15 Interesting Gk Questions- ପୁଅଟିଏ ଝିଅକୁ ତା’ର ନାମ ପଚାରିଲେ, ଝିଅ ଜଣଙ୍କ କହିଲେ ପିତାଙ୍କ ପୂର୍ବରୁ ଓ ମାତାଙ୍କ ପରେ ଯାହା ବ୍ୟବହାର କରାଯାଏ ତାହା ମୋର ନାମ, ତେବେ ଝିଅଟିର ନାମ କଣ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ । ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ ।

୧- କେଉଁ ପଦାର୍ଥ ର ନିର୍ଦ୍ଦିଷ୍ଟ ଆୟତନ ଏବଂ ଆକାର ନାହିଁ ?
ଉତ୍ତର- ଗ୍ୟାସୀୟ ।

୨- କେଉଁ ତିନୋଟି ବର୍ଣ୍ଣ କୁ ପ୍ରାଥମିକ ବର୍ଣ୍ଣ କୁହାଯାଏ ।
ଉତ୍ତର- ଲାଲ,ନୀଳ ଓ ସବୁଜ ।

୩-ତାଳଧ୍ଵଜ ରଥର ସାରଥୀ କିଏ ?
ଉତ୍ତର- ମାତଳୀ ।

୪- କେଉଁ ଭୁତାଣୁ ଯୋଗୁଁ ମିଳିମିଳା ରୋଗ ହୋଇଥାଏ ।
ଉତ୍ତର- ରୁବିଓଲା ।

୫- ପ୍ରତିଦିନ ଚନ୍ଦ୍ର କେତେ ସମୟ ଅନ୍ତରରେ ଉଦୟ ଏବଂ ଅସ୍ତ ହୁଏ ?
ଉତ୍ତର-୪୮ ମିନିଟ ।

୬- ବାରୁଦ ତିଆରି ପାଇଁ କେଉଁ ମୌଳିକ ବ୍ୟବହାର କରାଯାଏ ।
ଉତ୍ତର- ଗନ୍ଧକ ।

୭- କେଉଁ ଗ୍ୟାସ ଯୋଗୁଁ ମଶାଣି ରେ ଆଲୋକ ଦେଖାଯାଏ ।
ଉତ୍ତର- ଫସଫିନ ।

୮- ସର୍ବପ୍ରଥମେ ଅର୍ଥଶାସ୍ତ୍ର ର ରଚନା କିଏ କରିଥିଲେ ।
ଉତ୍ତର- ଚାଣକ୍ୟ ।

୯- ଗୋଟିଏ ପ୍ରାପ୍ତ ବୟସ୍କ ମନୁଷ୍ୟ ଶରୀରରେ କେତେ ରକ୍ତ ଥାଏ ।
ଉତ୍ତର- ୪-୫ ଲିଟର ।

୧୦- ବାର୍ଡ ଫ୍ଲୁ କେଉଁ ଭୁତାଣୁ ଦ୍ୱାରା ହୋଇଥାଏ ।
ଉତ୍ତର- H5N1 ।

୧୧- ରାମାୟଣ ର ସାତକାଣ୍ଡ ମଧ୍ୟରୁ ପଞ୍ଚମ କାଣ୍ଡ କଣ ।
ଉତ୍ତର- ସୁନ୍ଦରା କାଣ୍ଡ ।

୧୨- ଭକ୍ତ ପ୍ରହ୍ଲାଦ ଙ୍କର ଜନ୍ମସ୍ଥାନ ବର୍ତ୍ତମାନ କେଉଁ କେଉଁ ସ୍ଥାନକୁ ବିବେଚିତ କରାଯାଏ ।
ଉତ୍ତର- ମୂଲତାନ ।

୧୩- ବର୍ଷ ର କେଉଁ ଦୁଇ ଦିନ ସୂର୍ଯ୍ୟ ଠିକ ପୂର୍ବରେ ଉଦୟ ଏବଂ ପଶ୍ଚିମ ରେ ଅସ୍ତ ହୁଏ ।
ଉତ୍ତର- ମାର୍ଚ୍ଚ ୨୧ ଏବଂ ସେପ୍ଟେମ୍ବର ୨୩ ।

୧୪- କେଉଁ ଭାରତୀୟ ବୈଜ୍ଞାନିକଙ୍କ ଯୋଗୁଁ ଭାରତ ଆଜି ପରମାଣୁ ଶକ୍ତି ରେ ବଳିୟାନ ହୋଇଛି ।
ଉତ୍ତର- ହୋମି ଜାହାଙ୍ଗୀର ଭାବା ।

୧୫-ଜଣେ ପୁଅ ଜଣେ ଝିଅଙ୍କୁ ତାଙ୍କ ନାମ ପଚାରିଲେ । ଝିଅ ଜଣଙ୍କ କହିଲେ ପିତାଙ୍କ ପୂର୍ବରୁ ଏବଂ ମାତାଙ୍କ ପରେ ଯାହା ବ୍ୟବହାର କରାଯାଏ ତାହା ମୋର ନାମ । ତେବେ ଝିଅଟିର ନାମ କଣ ?
ଉତ୍ତର- ଶ୍ରୀ ଦେବୀ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *