Tapaswini ଙ୍କ ଶ୍ଵଶୁର ପ୍ରମୋଦ ସାହୁଙ୍କ ଗେଟ ବାଡେ଼ଇଲେ ପୋଲିସ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀଙ୍କ ପାଇଁ ପୁଣି ଶାଶୂଘରେ ତାଲା ।  କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତତପସ୍ୱିନୀ ବିବାହ ବିବାଦ ମାମଲା । ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ । କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଛନ୍ତି । ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ ।

ତେବେ ଏଥିରେ ଜିଲ୍ଲା ଜଜ୍‌ଙ୍କ ଅର୍ଡରକୁ ଉଲ୍ଲଘଂନ କରାଯାଉଛି । ତେବେ ଆଇନ୍‌କୁ ତର୍ଜମା ନକରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ମୁଁ ପ୍ରଶାସନକୁ ଅନୁରୋଧ କରୁଛି । ଏହି ଅର୍ଡର ଆଜି ହିଁ ହସ୍ତଗତ ହୋଇଛି । ସୁମିତଙ୍କ ପରିବାର ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି । ତପସ୍ୱିନୀ ଆଗରୁ ୪୯୮ କେସ୍, ଡିଭି କେସ୍ କରିଛନ୍ତି । ସୁମିତଙ୍କ ପକ୍ଷରୁ ଡିଭୋର୍ସ କେସ୍ ଫାଇଲ ହୋଇଛି । ଏଭଳି ସ୍ଥିତିରେ ସେମାନେ ଏକାଠି ରହିବା ଠିକ୍ ନୁହେଁ ।

ତେବେ ଏହା ପରେ ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ । ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍‌ରେ ତପସ୍ୱିନୀ ଅଛନ୍ତି । ତେବେ ତାଲା ପଡି ଥିବାରୁ ବର୍ତ୍ତମାନ ପୋଲିସ ଯାଇ ଡାକ୍ତର ପ୍ରମୋଦ ସାହୁ ଙ୍କ କବାଟ ବାଡେଇଛି ଏବଂ ତାଲା ଖୋଲି ତପସ୍ୱିନୀ ଙ୍କୁ ଭିତରକୁ ଯିବା ପାଇଁ ମଧ୍ୟ ନିର୍ଦେଶ ଦେବା ସହ ନାଟକ ନ କରିବାକୁ ମଧ୍ୟ କହିଛି ।

ତେବେ ସୁମିତ ଙ୍କ ଓକିଲ ଙ୍କ ବିପକ୍ଷରେ ତପସ୍ୱିନୀ ଙ୍କ ଓକିଲ କହିଛନ୍ତି କି ଜିଲ୍ଲା ଦୌରା ଜଜ୍ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ତପସ୍ୱିନୀ ତାଙ୍କର ମାଟ୍ରିମୋନିଆଲ୍ ହାଉସରେ ରହିବେ । ଏ ନେଇ ଜିଲ୍ଲା ଦୌରା ଜଜ୍ ପ୍ରୋଟେକ୍ସନ୍ ଅଫିସର୍, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତପସ୍ୱିନୀ ୫ ତାରିଖରୁ ସୁମିତଙ୍କ ଘରେ ରହିସାରନ୍ତାଣି । କିନ୍ତୁ ରହିବାର ଅବସ୍ଥା ଠିକ୍ ନଥିବାରୁ ଘରକୁ ସଜଡ଼ାଯାଉଛି । ବୋଧହୁଏ ପ୍ରତିପକ୍ଷ ଓକିଲ୍ କୋର୍ଟଙ୍କ ରାୟଙ୍କୁ ସଠିକ୍ ଭାବେ ପଢ଼ିନାହାନ୍ତି ।

ତେବେ ନିଷ୍ପତ୍ତି ଅନୁସାରେ ତପସ୍ୱିନୀ ଶାଶୁ ଘର ଅର୍ଥାତ ସ୍ୱାମୀ ଡକ୍ତର ସୁମିତ ସାହୁଙ୍କ ଘରେ ରହିବେ । କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ଯେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ । ଚଳିବା ପାଇଁ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ପ୍ରଦାନ । ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରିସିଟ୍‌ ସୁମିତଙ୍କୁ ପ୍ରଦାନ କରିବେ । ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ । ତେବେ ତପସ୍ୱିନୀ ଭିତରକୁ ଯାଉଛନ୍ତି କିମ୍ବା ଆହୁରି କିଛି କଥା ବଢୁଛି କି ନାହିଁ ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *