ଫିଲ୍ମ ଷ୍ଟାଇଲରେ ପ୍ରେମିକ ସହ ସ୍ତ୍ରୀ ର ବିବାହ କରିଲା ସ୍ଵାମୀ, ଆଉ କହିଲା, ‘ନିଜ ପ୍ରେମିକ ସହ ତୁମେ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ, ସଲମାନ ଖାନ ଓ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଏହି ତିନି ଜଣଙ୍କ ପ୍ରେମ କାହାଣୀ ଦେଖା ଯାଇଛି ଓ ଏହି ଫିଲ୍ମଟିକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଅଜୟ ଦେବଗନ ନିଜ ପତ୍ନୀ ଐଶ୍ଵର୍ଯ୍ୟ ରାୟଙ୍କୁ ତାଙ୍କ ପ୍ରେମୀ ସଲମାନ ଖାନଙ୍କ ପାଖରେ ଛାଡି ଦେଉଛନ୍ତି ।

ହେଲେ ଏହି ଫିଲ୍ମର ଅନ୍ତରେ ଐଶ୍ଵର୍ଯ୍ୟ ନିଜ ସ୍ଵାମୀଙ୍କ ପାଖକୁ ଚାଲି ଆସୁଛନ୍ତି । ତେବେ ବର୍ତ୍ତମାନ କିଛି ଏଭଳି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । ଜଣେ ମହିଳା ନିଜ ପ୍ରେମୀ ପାଖକୁ ଯିବା ପାଇଁ ନିଜ ସ୍ଵାମୀ ସହ ଝଗଡା କରିଛି ।

ବିବାହ ପରେ ଏହି ଦମ୍ପତ୍ତି ଖୁସିରେ ରାହୁନଥିଲେ ଯାହାଫଳରେ ସ୍ଵାମୀ ନିଜ ସ୍ତ୍ରୀକୁ ତାର ପ୍ରେମୀ ପାଖରେ ଛାଡି ଦେଉଛି । ଏହି ମାମଲାଟି ଉତ୍ତର ପ୍ରଦେଶ କାନପୁରରୁ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ପଙ୍କଜ ଶର୍ମା ନାମକ ଏକ ଯୁବକ ପ୍ରତାପପୁର ବାସିନ୍ଧା କୋମଲଙ୍କ ସହ ବିବାହ କରିଥିଲେ ।

ହେଲେ ବିବାହ ପରେ କୋମଲ ଖୁସି ନଥିଲେ । ସେ ନିଜ ସ୍ଵାମୀଙ୍କ ସହ ଅଧିକାଂଶ ସମୟ ଝଗଡା କରୁଥିଲେ । ଯେତେବେଳେ ଲଗାତାର ଝଗଡା ହେଲା ସେତେବେଳେ ପଙ୍କଜ ଝଗଡା ପଛର କାରଣ ବିଷୟରେ ପଚାରି ଥିଲେ । ସେହି ସମୟରେ କୋମଲ କହିଥିଲେ ସେ ଅନ୍ୟ ଏକ ଯୁବକଙ୍କୁ ପ୍ରେମ କରୁଛନ୍ତି ଓ ସେହି ଯୁବକଙ୍କ ନାମ ହେଉଛି ପିଣ୍ଟୁ । ପିଣ୍ଟୁ ସଚେଣ୍ଡୀ ମୁରଲିପୁରର ବାସିନ୍ଧା ଅଟନ୍ତି ।

କୋମଲଙ୍କ ମତରେ, ତାଙ୍କ ବିବାହ ଜବରଦସ୍ତି ପଙ୍କଜଙ୍କ ସହ କରାଯାଇଛି । କୋମଲ ନିଜ ସମସ୍ୟା ବିଷୟରେ ୨୨ ଅକ୍ଟୋବରରେ ଆଶା ଜ୍ଯୋତି କେନ୍ଦ୍ରରେ ଫୋନ କରି କହିଥିଲେ । ଏହା ପରେ ସ୍ଵାମୀ, ସ୍ତ୍ରୀ ଓ ପ୍ରେମିକାଙ୍କୁ ଆଶା ଜ୍ଯୋତି କେନ୍ଦ୍ର ଯିବାକୁ ପଡିଥିଲା । ତିନି ଜଣଙ୍କ କାହାଣୀ ଜାଣିବା ପରେ ଆଶା ଜ୍ଯୋତି କେନ୍ଦ୍ରରେ ପଙ୍କଜଙ୍କ ସହମତିରେ କୋମଲଙ୍କ ବିବାହ ପିଣ୍ଟୁଙ୍କ ସହ ହୋଇଥିଲା ।

ପଙ୍କଜଙ୍କ ମତରେ, ସବୁବେଳେ ଝଗଡା ହେବା ଠାରୁ ଭଲ ବିବାହ ଭାଙ୍ଗି ଯାଉ ଓ ସ୍ତ୍ରୀ ତାର ପ୍ରେମିକା ସହ ଖୁସି ରହୁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ମାମଲାର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *