣ ଭଗବାନ ଙ୍କର ପୂଜା କରନ୍ତି । ଆଉ ପୂଜା କରିବା ସମୟରେ ଆପଣ ଲଗେଇଥିବା ଅଗରବତୀ ର ଧୂଆଁ ଯଦି ଆପଣଙ୍କ ପୁରା ଘରେ ବ୍ୟାପି ଯାଏ ଘର ର କୋଣ ଅନୁକୋଣରେ ଯଦି ଧୂଆଁ ର ମହକ ମହକି ଯାଏ ଏବଂ ଆପଣଙ୍କୁ ଯଦି ସକାରାତ୍ମକ ଶକ୍ତି ର କିଛି ଆଭାସ ହୁଏ । ଏବଂ ଆପଣଙ୍କୁ ଶୁଭସକ୍ତି ର ଆଗମନ ର ଆଭାସ ହୁଏ , ତେବେ ଜାଣି ଯାଅନ୍ତୁ ଯେ ଭଗବାନ ଆପଣଙ୍କ ପୂଜା ରେ ପ୍ରସନ୍ନ ଅଛନ୍ତି ।ଏବଂ ସେ ଆପଣଙ୍କ ସହିତ ଅଛନ୍ତି। ଭଗବାନ ଆପଣଙ୍କ ଘରକୁ ଆସି ସାରିଛନ୍ତି ଏବଂ ତାଙ୍କ କୃପା ଆପଣଙ୍କ ଉପରେ ଅଛି । ଯେଉଁଠି ସକାରାତ୍ମକ ଶକ୍ତି ର ଆଭାସ ହୁଏ ସେଠାରେ ଭଗବାନ ଆସିସାରିଥାନ୍ତି । ହେଲେ ଆମେ ତାହା ଜାଣିପାରିନଥାଉ ।

୨ . ଯଦି ଆପଣ ପୂଜା କରୁଥିବା ସମୟରେ କିମ୍ବା ପୂଜା କରିବା ପରେ ଯଦି ଆପଣଙ୍କ ଘର ଦ୍ବାର କୁ କୌଣସି ବି ଭିକାରି , ପିଲା , କିମ୍ବା ସାଧୁସନ୍ଥ ଆସି ଥାନ୍ତି ତେବେ ଆପଣଙ୍କୁ ଜାଣିଯିବା ଦରକାର ଯେ ସ୍ବୟଂ ଭଗବାନ ଆପଣଙ୍କ ଦ୍ଵାର କୁ ଆସିଛନ୍ତି । ଆଉ ସେହି ସମୟରେ ଆପଣଙ୍କୁ ସେ ଭିକାରି କୁ କିଛି ନା କିଛି ଧନ ଦେବା ନିହାତି ଦରକାର । ବନ୍ଧୁଗଣ ଭିକାରି କୁ ଆମେ ଧନ ଦେବା ଦ୍ୱାରା ଆମର କୌଣସି ବି ଅସୁବିଧା ହୁଏ ନାହିଁ କି ଧନ ର ଅଭାବ ବି ହୁଏନାହିଁ । ଆହୁରି ଧନ ର ମାତ୍ରା ବଢିଯାଇଥାଏ । ଭଗବାନ ବି ଆମ ଉପରେ ଆହୁରି ପ୍ରସନ୍ନ ହୋଇଥାନ୍ତି । ପୂଜା ଦ୍ୱାରା ଭୋକିଲା ଲୋକ ଙ୍କୁ ଖାଇବାକୁ ଦବା ଦ୍ୱାରା ଭଗବାନ ଖୁସି ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *