High Court ଙ୍କ ବଡ ନିଷ୍ପତ୍ତି ! ପ୍ରେମ ସମ୍ପର୍କରେ ଏବେ ପଶି ପାରିବେ ନାହିଁ ଥାର୍ଡ ପର୍ଶନ, ମା-ବାପା ହେଇଥିଲେ ବି କରିବେ ଏହି କାମ

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମ ସମ୍ପର୍କକୁ ନେଇ ଆସିଲା ହାଇକୋର୍ଟ ଙ୍କ ନିଷ୍ପତ୍ତି । ପ୍ରେମରେ ଏଥର ପଶିପାରିବେ ନାହିଁ ଥାର୍ଡ ପର୍ସନ । ଦୁହିଁ ଙ୍କ ପ୍ରେମ ସମ୍ପର୍କ ରେ ହସ୍ତକ୍ଷପ କରି ପାରିବେ ନାହିଁ ତୃତୀୟ ବ୍ୟକ୍ତି । ଜୀବନ ସାଥି ଚୟନ ହେଉ ହେବା ପ୍ରେମ ସମ୍ବନ୍ଧ, ବୈବାହିକ ଜୀବନରେ ହେଉ ଅବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଛା ଦୂହିଁ ଙ୍କ ମାନବୀୟ ସମ୍ପର୍କରେ କେହି କରି ପାରିବେ ନାହିଁ ହସ୍ତକ୍ଷପ । ପ୍ରେମ ସମ୍ପର୍କରେ ତୃତୀୟ ବ୍ୟକ୍ତିର ହସ୍ତକ୍ଷପ କୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଆଲହାବାଦ ହାଇ କୋର୍ଟ ।

କୋର୍ଟ ଙ୍କ କହିବା ଅନୁସାରେ ଜୀବନସାଥୀ ଚୟନ ଅଥବା ସମ୍ପର୍କ, ପ୍ରେମ ସମ୍ବନ୍ଧ ଅଥବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଛା, ଉଭୟଙ୍କ ମଧ୍ୟରେ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷପ କରି ପାରିବେ ନାହିଁ । ଏହି ମାମଲାରେ କୋର୍ଟ ର ଆବେଦନକାରୀ ଯୁବକ ଏବଂ ତାଙ୍କ ପତ୍ନୀ ଙ୍କୁ ଏକାଠି ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ କୋର୍ଟ ରେ ଏଭଳି କିଛି ମାମଲା ପହଞ୍ଚିଥିଲା ।

ଏହାପରେ ଏଭଳି କିଛି ବିଚାର କରିଛନ୍ତି ଜର୍ଜ । ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ସାବାଳକ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷପ କରିବାର କାହାରି ଅଧିକାର ନାହିଁ । ବାସ୍ତବରେ ବାଗପତରର ବାସିନ୍ଦା ସନ୍ଦିପ କୁମାର ପତ୍ନୀ ଙ୍କୁ ତାଙ୍କ ବାପା ଘରେ ବନ୍ଦୀ କରି ରଖିଥିବାର ଅଭିଯୋଗ କରିଥିଲେ । ପତ୍ନୀ ଙ୍କ ପରିବାର ସଦସ୍ୟ ଯୁବତୀ ଙ୍କ ଉକ୍ତ ଯୁବକ ଙ୍କ ବିରୁଦ୍ଧରେ ମାମଲା ଦାୟର କରିଥିଲେ ।

ଯୁବକ ତାଙ୍କ ଝିଅ କୁ ଯ-ଔନ ନିର୍ଯ-ଆତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଉକ୍ତ ଝିଅଙ୍କୁ ଡକାଇଥିଲେ । ତେବେ କୋର୍ଟ ରେ ହାଜର ହୋଇଥିବା ମହିଳା କହିଥିଲେ ଯେ ସେ ତାଙ୍କ ସ୍ଵାମୀ ଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଆଉ ଯୁବତୀ ଙ୍କ ବିବୃତ୍ତି ପରେ କୋର୍ଟ ତାଙ୍କ ସ୍ଵାମୀ ଙ୍କ ସହିତ ଯୁବତୀ ଙ୍କୁ ରହିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତକ୍ଷପ କରିବାକୁ ବାରଣ କରିଛନ୍ତି ।

କୁହାଯାଇଛି ଯେ ଉଭୟ ଯୁବକ ଏବଂ ଯୁବତୀ ପରସ୍ପର ଙ୍କୁ ଭଲ ପାଉଛନ୍ତି ଉଭୟ ବିବାହ ମଧ୍ୟ କରିଛନ୍ତି ମାତ୍ର ପରିବାର ଲୋକେ ସେମାନଙ୍କୁ ଏକାଠି ରହିବାକୁ ଦେଉ ନାହାଁନ୍ତି । ଏହି ସମ୍ପର୍କ ରେ କୋର୍ଟ ରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନକାରୀ ଝିଅ ଏବଂ ପୁଅ କହିଛନ୍ତି ଯେ ଉଭୟ ସାବାଳକ । ଏହାପରେ କୋର୍ଟ ବାନ୍ଧିପ୍ରତକ୍ଷକାରଣ ଆବେଦନ କୁ ସ୍ଵୀକାର କରି ପତ୍ନୀ ଙ୍କୁ ତାଙ୍କ ସହମତି ପରେ ସ୍ଵାମୀ ଙ୍କ ସହିତ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.