‘ଆଉ କଣ ବାକି ରଖିଲ, ମୋ ଇଜ୍ଜତ ତ ଖାଇଦେଲ.. 6 ବର୍ଷ ଧରି ସମ୍ପର୍କ ରଖିବା ପରେ ebe ଆଉ ଜଣକୁ ତୁମେ…’ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କଲେଜରେ ପାଠ ପଢିବା ସହିତ ଯୁବକଙ୍କର ଯୁବତୀ ସହିତ ହୋଇଥିଲା ବନ୍ଧୁତା । ଏବଂ ତାହା ପ୍ରେମରେ ପରିଣତ ହୋଇଥିଲା । ଏବଂ ଦୀର୍ଘ ୬ ବର୍ଷ ଧରି ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ମାତ୍ର ସେ ରହୁଥିବା ଜାଗାରେ ଘର ଖାଲି କରୁଥିଲେ ଯୁବକ ଜଣକ ଯାହାକୁ ବିରୋଧ କରିଥିଲେ ଯୁବତୀ ଏବଂ ଏହାପରବର୍ତ୍ତୀ ଘଟଣା ଆସି ପହଞ୍ଚିଲା ଥାନାରେ । ଏବଂ ଯେତେବେଳେ ତଦନ୍ତ କରାଗଲା, ଜଣାପଡିଲା ଯେ ଗତ ମାସେ ତଳୁ ଯୁବକ ଜଣକ ବିବାହ କରିସାରିଛନ୍ତି ।

ଏହାକୁ ନେଇ ବର୍ତ୍ତମାନ ଯୁବତୀ ଜଣଙ୍କ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏବଂ ପୋଲିସ ଯୁବକଙ୍କୁ ଅଟକ ରଖିଥିବାର ସୁଚନା ମିଳିଛି । ତେବେ ଆସନ୍ତୁ ଜାଣିନେବା ଯୁବତୀ ଜଣକ କ’ଣ କହୁଛନ୍ତି ? ଯୁବତୀ ଜଣଙ୍କ କହିଛନ୍ତି ଯେ ସେହି ପିଲାଟିର ନାମ ହେଉଛି ଦୀପ୍ତି ରଞ୍ଜନ ନାୟକ । ଯୁକ୍ତ ଦୁଇରେ ପଢୁଥିବା ସମୟରେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା । ଏହାପରେ ପ୍ରେମ ପାଇଁ ନିବେଦନ କରିଥିଲେ ଯୁବକ ଜଣକ ।

୬ ମାସ ପରେ ସେ ଏହାକୁ ଅନୁମତି ଦେଲେ । ଦିଲ୍ଲୀରେ ଯୁବକ ଜଣକ ଚାକିରି କରୁଥିଲେ ଏହାପରେ ଭୁବନେଶ୍ଵରରେ ଚାକିରି କରିଲେ ଏବଂ ଯୁବତୀ ଙ୍କୁ ନେଇ ନିଜ ପାଖରେ ରଖିଲେ । ଘର ମାଲିକକୁ ସ୍ତ୍ରୀ ବୋଲି କହିଥିଲେ ଏହା ସହିତ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ଏହାପରେ ଉଭୟଙ୍କ ଘର ଲୋକ ଏ ବାବଦରେ ସଂପୂର୍ଣ୍ଣ କଥା ଜାଣିଥିଲେ । ମାତ୍ର ୨ ବର୍ଷ ସାଥିରେ ରହିବା ପରେ ୩ ମାସ ହେବ ଈଗନୋର ମାରିବା ଆରମ୍ଭ କରିଲେ ।

ଏହାପରେ ଦିନେ ପଚାରିଲେ ଯୁବତୀ କଣ ହୋଇଛି ଯୁବକ କହିଲେ ଘର ପ୍ରୋବ୍ଲେମ ମୁଁ କିଛି ଦିନ ଏକା ରହିବାକୁ ଚାହୁଁଛି । ଏହାପରେ ଯୁବତୀ କହିଲେ କୋର୍ଟ ମ୍ୟାରେଜ କର । ଯୁବକ କହିଲେ ପେପର ରେଡି କର ମୁଁ ବିବାହ କରିବାକୁ ରାଜି ଅଛି । ମାତ୍ର ଏହାପରେ ଯୁବତୀଙ୍କ ମା’ ପେପର ନେଇ ଆସିଲା ବେଳକୁ ଯୁବକ ଆଉ ଧରାଛୁଆଁ ଦେଲେ ନାହିଁ ।

ଏବଂ ଦିନେ ଆସି ଗୋଟେ ଝିଅ ସହିତ ଘର ଖାଲି କରିବା ସମୟରେ ଯୁବତୀ ପଚାରିଥିଲେ ସନ୍ଦେହ ହେବାରୁ ସେ ଉଭୟଙ୍କୁ ତାଲା ପକାଇ ପୋଲିସ କୁ ଡ଼ାକିଥିଲେ ଏବଂ ଜଣାପଡିଥିଲା ଯେ ଯୁବକ ସେହି ଝିଅ କୁ ବିବାହ କରିଛନ୍ତି । ବର୍ତ୍ତମାନ ଯୁବତୀ ଙ୍କ ଜୀବନ ଯେପରି ବର୍ବାଦ ହେଲା ସେହିଭଳି ଯୁବକଙ୍କର ଜୀବନ ମଧ୍ୟ ବର୍ବାଦ ହେଉ ବୋଲି କହିଛନ୍ତି ଯୁବତୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *