ପୁଅର ଚିତା ଦେଖି ରାହା ଧରି କାନ୍ଦୁଛି ମା, ଆଉ ଫେରିବନି ତା ଧନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବଳରାମ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ଶିଶୁ କଳାକାର ଶ୍ରେୟସ ପୂଜାରୀ ଆଜି ସବୁଦିନ ପାଇଁ ଆଖି ବୁଝିନେଇଛନ୍ତି । ଶ୍ରେୟସ ଙ୍କ ଆକଶ୍ମୀକ ବିୟୋଗରେ ଅମ୍ବାପଲ୍ଲୀ ଅଥବା ସମଗ୍ର ଗୋପପୁରରେ ଆଜି ଶୋକର ଛାୟା ଖେଳିଯାଇଥିବାର ଦେଖିବାକୁ ମିଳିଥିଲା । ପୁଅର ଚିତା କୁ ଦେଖି ରାହା ଧରି କାନ୍ଦୁଛି ମା’ । ଏହି କୁନି କଳାକାର ଟି ରିହଲସର କରି ସାଙ୍ଗସାଥି ସହିତ ହସଖୁସି ରେ ରହିଥିବାର ନଜର ଆସିଥିଲେ ।

ମାତ୍ର ଏହି ହସ ହସ ମୁହଁଟି ଆଜି ଯେ ନିରବୀଯିବ ତାହା ଆଦୌ ବିଶ୍ଵାସ କରିହେଉନାହିଁ । ଏହାକୁ ନେଇ ସମ୍ପର୍କୀୟ ସୁରେଶ କୁମାର କହିଥିଲେ ଯେ ଭଗବାନ ବୋଧ ହୁଏ ତାକୁ ଏତିକି ଦିନ ଦେଇଥିଲେ । ବଳରାମ ଭୂମିକାରେ ଅଭିନୟ କରୁଥିବାରୁ ତାକୁ ଲକ୍ଷ ଲକ୍ଷ ଲୋକ ପୂଜା କରୁଥିଲେ । ସେମାନଙ୍କ ମନରେ ଏହି କଳ୍ପନା ହୋଇଯାଇଥିଲା ଯେ ବଳରାମ ବାହାରିଲା ବୋଲି କିନ୍ତୁ ନିୟତିର ଇଚ୍ଛା ଏହା ନଥିଲା ।

ସେହି ସୁଯୋଗ ତାକୁ ମିଳିଲା ନାହିଁ ମାତ୍ର ସମସ୍ତଙ୍କୁ ସେ କନ୍ଦେଇ ଗଲା । ୭୫ ବର୍ଷ ଭିତରେ ଏହା ତାଙ୍କ ପାଇଁ ଏକ ନୂଆ ଘଟଣା ଯାହା ଆମ ଲାଗି ସବୁଦିନ ରହିବ ଜିଇଥିବା ପର୍ଯ୍ୟନ୍ତ ଅର୍ଥାତ ଏହିଭଳି ଦୁଃଖ ଭଗବାନ କାହାକୁ ନଦେଉ । ଶ୍ରେୟସ ଙ୍କୁ ସମସ୍ତେ ବର୍ତ୍ତମାନ ଝୁରୁଛନ୍ତି । ଗାଁ ଠୁ ଗଣ୍ଡା ତଥା ସାହି ପଡିଶା ।

ସମସ୍ତଙ୍କ ଆଖିରେ ଲୁହ ସତେ ଯେମିତି ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ୧୨ ବର୍ଷ ବୟସର ବାଳକ ଶ୍ରେୟସ ଏଥର ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ । ମାତ୍ର ଦୁର୍ଭାଗ୍ୟ ତାଙ୍କର ଆକଶ୍ମୀତ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ବର୍ତ୍ତମାନ ସମସ୍ତେ ମର୍ମାହତ ।

ଏତେ କମ ବୟସରୁ ଦଇବ ଯେ ଏଭଳି ଭାବରେ ଡାକିନେବ ତାହା କେହି ଚିନ୍ତା କରିନଥିଲେ । ଆଜି ବଳରାମ କୁ ଝୁରୁଛି ବରଗଡ । କାନ୍ଦୁଛି ସମଗ୍ର ଗୋପପୁର । ମା’ ମଧ୍ୟ କାନ୍ଦି କାନ୍ଦି ଝୁରୁଥିବାର ନଜର ଆସିଥିଲେ । ପରିବାର ଲୋକଙ୍କ ଦୁଃଖ ନ କହିଲେ ସରେ । କଥାରେ ଅଛି ବିଧିର ବିଧାନ କେ କରିବା ଆନ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁମ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *