‘ପୋଲିସ ବାବୁ ବାଡେଇଛନ୍ତି ଖାଲି କୋଠା, ଆଉ ସ୍ତ୍ରୀ ନାଁରେ ଲଗାଇଛନ୍ତି ଓଲିଉଡ ସିନେମାରେ କୋଟି କୋଟି ଟଙ୍କା’ Pratap Samal ଙ୍କ କଳା ଧନର ଚିଠା ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ମାନେ କଳ୍ପନା ବି କରିବା ଅତି କଷ୍ଟକର । ଗତ କାଲି ସକାଳ ସମୟରେ ଭିଜିଲାନ୍ସ ଟିମ ଜଣେ ପୋଲିସ ବାବୁଙ୍କ ଘରେ ଚ-ଢା-ଉ କରିଲା ଓ ଲକ୍ଷ ଲକ୍ଷ ଟଙ୍କା ଜ-ବ-ତ କରିଥିଲା । ଆପଣ ମାନେ ବିଶ୍ଵାସ ନକରିଲେ ବି ଏହା ସତ ପୁଣି ଏକ ସରକାରୀ ପୋଲିସ ବାବୁ କୋଟିପତି ହୋଇଛନ୍ତି ।

ପ୍ରସନ୍ନ ବେହେରାଙ୍କ ପରେ ଏବେ ପ୍ରତାପ ସାମଲ । ପ୍ରତାପ ସାମଲ ହେଉଛନ୍ତି ପୋଲିସ ହାଉସିଙ୍ଗ ଏବଂ ୱେଲଫେୟାର କର୍ପୋରେସନର ଡେପ୍ୟୁଟି ମ୍ୟାନେଜର । ତାଙ୍କର ଘର ଏବଂ ସମ୍ପତ୍ତି ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଭାବିବେ କାହିଁକି ମୁ ବି ପୋଲିସ ବିଭାଗରେ ଚାକିରି କଲି ନାହିଁ । ତାଙ୍କ ଘର ସମେତ ଭୁବନେଶ୍ବର, ବାଲେଶ୍ଵର, ଭଦ୍ରକ ଜିଲ୍ଲା ଆଦି ୧୦ଟି ସ୍ଥାନରେ ଗତ କାଲି ସକାଳ ସମୟରେ ଭିଜିଲାନ୍ସ ଟିମ ଚ-ଢା-ଉ କରିଥିଲା ।

ଏବେ ବାବୁଙ୍କ ପାଖରେ କେତେ ସମ୍ପତ୍ତି ଅଛି ତାକୁ ନେଇ ଚର୍ଚା ଜୋରସୋର ଧରିଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତାପ ସାମଲ ଦୁଇଟି ଓଡିଆ ସିନେମାରେ ପ୍ରଯୋଜକ ମଧ୍ୟ ହୋଇଛନ୍ତି । ସେହି ଦୁଇଟି ଫିଲ୍ମ ହେଉଛି ‘ନାରୀ ଆଖିରେ ନିଆଁ’ ଓ ‘ବାଜି’ । ପ୍ରତାପଙ୍କ ପାଖରେ ରହିଛି ଅନେକ ନାମି ବେ-ନାମୀ ସମ୍ପତ୍ତି । ଏବେ ପ୍ରତାପଙ୍କ ସମ୍ପତ୍ତିର ତାଲିକା କରୁଛି ଭିଜିଲାନ୍ସ ଟିମ ।

ପ୍ରତାପ ବହୁତ ଚାଲାକ ଥିଲେ ନିଜ ପତ୍ନୀଙ୍କ ନାମରେ ଅନେକ ବିଜନେସ କରୁଥିଲେ । ପ୍ରତାପଙ୍କର ଭୁବନେଶ୍ଵର ଆଇଆରସି ଭିଲେଜରେ ପ୍ଲାଟ ନମ୍ବର ଏନ ୬୪୧୬ରେ ଏକ ତିନି ମହଲା କୋଠା, ଜୟଦେବ ବିହାରରେ ଦୁଇ ମହଲା କୋଠା ଓ ବିଜୁ ପଟ୍ଟନାୟକ କଲେଜ ଛକରେ ମା ଭଗବତୀ ମନ୍ଦିର ବିପରୀତରେ ଆଉ ଏକ ୬ ମହଲା କୋଠା ରହିଛି ।

ଖଣ୍ଡଗିରିରେ ଏକ ମହଲା କୋଠା ଭଡା ଦିଆଯାଇଥିବା ବେଳେ ଅନ୍ୟାନ୍ୟ ଟାୱାରରେ ତାଙ୍କ ସହଯୋଗୀଙ୍କ ଘର ରହିଛି । ପ୍ରତାପ ସାମଲ କୋଠା ପରେ କୋଠା ବାଡେଇ ଚାଲି ଛନ୍ତି ଓ ଏବେ ଏହି ସବୁ କଥା ସହ ତାଙ୍କ ଅଫିସରେ ବି ଭିଜିଲାନ୍ସ ଟିମ ଚ-ଢା-ଉ କରିଛି । ତେବେ ଦେଖାଯାଉ କେତେ ଆକଳନରେ ବାହାରୁଛି ପ୍ରତାପଙ୍କ ସମ୍ପତ୍ତି ।

Leave a Reply

Your email address will not be published. Required fields are marked *