‘ତମେ ମେଡ଼ିସିନ ଖାଇବ, ନିଜ ଦେହର ଯତ୍ନ ନେବ, ପୁଅକୁ କହିବ ଭଲ ପାଠ ପଢି ଅଫିସର ହବ, ମୁଁ ଚାଲି ଯାଉଛି….’ Govinda ର ଶେଷ ଫୋନ କଲ

ବନ୍ଧୁଗଣ, ବହୁ ଚର୍ଚ୍ଚିତ ମମିତା ମେହେର ହତୟଆକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି । ଏହାକୁ ନେଇ ଗୋବିନ୍ଦ ଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ସହିତ ଫୋନ ରେ କଥା ହେଲେ ଯେ କିଭଳି ଅଛ ? ପୁଅର ଠିକ ଭାବରେ ଯତ୍ନ ରଖୁଥିବ । ନିଜ ମା’ ଙ୍କ କଥା ମଧ୍ୟ ଫୋନ କରି ବୁଝିଥିଲା ଗୋବିନ୍ଦ । ମା’ ଙ୍କ ମେଡ଼ିସିନ ଆଣିଲେ କି ନାହିଁ ପଚାରିବା ବେଳେ ସ୍ତ୍ରୀ ଗୋବିନ୍ଦ ଙ୍କୁ କହିଥିଲେ ଯେ ଗୋଟିଏ ବର୍ଷ ହୋଇଗଲାଣି ଏଠାରେ ସମସ୍ତେ ବହୁତ ଦୁଃଖରେ ଅଛନ୍ତି ।

ପାଖରେ ଟଙ୍କା ପଇସା ମଧ୍ୟ ନାହିଁ । ଗୋବିନ୍ଦ କହିଥିଲେ ଯେ ଦେଖିକି ଚଳିବ, ପୁଅର କଲେଜ ଖୋଲିଯିବ ତାକୁ ମନଦେଇ ପାଠ ପଢିବାକୁ ନିଜ ସ୍ତ୍ରୀ କୁ କହିଥିଲା ଗୋବିନ୍ଦ । ଗୋବିନ୍ଦ ଏହା କହିଥିଲା ଯେ ପିଲାଙ୍କ କଥା ତଥା ତାଙ୍କ ପରିବାର କଥା ତାଙ୍କର ବହୁତ ମନେ ପଡୁଛି । ଏହା ସହିତ ତାଙ୍କୁ ବିଚଳିତ ଲାଗୁଛି ବୋଲି ସେ କହିଥିଲେ ।

କିନ୍ତୁ ସ୍ତ୍ରୀ ଗୋବିନ୍ଦ କୁ ବୁଝାଇ କହିଥିଲେ ଯେ ବ୍ୟସ୍ତ ହୁଅନା ସମସ୍ତେ ଭଲ ଅଛନ୍ତି ସବୁ ଠିକ ହୋଇଯିବ । ଆଉ ଏହାପରେ ଫୋନ ରଖିବାର କିଛି ଘଣ୍ଟା ପରେ ଜେଲରୁ ଫୋନ ଆସିଲା ଯେ ତୁମ ସ୍ଵାମୀ ଆଉ ଏହି ଦୁନିଆରେ ନାହାଁନ୍ତି । ଜେଲ ଭିତରେ ସେ ନିଜ ଜୀବନ ହାରିଛନ୍ତି । ଏହା ଶୁଣି ସ୍ତ୍ରୀ ର ପାଦ ତଳୁ ମାଟି ଖସିଯାଇଥିଲା । ଏହା ଥିଲା ଗୋବିନ୍ଦ ସାହୁ ଙ୍କ ଶେଷ ଫୋନ କଲ ।

ପୁଅ କୁ ଭଲ ପାଠ ପଢାଇ ଚାକିରି କରିବା ପାଇଁ କହିଥିଲା ତଥା ସ୍ତ୍ରୀ ର ଦେହ ଭଲ ନଥିବାରୁ ସ୍ତ୍ରୀ କୁ ମେଡ଼ିସିନ ଖାଇବାକୁ ମଧ୍ୟ କହିଥିଲା । ବୃଦ୍ଧ ମା’ କଥା ମଧ୍ୟ ପଚାରିଥିଲା ଆଉ ସ୍ତ୍ରୀ ସହିତ କଥା ହେଇସାରିବା ପରେ ଜେଲରେ ଜୀବନ ହାରିଥିଲେ ଗୋବିନ୍ଦ । ରାତିରେ ସେ କଥା ହେଲେ ଆଉ ସକାଳୁ ଜୀବନ ହାରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଗୋବିନ୍ଦ ମୃତ୍ୟୁ ଉପରୁ ପରଦା ହଟି ପାରୁନାହିଁ ।

ବଢୁଛି ସସପେନ୍ସ କିନ୍ତୁ ଆ-ତ୍ମ-ହତୟଆ ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ତେବେ ଗୋବିନ୍ଦ ର ଜୀବନ ହାରିବା ପଛର ରହସ୍ୟ କେବେ ହଟୁଛି ତାହା ଜାଣିବା ଅପେକ୍ଷାରେ ରାଜ୍ୟବାସୀ । କାରଣ କେବଳ ଗୋବିନ୍ଦ ଙ୍କ ଠାରୁ ହିଁ ସବୁ କଥା ବାହାରିଥାନ୍ତା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *