ପୋଷ୍ଟ ଅଫିସର Special Scheme: ଦିନକୁ ମାତ୍ର 50 ଟଙ୍କା Deposit କରି ପାଇ ପାରିବେ 35 ଲକ୍ଷ ଟଙ୍କା, ଦେଖନ୍ତୁ କିପରି ?

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା ମାସକୁ ୧୫୦୦ ଟଙ୍କା ଜମା କରି ପାନ୍ତୁ ୩୫ ଲକ୍ଷ ଟଙ୍କା । ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ । ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁ ଥିଲେ ମାରକେଟରେ ଅନେକ ବିକଳ୍ପ ରହିଛି । ଅଧିକାଂଶ ଯୋଜନାରେ ଭଲ ରିଟର୍ନ ମିଳୁ ଥିବା ବେଳେ କିଛି ଯୋଜନାରେ ଘାଟା ହେବା ଆଶଙ୍କା ରହିଥାଏ । ଏଥିପାଇଁ ସମସ୍ତେ ବିପଦରେ ନପଡିବା ପାଇଁ ଭଲ ଯୋଜନାକୁ ବାଛି ଥାନ୍ତି ।

ଯଦି ଆପଣ ବି ଏଭଳି କିଛି ଯୋଜନା ଖୋଜୁ ଛନ୍ତି ତା ହେଲେ ପୋଷ୍ଟ ଅଫିସ ଆପଣ ମାନଙ୍କ ପାଇଁ ଆଣିଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିମ ଯେଉଁଥିରେ ଜଣେ ସାଧାରଣ ଲୋକଙ୍କୁ ମିଳିଥାଏ ଭଲ ରିଟର୍ନ । ଏବେ ଜାଣନ୍ତୁ ସ୍କିମ କରିବାକୁ ଚାହୁଁ ଥିଲେ କଣ ସବୁ ଆବଶ୍ୟକ । ବନ୍ଧୁଗଣ ୧୯ ରୁ ୫୫ ବର୍ଷ ବୟସରେ କେହି ବି ଏହି ଗ୍ରାମ ସୁରକ୍ଷା ଯୋଜନାର ଲାଭ ଉଠାଇ ପାରିବେ ।

ଏହି ଯୋଜନାରେ ସର୍ବ ନିମ୍ନ ବୀମା ରାସୀ ହେଉଛି ୧୦ ହଜାର ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ । ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ କଥା ଏହି ବୀମା ଯୋଜନାରେ ରୁଣ ସୁବିଧା ରହିଛି । ପଲିଶି କିଣିବାର ୪ ବର୍ଷ ପରେ ଜଣେ ରୁଣ ସୁବିଧାର ଲାଭ ଉଠାଇ ପାରିବେ । କେବଳ ଏତିକି ନୁହେଁ ପଲିଶି ସରେଣ୍ଡର କରିବାର ସୁବିଧା ମଧ୍ୟ ରହିଛି ।

୩ ମାସ ପରେ ଜଣେ ଗ୍ରାହକ ଚାହିଁଲେ ପଲିଶି ସରେଣ୍ଡର କରିପାରିବେ । ହେଲେ ଏହି ସ୍ଥିତିରେ ଆପଣ ମାନଙ୍କୁ ଏହା ସହ ଜଡିତ କୌଣସି ଲାଭ ମିଳି ନଥାଏ । ଯଦି କିଏ ୧୯ ବର୍ଷ ବୟସ୍କ ଗ୍ରାମ ସୁରକ୍ଷା ଯୋଜନା ପଲିଶି କିଣନ୍ତି ତେବେ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଦେବାକୁ ହେବ । ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ ।

ପଲିଶି ଧାରକଙ୍କୁ ୫୫ ବର୍ଷ ପାଇଁ ୩୧.୭୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ମାଚୋରୀଟି ବେନିଫିଟ ମିଳିବ । ୬୦ ବର୍ଷ ପାଇଁ ଏହି ବେନିଫିଟ ୩୪.୬୦ ଲକ୍ଷ ଟଙ୍କା ରହିବ । ଅଧିକ ତଥ୍ୟ ପାଇଁ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ସହ ଯୋଗାଯୋଗ କରନ୍ତୁ । ତା ହେଲେ ଏହି ସ୍କିମଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *