Puri ସମୁଦ୍ର କୂଳରେ ପୁଅ ଆଗରେ ଷ୍ଟଣ୍ଟ ମାରୁ ମାରୁ ଭାସିଗଲେ ବାପା, ଭାଇରାଲ ହେଲା ହୃଦୟ ବିଦାରକ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏହି ଘଟଣା ସମ୍ବନ୍ଧରେ ନିଶ୍ଚିତ ଭାବରେ ଅବଗତ ଥିବେ ଯେ, ପୁଆ ଆଗରେ ବାପା ସମୁଦ୍ର ରେ ଦୁଃସାହସିକ ଷ୍ଟଣ୍ଟ ଦେଖାଉଥିବା ବେଳେ ସମୁଦ୍ର ରେ ଭାସି ଯାଇ ନିଖୋଜ ହୋଇ ଯାଇଛନ୍ତି । ପୁରୀ ର ସମୁଦ୍ର ରେ ଭାସି ଯାଇ ଆଜି ସକାଳେ ପର୍ଯ୍ୟଟକ ହୋଇ ଯାଇଛନ୍ତି ନିଖୋଜ । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ର ବଂଶୀଧର ବେହେରା ।

ତାଙ୍କ ପରିବାର ସଦସ୍ୟ ଙ୍କ ସହିତ ପୁରୀ ସମୁଦ୍ର କୁଳ ରେ ସମୟ ଅତିବାହିତ କରୁଥିଲେ ଏବଂ ନିଜ ପୁଅ କୁ ଷ୍ଟଣ୍ଟ ଦେଖାଉଥିବା ବେଳେ ବେକ ମାପ ହୋଇ ଯାଇଥିଲା ଏବଂ ପରେ ସେ ପାଣିରେ ଭାସି ଯାଇଥିଲେ । ତେବେ ସମୟ ଥିଲା ସକାଳ ୭ଟା । ସେହି ସମୟରେ ଘଟିଗଲା ଏହି ବେଳାଭୂମି ରେ ଅଘଟଣ । ବାଲେଶ୍ଵର ରୁ ବଂଶୀଧର ବେହେରା ଏବଂ ତାଙ୍କ ପରିବାର ସମେତ ଆସିଥିଲେ ସମୁଦ୍ର ବୁଲିବାକୁ ।

ସମୁଦ୍ର ରେ ଗାଧୋଉଥିବା ସମୟ ରେ ବଂଶୀଧର ଭାସିଗଲେ ସମୁଦ୍ର ଭିତରକୁ । ଏହି ନିଚ୍ଛକ ଦୃଶ୍ୟ କୁ ସୁଟିଂ କରୁଥିଲେ ତାଙ୍କ ପରିବାର ଲୋକ । ବଂଶୀଧର ଏବଂ ତାଙ୍କ ପୁଅ ଦୁଇ ଜଣ ଏହି ସମୁଦ୍ର ସେକ୍ଟର ୯ ଓ ସେକ୍ଟର ୮ ମଝିରେ ହିଁ ଗାଧୋଉଥିଲେ । ପୁଅ ସହ ହସି ଖେଳି ସମୟ ବିତାଉଥିଲେ । ସେହି ସମୟ ରେ ପୁଅ କୁ ଦେଖାଉଥିଲେ କିଭଳି ଭାବରେ ସମୁଦ୍ର କୁ ଲମ୍ଫ ମରାଯାଏ ।

ଏହା ସନ୍ଦେହ କରାଯାଉଛି ଯେ, ଷ୍ଟଣ୍ଟ ମାରୁଥିବା ସମୟରେ ବଂଶୀଧର ଙ୍କ ବେକରେ ଗୋଟିଏ ବଡ଼ ଆଘାତ ଲାଗିଲା ଓ ଗୋଟିଏ ବଡ଼ ଲହର ରେ ସେ ସମୁଦ୍ର ଭିତରକୁ ଭାସିଗଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ନାହିଁ । ଏହି ସମ୍ବନ୍ଧରେ ଯେତେବେଳେ ସେକ୍ଟର ୯ ର ଲାଇଫ ଗାର୍ଡ ଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ବଂଶୀଧର ଯେତେବେଳେ ପାଣି ରେ ଷ୍ଟଣ୍ଟ କରୁଥିଲେ ସେତେବେଳେ ତାଙ୍କ ଭାଇ ଫୋନ ରେ ଭିଡିଓ ସୁଟିଂ କରୁଥିଲେ ଏବଂ ତାଙ୍କୁ ଏହା ଲାଗିଲା ପାଣି ରୁ ସେ ବାହାରି ଆସିବେ ।

କିନ୍ତୁ ପରେ ଯେତେବେଳେ ବଂଶୀଧର ପାଣି ଭିତରୁ ଆସିଲେ ନାହିଁ ସେତେବେଳେ ସେମାନେ ତାଙ୍କୁ ଖୋଜାଖୋଜି କରିଲେ କିନ୍ତୁ ତାଙ୍କର କୌଣସି ଖୋଜ ମିଳିଲା ନାହିଁ । ପରେ ସେ ଏହି ବିଷୟରେ ଆସି ଲାଇଫ ଗାର୍ଡ ଙ୍କୁ କହିଲେ । ବର୍ତ୍ତମାନ ଲାଇଫ ଗାର୍ଡ ବଂଶୀଧର ଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି । କିନ୍ତୁ ତାଙ୍କର କୌଣସି ଖୋଜ ମିଳୁ ନାହିଁ । ପୁରୀ କୁ ବୁଲି ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହି ଘଟଣା ସମ୍ବନ୍ଧରେ ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *