ପ୍ରତିଦିନ ଏହି ୫ଟି ଜିନିଷ ଖାଇବେ ତ କୋଲେଷ୍ଟ୍ରୋଲ ମୂଳରୁ ହେଇଯିବ ଶେଷ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋଲେଷ୍ଟ୍ରଲ ଏଭଳି ଏକ ମହମ ତତ୍ତ୍ୱ ଅଟେ ଯାହା ଆମ ଶରୀରରେ ରକ୍ତ ରେ ଥିବା ଫ୍ୟାଟ ରେ ମିଳିଥାଏ। କୋଲେଷ୍ଟ୍ରଲ ଆମ ଶରୀର ପାଇଁ ଉପଯୋଗୀ ଅଟେ କାରଣ ଏହା ଆମ ଶରୀରରେ ହେଲଦୀ ସେଲ ର ନିର୍ମାଣ କରିଥାଏ ଏବଂ ଏହାଦ୍ବାରା ଆମ ଶରୀରର ହର୍ମୋନାଲ ସିଷ୍ଟମ ଏବଂ ନର୍ଭସ ସିଷ୍ଟମ ସଠିକ ଭାବରେ କାର୍ଯ୍ୟ କରିଥାଏ। କିନ୍ତୁ ଏହି କୋଲେଷ୍ଟ୍ରଲ ର ମାତ୍ରା ଯଦି ବଢି ଯାଇଥାଏ ତେବେ ବିଭିନ୍ନ ପ୍ରକାର ରୋଗର ଶିକାର ହେବାକୁ ପଡ଼ିଥାଏ। କୋଲେଷ୍ଟ୍ରଲ ର ମାତ୍ରା ଶରୀରରେ ବଢ଼ିବା ଦ୍ଵାରା ଫ୍ୟାଟ ଜମାଟ ବାନ୍ଧିଥାଏ ଏବଂ ଏହାଦ୍ବାରା ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ରହିଥାଏ।

ଏହା ସହିତ କୋଲେଷ୍ଟ୍ରଲ ର ମାତ୍ରା ବଢିବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇନଥାଏ ଏବଂ ବ୍ରେନ ଷ୍ଟ୍ରୋକ ହେବାର ମଧ୍ୟ ସମ୍ଭାବନା ରହିଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହାର ସେବନ ଦ୍ୱାରା କେବେବି କୋଲେଷ୍ଟ୍ରଲ ଭଳି ସମସ୍ୟା ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମରେ ହେଉଛି, ‘ରସୁଣ’। ରସୁଣ ଏଭଳି ଏକ ପାୱାର ଫୁଲ କମ୍ପାଉଣ୍ଡ ରହିଛି ଯାହାର ନାମ ହେଉଛି, ‘ଏଲେସିନ’।ଏହା ଆମ ଶରୀରରେ କୋଲେଷ୍ଟ୍ରଲ ର ମାତ୍ରା ନିୟନ୍ତ୍ରଣ କରିଥାଏ ଏବଂ ଏହା ସହିତ ବ୍ଲଡ଼ ପ୍ରେସର କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ତେଣୁ ପ୍ରତ୍ୟେକ ଦିନ ସକାଳେ ରସୁଣ କୁ ପାଣି ସହିତ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ଭଳି ରୋଗରୁ ମୁକ୍ତି ମିଳିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ‘ଓଟ୍ସ’। ଓଟ୍ସ ଏକ ହେଲଦୀ ବ୍ରେକଫାଷ୍ଟ ଅଟେ। ଏହାର ସେବନ କରିବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ‘ଭିଟା ଗ୍ଲୁକେନ୍’ ନାମକ ଫାଇବର ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ତେଣୁ ପ୍ରତିଦିନ ଓଟ୍ସ କୁ ବ୍ରେକଫାଷ୍ଟ ସମୟରେ ଖାଇବା ଦ୍ଵାରା ଏହା କୋଲେଷ୍ଟ୍ରଲ ର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ‘ବାଦାମ’। ବାଦାମ ରେ ଭରପୁର ମାତ୍ରା ରେ ପ୍ରୋଟିନ ରହିଥାଏ ଏବଂ ଏହାର ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ର ମାତ୍ରା ନିୟନ୍ତ୍ରିତ ହୋଇଥାଏ। ଏହାର ସେବନ କରିବା ଦ୍ୱାରା ହାର୍ଟ ଆଟାକ୍ ଭଳି ଭୟଙ୍କର ସମସ୍ୟା ହେବାର ୨୮% ଚ୍ୟାନ୍ସ କମିଯାଇଥାଏ।ତେଣୁ ପ୍ରତିଦିନ ଅଳ୍ପ ବାଦାମ ଖାଇବା ଉଚିତ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି ‘ସବୁଜ ପରିବା’।ସବୁଜ ପରିବା ଖାଇବା ଦ୍ଵାରା ଏହା ଆମ ଶରୀରକୁ ଆବଶ୍ୟକୀୟ ପୋଷକ ଯୋଗାଇଥାନ୍ତି ଏବଂ ଶରୀରରେ ଫ୍ୟାଟ ଜମାଟ ବାନ୍ଧି ନଥାଏ। ତେଣୁ ନିୟମିତ ଭାବରେ ସବୁଜ ପରିବା ର ସେବନ କରିବା ଉଚିତ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ‘ସୋୟାବିନ’। ସୋୟାବିନ ଆମ ଶରୀରରେ ଥିବା ବ୍ୟାଡ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିଥାଏ ଏବଂ ହୃଦ୍ଘାତ ରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ସପ୍ତାହ ରେ ୨ ୩ ଥର ସୋୟାବିନ ନିଶ୍ଚିତ ଭାବରେ ଖାଇବା ଉଚିତ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *